Advertisment

Low-Pressure Systems: ଯୋଡ଼ା ଲଘୁଚାପ ଯୋଗୁଁ ତୀବ୍ର ବୃଷ୍ଟିପାତ, ଏହି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଉତ୍ତର ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଗୋଟିଏ ଏବଂ ଉତ୍ତରପଶ୍ଚିମ ମଧ୍ୟପ୍ରଦେଶ ଏବଂ ତାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି ।

author-image
Chinmayee Sahoo
low pressure

low pressure

ଯୋଡ଼ା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଗତକାଲି ଠାରୁ ବିଭିନ୍ନ ସ୍ଥାନରେ ଜାରି ରହିଛି ତୀବ୍ର ବୃଷ୍ଟିପାତ। ପୂର୍ବ ଭାଗରେ ଉତ୍ତର ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ବାଂଲାଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଉପକୂଳରେ ଗୋଟିଏ ଏବଂ ଉତ୍ତରପଶ୍ଚିମ ମଧ୍ୟପ୍ରଦେଶ ଏବଂ ତାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସାରା ଓଡ଼ିଶାକୁ ଅରେଞ୍ଜ ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି)।

Advertisment

ଅଧିକ ପଢନ୍ତୁ: ଅଧା ଓଡ଼ିଶାରେ ପ୍ରବଳ ବର୍ଷିବ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ!

ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଛାଡ଼ି ବାକି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଉତ୍ତର ଓ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଅତିପ୍ରବଳ ବର୍ଷା ହେବ। ଏହିସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଣ୍ଟର ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିଭଳି ୧୯ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ସହିତ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଆକଳନ କରିଛି ଆଇପମଡି। ଆସନ୍ତା ୧୭ ତାରିଖ ଯାଏଁ ପ୍ରବଳ ବର୍ଷା ଜାରି ରହିବା ନେଇ ସତର୍କତା ଜାରି କରିଛି ଆଇଏମଡି।

ଅଧିକ ପଢନ୍ତୁ: ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ହେବ ବର୍ଷା

Heavy Rainfall Alert Weather Low Pressure
Advertisment
Advertisment