/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749104680.jpg)
World Environment Day
ଆଜି ବିଶ୍ବ ପରିବେଶ ଦିବସ। ପ୍ରତିବର୍ଷ ଜୁନ ମାସ ୫ ତାରିଖରେ ଏହି ଦିବସ ପାଳନ ହୋଇଥାଏ। ଏହି ଦିନ ମାନବୀୟ ପରିବେଶକୁ ନେଇ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ବୈଠକ ବସିଥିଲା । ୧୯୭୨ ମସିହା ଜୁନ ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଚାଲିଥିଲା । ୧୯୭୨ରେ ସଂଯୁକ୍ତ ରାଷ୍ଟ୍ର ସଂଘର ଆସେମ୍ବ୍ଲି ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ୧୯୭୩ରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରଥମ ବର୍ଷ ‘କେବଳ ଗୋଟିଏ ପୃଥିବୀ’ ଥିମରେ ପାଳନ ହୋଇଥିଲା ଏହି ଦିବସ । ଚଳିତବର୍ଷର ଥିମ୍ ରହିଛି ବିଟ୍ ପ୍ଲାଷ୍ଟିକ୍ ପଲ୍ୟୁସନ।
ବିଶ୍ୱର ପ୍ରାୟ ୧୪୩ଟି ରାଷ୍ଟ୍ରରେ ଏହି ଦିବସ ପାଳନ କରାଯାଇଥାଏ। ଏହି ଦେଶ ଗୁଡିକ ମଧ୍ୟରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବ୍ରାଜିଲ, କାନାଡା, ଚିଲେ, ଡେନମାର୍କ, ଫିନଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇସ୍ରାଏଲ, ଇଟାଲୀ, ଜାପାନ, ମେକ୍ସିକୋ, ନେଦରଲ୍ୟାଣ୍ଡ, ନରୱେ, ଫିଲିପାଇନ୍ସ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ, ସ୍ୱିଜରଲ୍ୟାଣ୍ଡ, ଥାଇଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ରହିଛି । ପରିବେଶର ଯତ୍ନ ନେବାକୁ ଏହି ଦିବସ ସମସ୍ତଙ୍କୁ ବାର୍ତ୍ତା ଦେଇଥାଏ।
ପ୍ରକୃତିର ରକ୍ଷକ ହେଉଛି ମାନବ । କିନ୍ତୁ ମାନବ ହିଁ ପ୍ରକୃତି ବିନାଶର ମୁଖ୍ୟ କାରଣ ଅଟେ । ବିକାଶ ଆଳରେ ପ୍ରକୃତିର ମୁକ୍ତ ଗତିପଥର ଅବରୋଦ୍ଧ କରିଛି । ଆଧୁନିକତା ଓ ବିକାଶ କରିବା ପାଇଁ ପ୍ରକୃତିର ବିନାଶ କରିବାରେ ଲାଗିଛି । ମଣିଷକୁ ସମାଜର ଶ୍ରେଷ୍ଠ ଜୀବ ବୋଲି ବିବେଚନା କରାଯାଏ, ହେଲେ ମଣିଷ ବାସ୍ତବତାକୁ ଭୁଲି ସବୁଜ ସୁନ୍ଦର ପ୍ରାକୃତିକ ପରିବେଶକୁ ନଷ୍ଟ କରି କଂକ୍ରିଟ ସହର ତିଆରି କରୁଛି । ମଣିଷ ସୁଖ ସ୍ୱାଚ୍ଛନ୍ଦ୍ୟରେ ରହିବା ପାଇଁ ପରିବେଶ ଓ ପୃଥିବୀର ସୁରକ୍ଷା ପ୍ରତି ଦୃଷ୍ଟି ନ ଦେଇ ସମସ୍ତ ପ୍ରାକୃତିକ ସମ୍ପଦକୁ ଶୋଷଣ କରି ଚାଲିଛି । କେବଳ ମାନବ ପ୍ରଜାତିର ଏହି କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଜୀବଜଗତର ସ୍ଥିତି ଏବେ ସଙ୍କଟାପନ୍ନ ରହିଛି ।
ଏ ନେଇ ବିଶିଷ୍ଟ ବୈଜ୍ଞାନିକ ଓ ପରିବେଶବିତମାନେ ସତର୍କ କରାଇ ସାରିଲେଣି । ପରିବେଶ ଭୟଙ୍କର ହେଲେ ମାନବର ମଧ୍ୟ ବିପର୍ଯ୍ୟୟ ଘଟେ । ହେଲେ, ଏ ମାନବ ଜାତି ତାହା ନ ବୁଝି ଆଧୁନିକ ଜୀବନଶୈଳୀରେ ତା’ର ଚାହିଦା ଓ ଆବଶ୍ୟକତା ପୂରଣ ପାଇଁ ଅନେକ କାର୍ଯ୍ୟ କରୁଛି, ଯାହା ଦ୍ୱାରା ପରିବେଶ ପ୍ରଦୂଷଣ ମଧ୍ୟ ହେଉଛି ।
ଅଧିକ ପଢନ୍ତୁ: ସ୍ୱର୍ଗର ନନ୍ଦନକାନନରେ ରମ୍ଭାଙ୍କ ସହ ପ୍ରେମରେ ମାତିଥିଲେ ଇନ୍ଦ୍ର, ହଠାତ୍ ଆସିଗଲେ ମହାଋଷି ଦୁର୍ବାସା, ଏହାପରେ...
