Advertisment

Rath Yatra: ଆଜି ପୁଣି ରଥଟଣା, ବଡ଼ଦାଣ୍ଡରେ ଅଟକି ରହିଛି ୩ ରଥ

ସାଢେ ୯ଟାରୁ ଟଣାଯିବ ବଡ଼ଦାଣ୍ଡରେ ଅଟକି ରହିଥିବା ୩ ରଥ । ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଗତକାଲିଠାରୁ ୩ ରଥ ବଡ଼ଦାଣ୍ଡରେ ଅଟକି ରହିଛି । ଅବକାଶ ନୀତି ପରେ ପୁଣି ରଥଟଣା ହେବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

author-image
Lipsa Mohapatra
Chariot Pulling

Chariot Pulling

ଆଜି ପୁଣି ରଥଟଣା । ଗତକାଲି ରଥ ପହଞ୍ଚି ପାରିନଥିବାରୁ ସକାଳ ୯ଟା ୩୦ରୁ ପୁଣି ହେବ ରଥଟଣା । ସାଢେ ୯ଟାରୁ ଟଣାଯିବ ବଡ଼ଦାଣ୍ଡରେ ଅଟକି ରହିଥିବା ୩ ରଥ । ସେପଟେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଗତକାଲି ରଥଟଣା ବିଳମ୍ବ ହେବା ପଛର କାରଣ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, "ଅପରାହ୍ନ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହୋଇଥିଲା । ପୁରୀରେ ଏଥର ଦେଢ ଗୁଣ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା । କୌଣସି ଅଘଟଣ ଘଟିନି କି ଭକ୍ତଙ୍କ ଅସୁବିଧା ହୋଇନି । ବଳଭଦ୍ରଙ୍କ ରଥ ମୋଡ଼ ନେବାରୁ ସମୟ ଲାଗିଲା । ଆଶା ଅନୁସାରେ ଅଧିକ ଲୋକ ହୋଇଥିଲେ । ବିଧି ରକ୍ଷା କରି ନନ୍ଦିଘୋଷ ରଥକୁ ଅଳ୍ପ ଟାଣି ବନ୍ଦ କରାଗଲା । "

Advertisment

ଅବକାଶ ନୀତି ପରେ ପୁଣି ଆରମ୍ଭ ହେବ ରଥଟଣା । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ରଥ ଟାଣିବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି । ଏବେ ନୀଳକନ୍ଦର ଛାଡ଼ି ବଡ଼ଦାଣ୍ଡରେ ନବଦିନାତ୍ମକ ଲୀଳାଖେଳା କରୁଛନ୍ତି ବିଶ୍ବନିୟନ୍ତା । ଧରାପୃଷ୍ଠରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହେଉଛି । ମର୍ତ୍ତ୍ୟମଣ୍ଡଳକୁ ଓହ୍ଲାଇ ଆସିଛନ୍ତି ଦେବାଲୋକ । ମର୍ତ୍ତ୍ୟମଣ୍ଡଳକୁ ଓହ୍ଲାଇ ଆସିଛନ୍ତି ଦେବାଲୋକ । ତା' ସାଙ୍ଗକୁ ତାଳ ଦେଉଛି ଘଣ୍ଟଘଣ୍ଟା ଓ ଶଙ୍ଖନାଦ । ମହାପ୍ରଭୁଙ୍କ ଆଶିଷ ପାଇବାକୁ ଭକ୍ତଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଛି । ରଥାରୂଢ ଶ୍ରୀଜିଉଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ମହାପ୍ରଭୁ ନଥିବାରୁ ପୂରା ଖାଁ ଖାଁ ଶ୍ରୀମନ୍ଦିର । 

ଅଧିକ ପଢନ୍ତୁ: ଆରମ୍ଭ ହେଲା ରଥଟଣା, ପ୍ରଥମେ ଗଡ଼ିଲା ତାଳଧ୍ବଜ

Jagannath Temple Rath Yatra
Advertisment
Related Articles
Advertisment