Advertisment

ରାବଣପୋଡି ପାଇଁ ୨୮ଟି ଗାଇଡ଼ଲାଇନ: ରାଜଧାନୀରେ ୪ ସ୍ଥାନରେ ଦେଖିଲେ ଦର୍ଶକ

ରାବଣପୋଡ଼ିରେ ଆକର୍ଷଣୀୟ ଆତସବାଜି କାର୍ଯ୍ୟକ୍ରମ ଦେଖିବାକୁ ମିଳିଥାଏ।

author-image
Chandan Shishu
ଅଦ୍ୟତନ ହୋଇଛି
Ravan Podi

Ravan Podi

ଲଘୁଚାପ ଜନିତ ତୁହାକୁ ତୁହା ବର୍ଷା ସତ୍ତ୍ୱେ, ଫିକା ପଡ଼ିନି ବିଜୟା ଦଶମୀ କି ରାବଣ ପୋଡ଼ି ଉତ୍ସବ। ଦଶହରା ସନ୍ଧ୍ୟାରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ିର ଆୟୋଜନ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଏ ବର୍ଷ ୪ଟି ସ୍ଥାନରେ ହେଉଛି ରାବଣ ପୋଡ଼ି। ବରମୁଣ୍ଡା, ଝାରପ଼ଡା, ନହରକଣ୍ଟା ଓ କୋରଡ଼କଣ୍ଟା ପୂଜା କମିଟିକୁ ରାବଣ ପୋଡ଼ି ପାଇଁ ଅନୁମତି ଦେଇଛି କମିଶନରେଟ୍ ପୋଲିସ।

Advertisment

ରାବଣପୋଡ଼ିରେ ଆକର୍ଷଣୀୟ ଆତସବାଜି କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ରାବଣପୋଡ଼ି ପାଇଁ ରାଜଧାନୀରେ ଗହଳି ହେବାକୁ ଥିବାରୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାବଣପୋଡି ପାଇଁ ୨୮ଟି ଗାଇଡ଼ଲାଇନ ରଖାଯାଇଛି। ୧୦୦ ମିଟର ଜୋନ ଭିତରେ ଲୋକ ରହିବେ ନାହିଁ। ଲାଇସେନ୍ସ ପ୍ରାପ୍ତ ବାଣ ଦୋକାନୀଙ୍କ ଠାରୁ ବାଣ କିଣାଯିବାକୁ ନିୟମ ରହିଛି। ଲୋକଙ୍କ ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ସହରରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।

ସେହିପରି ଆସନ୍ତାକାଲି ଟ୍ବିନସିଟିରେ ଭସାଣ ଉତ୍ସବ ଲାଗି ବି ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଭସାଣୀ ପାଇଁ କଟକରେ ୫୫ ପ୍ଲାଟୁନ ଓ ଭୁବନେଶ୍ୱରରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ। ସେହିପରି କଟକରେ ୩ଟି ଅସ୍ଥାୟୀ ପୋଖରୀରେ ବିସର୍ଜନ ପାଇଁ ହୋଇଛି ବ୍ୟବସ୍ଥା।

Advertisment
Ravan Podi
Advertisment
Advertisment