• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ପବିତ୍ର ମକର ସଂକ୍ରାନ୍ତି । ଏ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ଆଜି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି ଅନୁଷ୍ଠିତ ହେବ । ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଅଧିବାସରେ ରଖାଯାଇଥିବା ଭୋଗକୁ ଭୋଗମଣ୍ଡପରୁ ନେଇ ଘଣ୍ଟାଘଣ୍ଟା, ମୃଦଙ୍ଗ ବାଜାର ତାଳେ ତାଳେ ମନ୍ଦିର ବେଢା ପରିକ୍ରମା କରାଯିବ । ଏହାପରେ ରୋଷଶାଳରୁ ମହାଭୋଇ ମାନେ ଦହି ଆଣିବେ । ଗୁଡିଆମାନେ ଫେଣା, ଶାକର ଆଣି ମକର ଭୋଗ ପ୍ରସ୍ତୁତ କରିବେ । ତାସହିତ ମହାବାହୁଙ୍କ ଶ୍ରୀଚରଣରେ ବିଶ୍ୱର ସର୍ବବୃହତ ନଳୀ ପାନ ଅର୍ପଣ କରାଯିବାର ବିଧି ରହିଛି ।

ମକରକୁ ନେଇ ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ଉତ୍ସବ ମୁଖର ପରିବେଶ । ମକରକୁ ଗଣପର୍ବ ଭାବେ ପାଳନ କରିଥାନ୍ତି ମୟୂରଭଂଜ ଜିଲ୍ଲାର ଲୋକ । ଏଥିପାଇଁ ଘରେ ଘରେ ପିଠାପଣାର ଆସର । ଏବର୍ଷ କରୋନା କଟକଣା ନଥିବାରୁ ଗାଁ ଗାଁରେ ହୋଇଛି ବିରାଟ ଆୟୋଜନ । ପିଠା ପଣା ଖାଇ, ମାଦଳ ବାଜାର ତାଳେ ତାଳେ ନୃତ୍ୟ କରିବାକୁ ସମସ୍ତେ ପ୍ରସ୍ତୁତ ଅଛନ୍ତି ।

ସେହିପରି କୁକୁଡ଼ା ଲଢେଇ ଓ ଲାଖ ବିନ୍ଧା ପ୍ରତିଯୋଗିତାରେ ଭାଗ ନେବାକୁ ଲୋକଙ୍କ ମନରେ ଉତ୍କଣ୍ଠା ଭରି ରହିଛି । ଯୁବତୀ ଓ ମହିଳାମାନେ ମଧ୍ୟ ହାତରେ ମେହେନ୍ଦି ଲଗାଇ ପର୍ବ ପାଳିବାକୁ ପ୍ରସ୍ତୁତ ହୋଇ ଅଛନ୍ତି । ସେପଟେ ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲା ଅଟ୍ରିର ହଟ୍ଟକେଶରଙ୍କ ପ୍ରସିଦ୍ଧ ମକର ଯାତ୍ରା ଆରମ୍ଭ ହୋଇଛି । ବିଶ୍ୱାସ ରହିଛି, ନିଃସନ୍ତାନ ମହିଳାମାନେ ମାନସିକ ରଖି ଏଠାରେ ଥିବା ମାନସିକ କୁଣ୍ଡରୁ ଗୁଆ ଖୋଜି ଖାଇଲେ ସେମାନଙ୍କର ସନ୍ତାନ ପ୍ରାପ୍ତି ହୋଇଥାଏ । ତେଣୁ ରାଜ୍ୟ ଏପରିକି ରାଜ୍ୟ ବାହାରୁ ମଧ୍ୟ ବହୁ ମହିଳା ଏଠାରେ ଗୁଆ ଖୋଜିଛନ୍ତି ।

ଅଧିକ ପଢ଼ନ୍ତୁ: 'ବିଦେଶୀ ଭକ୍ତଙ୍କୁ ମିଳୁ ଚକାନୟନକୁ ଦର୍ଶନ ସୁଯୋଗ'

ସେହିପରି ଆଜିଠୁ ଦେଶର ବିଭିନ୍ନ ସ୍ଥାନରେ ପାଳନ ହେଉଛି ଭିନ୍ନ ଭିନ୍ନ ପରମ୍ପରା । ଉତ୍ତର ଭାରତରେ ଲୋହରୀ ପାଳନ ହେଉଥିବା ବେଳେ ଦକ୍ଷିଣ ଭାରତରେ ଆଜିଠୁ ଆରମ୍ଭ ହେଉଛି ପୋଙ୍ଗଲ । ଗତକାଲି ରାତିରେ ଦିଲ୍ଲୀ, ଚଣ୍ଡିଗଡ଼, ଅମୃତସରରେ ଲୋହରୀ ସେଲିବ୍ରେସନ୍ ଆରମ୍ଭ ହୋଇଛି । ଲୋକେ ନିଆଁ ଜାଳି ରାତି ସାରା ପରିବାର ଓ ପ୍ରୀୟଜନଙ୍କ ସହ ଖୁସି ମନାଇଛନ୍ତି ।