Advertisment

Bolbam Yatra: ଆଜି ଶ୍ରାବଣର ପ୍ରଥମ ସୋମବାର, ଜଳଲାଗି ପାଇଁ ଶୈବପୀଠରେ ପ୍ରବଳ ଭିଡ଼

କାନ୍ଧରେ ଜଳ ଧରି ଆସିଛନ୍ତି କାଉଡ଼ିଆ। ଶୈବପୀଠରେ ଲାଗିଛି ଗହଳି । ଦେବ ଦେବ ମହାଦେବଙ୍କୁ ଜଳଲାଗି କରି ଆଶିଷ ଲାଭ କରୁଛନ୍ତି ଭକ୍ତ । ବିଭିନ୍ନ ଶୈବପୀଠରେ ଆବଶ୍ୟକୀୟ ପ୍ରସ୍ତୁତି ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Bolbam

Bolbam

ଆଜି ଶ୍ରାବଣର ପ୍ରଥମ ସୋମବାର । ଶିବ ଶିବ ଧ୍ବନିରେ ପ୍ରକମ୍ପିତ ଚର୍ତୁଦିଗ। ଭୋଲେ ବାବା ପାର୍ କରେଗା ଗାଇ ଗାଇ କାନ୍ଧରେ ଜଳ ଧରି ଆସିଛନ୍ତି କାଉଡ଼ିଆ । ଧବଳେଶ୍ୱରରୁ ଲୋକନାଥ, ଆରଡ଼ିରୁ ଲଡ଼ୁବାବା ସବୁଠି କାଉଡିଆଙ୍କ ଲମ୍ବା ଲାଇନ୍ । ବୋଲ୍ ବମ୍ ହର୍ ହର୍ ବମ୍ ଧ୍ୱନିରେ ପ୍ରକମ୍ପିତ ହେଉଛି ଶୈବପୀଠ। ରାଜ୍ୟର ବିଭିନ୍ନ ଶୈବପୀଠରେ ଆବଶ୍ୟକୀୟ ପ୍ରସ୍ତୁତି ମଧ୍ୟ କରାଯାଇଛି ।

Advertisment

ଜଳଲାଗି ପାଇଁ ହଜାର ହଜାର ମାନସିକଧାରୀଙ୍କ ଭିଡ ଜମିଛି । ବିଭିନ୍ନ ଶୈବାଳୟରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ସେହିପରି ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର, ପୁରୀର ଲୋକନାଥ ମନ୍ଦିରରୁ ନେଇ ବଡ଼ ବଡ଼ ଶୈବାଳୟମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶ୍ରାବଣ ସୋମବାରରେ ମହାଦେବଙ୍କ ପାଖରେ ଜଳଲାଗି କଲେ ସବୁ ମାନସିକ ପୂରଣ ହେବା ସହ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । 

ଅଧିକ ପଢନ୍ତୁ: ଆଜିକାଲି ବଢୁଛି କାଉଡିଆଙ୍କ ସଂଖ୍ୟା; ଆପଣ ଯଦି ପ୍ରଥମ ଥର ପାଇଁ ବୋଲ୍‌ବମ୍‌ ଯାଉଛନ୍ତି ଜାଣନ୍ତୁ ଏହାର ନିୟମ

Advertisment
Devotees Monday Lord Shiva
Advertisment
Related Articles
Advertisment