ଯାତ୍ରା ଋତୁ ୨୦୨୪-୨୫ ଶେଷ ହୋଇଛି। ଗତକାଲି ଥିଲା ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କ ବର୍ଷ ଶେଷର ନାଟକ ମଞ୍ଚସ୍ଥ ହେ।ଇଥିଲା । ପୀୟୂଷଙ୍କ ଦମଦାର ସଂଳାପ ଶୁଣିବାକୁ ଦର୍ଶକଙ୍କ ଖଚାଖଚ ଭିଡ଼ ଜମିଥିଲା । କାରଣ ପୀୟୂଷଙ୍କ ଅଭିନୟ ଆଗକୁ ଦେଖିବାକୁ ମିଳିବ କି ନାହିଁ ତାହା କେହି ଜାଣିନାହାନ୍ତି ।
ଯାତ୍ରା ଶେଷ ହେଲା କିନ୍ତୁ ପରିବେଶ କିଛି ଅଲଗା ଥିଲା । ମଞ୍ଚ ତଳେ ବହୁ ସହ ଅଭିନେତା ପୀୟୂଷଙ୍କୁ ଛାଡ଼ିବାକୁ ନାରାଜ୍ ଥିଲେ । କିଏ ହାତ ଯୋଡ଼ିଲା ତ କାହା ଆଖି ଲୁହରେ ଛଳଛଳ ହେ।ଇଗଲା । ପୀୟୂଷ ବି ଭାବବିହ୍ବଳ ହେ।ଇପଡିଥିଲେ । ସଭିଙ୍କ ମୁହଁରେ ଗୋଟିଏ କଥା ଥିଲା ଭାଇ ଆମକୁ ଛାଡି ଯାଅନି।
ଅଧିକ ପଢ଼ନ୍ତୁ:ମଦ ସହ ଧର୍ମକୁ ତୁଳନା କଲେ ଜାଭେଦ ଅଖତର; କହିଲେ ଉଭୟ ସୀମା ଭିତରେ ଠିକ୍
Also Read
କିଛି କଳାକାର ତ ପାର୍ଟି ମ୍ୟାନେଜରଙ୍କୁ ଅନୁରୋଧ କରି କହିଛନ୍ତି ପୀୟୂଷଙ୍କୁ ଯାତ୍ରାରେ ରଖି ଦିଅନ୍ତୁ, ସେ ସୁସ୍ଥ ହୋଇ ଗଲେଣି । ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଜମୁଝରି ଠାରେ ବିଦାୟୀ ଯାତ୍ରା ଋତୁର ଶେଷ ରାତ୍ରୀ ସୂର୍ଯ୍ୟ ମନ୍ଦିରର ନାଟକ ତତେ ଲାଗିଯାଉ ମୋ ଆୟୁଷ ମଞ୍ଚସ୍ଥ ହୋଇଥିଲା ।
ତେବେ ନୂଆ ଯାତ୍ରା ଋତୁ ୨୦୨୫-୨୬ ପୂର୍ବରୁ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ ପୀୟୂଷ। ଯାତ୍ରା ସିଂହ ବାହିନୀରେ ଅନୁବନ୍ଧିତ ହେବେ ବୋଲି କହି ପ୍ରାୟ ୭୦ ଲକ୍ଷ ଟଙ୍କା ସହ ଏକ ଫର୍ଚୁନର କାର ନେଇଥିଲେ । ସେପଟେ ସୂର୍ଯ୍ୟ ମନ୍ଦିରରେ ୨୦୨୫-୨୬ ଯାତ୍ରା ଋତୁରେ ମଧ୍ୟ ରହିବେ ବୋଲି ଏଗ୍ରୀମେଣ୍ଟ କରି ପ୍ରାୟ ୭୦ଲକ୍ଷ ଟଙ୍କା ନେଇଥିବା କଥା ସାମ୍ନାକୁ ଆସିଥିଲା ।
ଏହାକୁ ନେଇ ଯାତ୍ରା ଜଗତରେ ବଡ ହଲଚଲ ସୃଷ୍ଟି ହୋଇଥିଲା। ଏଥିପାଇଁ ଅନେକ ସମାଲେ।ଚନାର ଶିକାର ହେ।ଇଥିଲେ ପୀୟୂଷ ତ୍ରିପାଠୀ । ବିବାଦର ସମାଧାନ ହେବା ପରେ କିନ୍ତୁ ପୀୟୂଷ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ନୂଆ ଯାତ୍ରା ଋତୁରେ ନାଟକ କରିବେ ନାହିଁ ବୋଲି ଘୋଷଣା କରିଥିଲେ। ଯାହାକି ଯାତ୍ରା ପ୍ରେମୀଙ୍କୁ ନିରାଶ କରିଥିଲା ।
ଆଉ ଏବେ ସବୁ ନିଷ୍ପତ୍ତି ମାଲିକମାନଙ୍କ ଉପରେ ଛାଡ଼ି ଦେଇଛନ୍ତି । ଆସନ୍ତା ୨୦ ତାରିଖରୁ ବିଭିନ୍ନ ଯାତ୍ରା ପାର୍ଟିର ଆଖଡ଼ାଶାଳ ପୂଜା ହେବା ସହ ରିହର୍ସାଲ ଆରମ୍ଭ ହେବ। ଏବେ ଦେଖିବାର କଥା ହେଉଛି ଯାତ୍ରା ମାଲିକମାନେ ପୀୟୂଷଙ୍କ ଅନୁରୋଧକୁ ଗ୍ରହଣ କରି କି ନିଷ୍ପତ୍ତି ନେଉଛନ୍ତି ।