ଜନସଂଖ୍ୟା ବଢୁଥିବାରୁ ବାସସ୍ଥାନର ଆବଶ୍ୟକତାକୁ ପୂରଣ କରିବା ପାଇଁ ଜଙ୍ଗଲ କାଟି ବାସପୋଯୋଗୀ ଅଞ୍ଚଳ କରୁଛି । ଜଙ୍ଗଲ କାଟି ସହର ପ୍ରତିଷ୍ଠା କରିବା ସହ ଶିଳ୍ପ କାରଖାନା ଗଢି ଜଙ୍ଗଲର ସବୁଜିମା ନଷ୍ଟ କରୁଛି । ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରି ମନୁଷ୍ୟ ତା’ର ଚାହିଦା ପୂରଣ କରୁଛି । କଳକାରଖାନାରୁ ନିର୍ଗତ ହେଉଥିବା ଧୂଆଁ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି । ଅମ୍ଳଜାନ ଭର୍ତ୍ତି ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଭରି ହେଉଛି । ଶିଳ୍ପାୟନରୁ ନିର୍ଗତ ବର୍ଜ୍ୟବସ୍ତୁ ନଦୀରେ ମିଶି ଜଳ ପ୍ରଦୂଷିତ ହେଉଛି । ଯାହା ଦ୍ୱାରା ମଣିଷର ହିଁ କ୍ଷତି ହେଉଛି । କେବଳ ଏତିକି ନୁହେଁ ଜଙ୍ଗଲ ସଫା କରିବା ଦ୍ୱାରା ତାପମାତ୍ରା ବଢି ଚାଲିଛି । ମରୁଡି, ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଉଛି । ବିଶେଷ କରି ଜଳବାୟୁ ପରିବର୍ତ୍ତନ ପରିବେଶ ଉପରେ କୁ-ପ୍ରଭାବ ପକାଉଛି ।
ତେଣୁ ସମଗ୍ର ମାନବ ଜାତିକୁ ଏହି ଦିବସରେ ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ନେବାକୁ ହେବ । ଆଗାମୀ ପିଢି ପାଇଁ ସୁରକ୍ଷିତ ପରିବେଶକୁ ବଞ୍ଚେଇ ରଖିବାକୁ ହେବ ବୋଲି ଆମକୁ ସଂକଳ୍ପ ନେବାକୁ ହେବ ।
ଏପଟେ ପୁରୀରେ ନିଆରା ବାର୍ତ୍ତା ସହ ଆକର୍ଷଣୀୟ ବାଲୁକା କଳା ମାଧ୍ୟମରେ ବିଶ୍ବ ପରିବେଶ ଦିବସର ଶୁଭେଚ୍ଛା ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବେଳାଭୂମିରେ ପଡ଼ିଥିବା ଏକ ହଜାରେ ପ୍ଲାଷ୍ଟିକ୍ ବଟଲ୍ ସଂଗ୍ରହ କରି ସେଗୁଡ଼ିକୁ ବ୍ୟବହାର କରି ଏକ ସୁନ୍ଦର କଳାକୃତି କରିଛନ୍ତି ସୁଦର୍ଶନ। ପ୍ଲାଷ୍ଟିକ ବଟଲ ବ୍ୟବହାର କରି ବେଳାଭୂମିରେ ଏକ ମାଛ ଆକୃତିର କଳାକୃତି କରି ପରିବେଶ ସୁରକ୍ଷା କରିବାକୁ ସେ ଆହ୍ବାନ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)