Advertisment

Biju Jayanti: ବିଜୁଙ୍କ ଜନ୍ମ ଦିନରେ ପାଳନ ହୁଏ ପଞ୍ଚାୟତିରାଜ ଦିବସ

୧୯୧୬ ମାର୍ଚ୍ଚ ୫ରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ।

ଅଦ୍ୟତନ ହୋଇଛି
Biju Patnaik Birth Anniversary 2024

Biju Patnaik

Advertisment

ଆଜି ବିଜୁ ଜୟନ୍ତୀ ତଥା ରାଜ୍ୟ ପଞ୍ଚାୟତିରାଜ ଦିବସ। ୧୯୧୬ ମସିହା ମାର୍ଚ୍ଚ ୫ ଅର୍ଥାତ୍ ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ । ଆଜି ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ। ୧୯୬୧ ମସିହାରୁ ୧୯୬୩ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ପରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପୁଣି ମୁଖ୍ୟମନ୍ତ୍ରୀ ବନିଥିଲେ । କେନ୍ଦ୍ରରେ କେଇଲା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ବିଜୁ ପଟ୍ଟନାୟକ।

Advertisment

ଜଣେ ନିର୍ଭିକ ପାଇଲଟ ଭାବେ ମଧ୍ୟ ଥିଲା ତାଙ୍କର ସୁଖ୍ୟାତି। ତାଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲା ଇଣ୍ଡୋନେସିଆ । ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବାରେ ସେ ଥିଲେ ସୂତ୍ରଧର । ଆଜିର ଦିନକୁ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଏ।

ଅନ୍ୟପଟେ ବିଜୁ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା। ବାଲୁକା କଳାକୃତି ମାଧ୍ୟମରେ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତନାମା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ଏକ ସୁନ୍ଦର ବାଲୁକା ନିର୍ମିତ ପ୍ରତିକୃତି ତିଆରି କରିବା ସହିତ, ଟ୍ରିବ୍ୟୁଟ୍ ଟୁ ଦି ଟଲ୍ ମ୍ୟାନ ବିଜୁ ବାବୁ ଏବଂ କଳିଙ୍ଗର ବୀରପୁତ୍ର ବିଜୁବାବୁ ବୋଲି ଲେଖିଛନ୍ତି ସୁଦର୍ଶନ।

Advertisment

ଅଧିକ ପଢ଼ନ୍ତୁ: ଇନ୍ଦିରାଙ୍କୁ ଦେଇଥିଲେ ଟକ୍କର; ଏମର୍ଜେନ୍ସୀକୁ କରିଥିଲେ ବିରୋଧ

ବର୍ତ୍ତମାନ ଗ୍ରାମାଞ୍ଚଳରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ପ୍ରମୁଖ ମାଧ୍ୟମ ସାଜିଛି ପଞ୍ଚାୟତିରାଜ ବ୍ୟବସ୍ଥା। ୧୯୫୯, ଅକ୍ଟୋବର ୨ ରେ ପ୍ରଥମେ ରାଜସ୍ଥାନରେ ପଞ୍ଚାୟତିରାଜ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ତେବେ ୧୯୯୨ରେ ସମ୍ବିଧାନର ୭୩ତମ ସଂଶୋଧନରେ ଏହାକୁ ସାମିଲ କରାଯାଇଥିଲା। ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ବିଜୁ ପଟ୍ଟନାୟକ। ଗାଁ ର ବିକାଶକୁ ବିଜୁବାବୁ ସବୁବେଳେ ଅଗ୍ରାଧିକାର ଦେଉଥିଲେ। କ୍ଷମତା ବିକେନ୍ଦ୍ରୀକରଣ ଦ୍ଵାରା ସୁଶାସନ ପ୍ରତିଷ୍ଠା ସମ୍ଭବ ବୋଲି ବୁଝିଥିଲେ ବିଜୁବାବୁ। ଓଡ଼ିଶାର ୧୩ ଜିଲ୍ଲାକୁ ବିଭାଜନ କରି ୩୦ ଜିଲ୍ଲା କରିବା ପାଇଁ ପଦକ୍ଷେପ ନେଇଥିଲେ ବିଜୁ ପଟ୍ଟନାୟକ।

ଗାଁର ବିକାଶରେ ରାଜ୍ୟର ବିକାଶ। ଏକଥାକୁ ବୁଝିଥିଲେ ବିଜୁବାବୁ। ଯେପର୍ଯ୍ୟନ୍ତ ପଞ୍ଚାୟତଗୁଡିକୁ ଆର୍ଥିକ କ୍ଷମତା ପ୍ରଦାନ କରା ନ ଯିବ, ସେପର୍ଯ୍ୟନ୍ତ ପଞ୍ଚାୟତିରାଜ ବ୍ୟବସ୍ଥାର ଲକ୍ଷ୍ୟ ପୂରଣ ହୋଇପାରିବନି। ବ୍ୟବସ୍ଥାରେ ମହିଳାଙ୍କ ଯୋଗଦାନକୁ ଗୁରୁତ୍ୱ ଦେଉଥିଲେ ବିଜୁବାବୁ। ୩୩ ପ୍ରତିଶତ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷଣ କରିବାକୁ ସେ ସମୟରେ ଐତିହାସିକ ନିଷ୍ପତ୍ତି ନେଇଥିଲେ ବିଜୁ। ପ୍ରଥମ ଥର ପାଇଁ ୨୮ହଜାରରୁ ଅଧିକ ମହିଳା ତ୍ରିସ୍ତରୀୟ ବ୍ୟବସ୍ଥାକୁ ନିର୍ବାଚିତ ହୋଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ବାଟ ଭାଙ୍ଗି ନୂଆ ବାଟ ତିଆରି କରୁଥିବା ମଣିଷ ଥିଲେ ବିଜୁବାବୁ

Biju Patnaik Biju Jayanti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