Advertisment

Traffic jam Saved Lives: ମରଣ ଦୂଆରୁ ଫେରି ଆସିଲେ ଭରୁଚର ଭୂମି, ଟ୍ରାଫିକ ପାଇଁ ବଞ୍ଚିଗଲା ଜୀବନ

ଧୂଆଁ ଆକାଶକୁ ଅନ୍ଧାର କରିଦେଉଥିଲା। ନିଆଁ ଏମିତି ଜଳୁଥିଲା, ପବନ ବି ପୋଡ଼ିଯାଉଥିଲା। ଆଖି ଆଗରେ ଜଳିଚାଲିଥିଲେ ଜଣେ ଜଣେ ମଣିଷ। ମୃତ୍ୟୁର ମହାତାଣ୍ଡବ ଭିତରେ ସେ କିନ୍ତୁ ସାଜିଥିଲେ ମହାବିଜୟୀ। ମୃତ୍ୟୁ ଭିତରେ ଲୁଚିଥିବା ଜୀବନକୁ ଖୋଜି ଖୋଜି ମରଣ ଦୁଆରୁ ଲେଉଟି ଆସିଲେ।

author-image
Saroj Kumar Jena
death

death

ରଖେ ହରି ତ ମାରେ କିଏ ? ଅହମ୍ମଦାବାଦ ଏୟାର୍ କ୍ରାସରେ ମୃତ୍ୟୁର ଛାତି ଚିରି ଅଜେୟ ସାଜିଥିବା ବିଶ୍ବାସ କୁମାର ରମେଶଙ୍କୁ ନେଇ ଏବେ ସାରା ଦୁନିଆରେ ଚର୍ଚ୍ଚା । ଆଜି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିଶ୍ବାସଙ୍କୁ ଡାକ୍ତରଖାନାରେ ଭେଟି କଥା ହୋଇଛନ୍ତି । ସେପଟେ ମରଣ ଦୁଆରୁ କେମିତି ଫେରିଆସିଲେ ଗୁଜରାଟ ଭରୁଚର ଭୂମି।

Advertisment

ଧୂଆଁ ଆକାଶକୁ ଅନ୍ଧାର କରିଦେଉଥିଲା। ନିଆଁ ଏମିତି ଜଳୁଥିଲା, ପବନ ବି ପୋଡ଼ିଯାଉଥିଲା। ଆଖି ଆଗରେ ଜଳିଚାଲିଥିଲେ ଜଣେ ଜଣେ ମଣିଷ। ମୃତ୍ୟୁର ମହାତାଣ୍ଡବ ଭିତରେ ସେ କିନ୍ତୁ ସାଜିଥିଲେ ମହାବିଜୟୀ। ମୃତ୍ୟୁ ଭିତରେ ଲୁଚିଥିବା ଜୀବନକୁ ଖୋଜି ଖୋଜି ମରଣ ଦୁଆରୁ ଲେଉଟି ଆସିଲେ।

ଅଧିକ ପଢ଼ନ୍ତୁ: ଲକି ନମ୍ବର ହିଁ ପାଲଟି ଗଲା ବିଜୟ ରୂପାନୀଙ୍କ ପାଇଁ ସବୁଠୁ ଅନଲକି, ଜାଣନ୍ତୁ କେମିତି...

Advertisment

ବିଶ୍ବାସ କୁମାର ରମେଶ। ଏୟାର ଇଣ୍ଡିଆ ଏୟାରକ୍ରାସର ସବୁଠୁ ବଡ଼ ଆଶ୍ଚର୍ଯ୍ୟ। ଯିଏ ଧ୍ବଂସ ଭିତରେ ଜିଇଁବାର ଆଶାକୁ ଧରି ପାଲଟିଯାଇଛନ୍ତି ମୃତ୍ୟୁଞ୍ଜୟ। ମୃତ୍ୟୁର ସ୍ପର୍ଶକୁ ଖାତିର ନକରି ଜୀବନର ଆଲିଙ୍ଗନକୁ କୋଳେଇ ଧରି ମୁକୁଳି ଆସିଛନ୍ତି ମୃତ୍ୟୁର ବିମାନ ମୁହଁରୁ। ଜୀବନ-ମୃତ୍ୟୁ ଖେଳରେ ଶେଷ ପର୍ଯ୍ୟନ୍ତ ଲଢି ଦୁନିଆ ପାଇଁ ପାଲଟିଯାଇଛନ୍ତି ଚମତ୍କାର ଚାମ୍ପିୟନ୍। ଭୟଙ୍କର ବିମାନ ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଯାଇଛନ୍ତି ବିଶ୍ବାସ କୁମାର ରମେଶ। ଏବେ ସିଭିଲ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ସେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ବି ବେଶ୍ ଭଲ ଅଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବାସଙ୍କ ପାଖକୁ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବୁଝିଛନ୍ତି ।

