Advertisment

ହବିଷ୍ୟାଳୀଙ୍କ ମୁହଁରେ ନବୀନ ଚାଳିଶା..ବୃଦ୍ଧାଙ୍କର ଗଳାମାଳି..ନବୀନ ସିନା ଆମରି’

ପବିତ୍ର କାର୍ତ୍ତିକ ମାସ। ସକାଳୁ ସକାଳୁ ପୂଜାପୁରାଣ ଆଉ ହୁଳହୁଳି ଶବ୍ଦରେ ମୁଖରିତ ହୋଇଉଠେ ଘର ଅଗଣା। ହବିଷ୍ୟାଳୀଙ୍କ କାର୍ତ୍ତିକ ପୁରାଣରେ ପୁରପଲ୍ଲି ମୁଖରିତ ହୋଇଯାଏ । ହେଲେ ପୁରୀରେ କାର୍ତ୍ତିକମାସରେ ହବିଷ୍ୟାଳୀଙ୍କ ମୁହଁରେ ପୁରାଣ ପରିବର୍ତ୍ତେ ନବୀନ ଚାଳିଶା !

author-image
Minati Mishra
ଅଦ୍ୟତନ ହୋଇଛି
Habishyali Camp at Puri

habishyali camp at puri

ପବିତ୍ର କାର୍ତ୍ତିକ ମାସ। ସକାଳୁ ସକାଳୁ ପୂଜାପୁରାଣ ଆଉ ହୁଳହୁଳି ଶବ୍ଦରେ ମୁଖରିତ ହୋଇଉଠେ ଘର ଅଗଣା। ହବିଷ୍ୟାଳୀଙ୍କ କାର୍ତ୍ତିକ ପୁରାଣରେ ପୁରପଲ୍ଲି ମୁଖରିତ ହୋଇଯାଏ । ହେଲେ ପୁରୀରେ କାର୍ତ୍ତିକମାସରେ ହବିଷ୍ୟାଳିଙ୍କ ମୁହଁରେ ପୁରାଣ ପରିବର୍ତ୍ତେ ନବୀନ ଚାଳିଶା !  ତାହା ପୁଣି ନିଜେ ଲେଖି ସୁଲଳିତ ସ୍ୱରରେ ନିଜେ ପୁରାଣର ଛନ୍ଦତାଳରେ ଗାଉଛନ୍ତି ଜଣେ ହବିଷ୍ୟାଳୀ। 

Advertisment

ବୃଦ୍ଧାଙ୍କର ଗଳାମାଳି..ନବୀନ ସିନା ଆମରି..ଖୋଲିଲେ କେତେ ଧର୍ମସ୍ଥଳ..କରୁଣା ସାଗର....ପୁରାଣ ବୋଲିବା ଶୈଳୀରେ ସୁଲଳିତ ସ୍ୱରରେ ବୋଲୁଥିଲେ ଜଣେ ହବିଷ୍ୟାଳି। ଏହି ଗୀତ ଗାଇବା ସମୟରେ ଅନ୍ୟମାନେ ହରିବୋଲ, ହୁଳହୁଳି ଏବଂ କରତାଳି ବି ଦେଉଥିଲେ। କାର୍ତ୍ତିକମାସରେ ହବିଷ୍ୟାଳିଙ୍କ ମୁହଁରେ ପୁରାଣ ପରିବର୍ତ୍ତେ ନବୀନଙ୍କ ସ୍ତୁତିଗାନ..ପୁଣି ତାଙ୍କୁ ଜୀବନ୍ତ ଠାକୁର ବୋଲି ସମ୍ବୋଧନ..ଶୁଣିବା ଲୋକଙ୍କୁ ହୁଏତ କିଛି ଭିନ୍ନ କଥା ଭାବିବାକୁ ବାଧ୍ୟ କରିପାରେ। ତେବେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏପରି ନବୀନ ବନ୍ଦନା ପ୍ରାୟୋଜିତ କି ?  ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତଥ୍ୟ ଯଦି ସତ୍ୟ ହୋଇଥାଏ ଏବଂ ବଗଲା ଧର୍ମଶାଳାରେ ରହୁଥିବା ହବିଷ୍ୟାଳି ଚଞ୍ଚଳା ସାଥୁଆ ନିଜେ ନବୀନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଏହି ପ୍ରଶଂସାପତ୍ର ଲେଖିଥାନ୍ତି ତାହା ପ୍ରଶଂସନୀୟ ନିଶ୍ଚୟ। ଏ ବୟସରେ ନିଜେ ଗୀତ ଲେଖି ସୁଲଳିତ କଣ୍ଠରେ ନିର୍ବିକାର ଭାବେ ଏତେ ଲୋକଙ୍କ ସମ୍ମୁଖରେ ଏପରି ଗାନ କରିବା କିଛି କମ୍‌ କଥା ନୁହେଁ। ଏଥର କାର୍ତ୍ତିକମାସ ପାଇଁ ପୁରୀ ରେ ହବିଷ୍ୟାଳିଙ୍କ ପାଇଁ ସବୁ ପ୍ରକାର ସୁବିଧା ପ୍ରଶାସନ ପକ୍ଷରୁ କରାଯାଇଛି। 

ଅଧିକ ପଢ଼ନ୍ତୁ: ସାରା ଓଡ଼ିଶାରେ ଏହି ଗୋଟିଏ ସ୍ଥାନ, ୫ ଟଙ୍କାରେ ହବିଷ୍ୟାଳିଙ୍କୁ ମିଳୁଛି ହବିଷାନ୍ନ

Advertisment

ଚଳିତ ବର୍ଷ ହବିଷ୍ୟାଳୀ କେନ୍ଦ୍ରର ଉଦଘାଟନ କରି ହବିଷ୍ୟାଳୀ ମା ମାନଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହବିଷ୍ୟାଳୀ କେନ୍ଦ୍ର ମାନଙ୍କରେ ରହୁଥିବା ସମସ୍ତ ମା’ ମାନଙ୍କୁ ଗୋଟାଏ ଗୋଟିଏ ଶାଲ ପ୍ରଦାନ ପାଇଁ ଘୋଷଣା କରିଥିଲେ। ସେହି ଆଧାରରେ ପ୍ରଶାସନ ପକ୍ଷରୁ ଆଜି ଶାଲ ବଣ୍ଟନ କରାଯାଇଛି। ବୃନ୍ଦାବତୀ ନିବାସ ସମେତ ସମସ୍ତ ପାଞ୍ଚ ଗୋଟି କେନ୍ଦ୍ରରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଆଜି ପୂର୍ବାହ୍ନରେ ଶାଲ ବଣ୍ଟନ କରିଛନ୍ତି। ଏହି ଶାଲ ବଣ୍ଟା କାର୍ଯ୍ୟକ୍ରମ ସମୟରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ  ବଗଲା ଧର୍ମଶାଳାରେ ରହୁଥିବା ଚଞ୍ଚଳା ସାଥୁଆ ନାମ୍ନୀ ଜଣେ ହବିଷ୍ୟାଳୀ ମା’ ପ୍ରଶାସନର ଏ ସମସ୍ତ ବ୍ୟବସ୍ଥାକୁ ପ୍ରଶଂସା କରି ସ୍ୱରଚିତ କବିତା ପଠନ କରିଥିଲେ।

ଏଥିସହିତ ଅନ୍ୟାନ୍ୟ ଅଧିକାରୀ,କର୍ମଚାରୀ, ସ୍ୱେଚ୍ଛାସେବୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ଜିଲ୍ଲାପାଳ ମା’ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ସୂଚନାଯୋଗ୍ୟ ଯେ ପୂର୍ବରୁ ସମସ୍ତ ମା ମାନଙ୍କୁ କମ୍ବଳ ମଧ୍ୟ ବଣ୍ଟନ କରାଯାଇଥିଲା।

CM Naveen Patnaik Habishyali
Advertisment
Advertisment