ବିଶ୍ବାସଙ୍କ ଅବିଶ୍ବସନୀୟ କାହାଣୀ ଯିଏ ଶୁଣୁଛି ସିଏ ଚକିତ ହୋଇଯାଉଛି । ବାସ୍ତବରେ କେମିତି ବଞ୍ଚିଗଲେ ବିଶ୍ବାସ କୁମାର ? ଆଜି ଡାକ୍ତରଖାନାରେ ବିଶ୍ବାସ ବଖାଣିଛନ୍ତି କାଲିର ସେହି ଆଖିଦେଖା ଲୋମଟାଙ୍କୁରା ଅନୁଭୂତିକୁ । 11-A ସିଟରେ ବସିଥିବା ବିଶ୍ବାସ କୁମାର ରମେଶଙ୍କ ପାଖରେ ହିଁ ଥିଲା EXIT ସିଟ୍। ଟେକ୍ ଅଫ୍ ର ୫ରୁ ୧୦ ସେକେଣ୍ଡ୍ ଭିତରେ ଝଟକା ଅନୁଭୂତ ହୋଇଥିଲା । ଗ୍ରୀନ ଓ ହ୍ବାଇଟ୍ ଲାଇଟ୍ ସବୁ ଜଳି ଉଠିଥିଲା। ସୌଭାଗ୍ୟବଶତଃ ତାଙ୍କ ସିଟ୍ ବେଲଟ୍ ବି ଖୋଲି ଯାଇଥିଲା । ଆଉ ଡୋର୍ ଭାଙ୍ଗିଯିବା ମାତ୍ରେ ବାହାରିବାକୁ ଚେଷ୍ଟା କରି ନୂଆ ଜୀବନ ପାଇଥିଲେ ବିଶ୍ବାସ ।

ଗୁଜରାଟ ଭରୁଚ ବାସିନ୍ଦା ଭୂମି ଚୌହ୍ବାନ। କାଲି ସମୟକୁ ନିନ୍ଦୁଥିଲେ, ଆଜି କୃତଜ୍ଞତା ଜଣାଉଛନ୍ତି। କାରଣ ଯେଉଁ ପ୍ଲେନଟି କ୍ରାସ ହେଲା ସେଥିରେ ଲଣ୍ଡନ ଯାଇଥାନ୍ତେ ଭୂମି। କିନ୍ତୁ ସମୟର ଖେଳ ତାଙ୍କୁ ଦେଇଛି ନୂଆ ଜୀବନ। କାଲି ଏୟାରପୋର୍ଟ ଯିବାବେଳେ ଅହମ୍ମଦାବାଦ ଟ୍ରାଫିକ୍ ଜାମରେ ଫସିଯିବା ଯୋଗୁଁ ସେ ଠିକ୍ ସମୟରେ ବିମାନ ବନ୍ଦରରେ ପହଞ୍ଚିପାରିନଥିଲେ। ବିମାନରେ ବସିବା ଲାଗି ଅନୁମତି ଦେବାକୁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ନେହୁରା ବି ହୋଇଥିଲେ । ଶେଷରେ ଲଣ୍ଡନ ଯାଇନପାରି ନିରାଶ ମନରେ ଘରକୁ ଫେରୁଥିଲେ। ହେଲେ ବାଟରେ ଯେଉଁ ଖବର ଶୁଣିଲେ- ଭଗବାନଙ୍କୁ ହାତ ଯୋଡ଼ି କୃତଜ୍ଞତା ଜଣାଇଲେ। କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଭୟଙ୍କର ବିମାନ ଦୁର୍ଘଟଣାରୁ ଏମାନଙ୍କୁ କେବଳ ଭାଗ୍ୟ ହିଁ ବଞ୍ଚାଇ ଦେଇଛି । ସେଥିପାଇଁ ତ, ଆଜି ସାରା ଦୁନିଆ ପୁଣି କହୁଛି ରଖେ ହରି ତ ମାରେ କିଏ ?

ଅଧିକ ପଢ଼ନ୍ତୁ: ଏବେ ବି ଖୋଜା ଚାଲିଛି ଏୟାର ଇଣ୍ଡିଆ ବିମାନର ‘ବ୍ଲାକ୍‌ ବକ୍ସ

Air India Plane Crash
Advertisment
Advertisment