Advertisment

Panchayatiraj Day in Odisha 2024: ବାଟ ଭାଙ୍ଗି ନୂଆ ବାଟ ତିଆରି କରୁଥିବା ମଣିଷ ଥିଲେ ବିଜୁବାବୁ

ସାରା ଦେଶ ଯେତେବେଳେ ଏପ୍ରିଲ ୨୪କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରେ ଓଡ଼ିଶାରେ ଏହାକୁ ଅନ୍ୟ ଏକ ଦିନରେ କାହିଁକି ପାଳନ କରାଯାଏ? କ’ଣ ରହିଛି ଏହାର କାରଣ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Odisha Panchayatiraj Day 2024

Why Biju Patnaik's birthday is celebrated as Panchayatiraj Day

ଆଜି ପଞ୍ଚାୟତିରାଜ ଦିବସ ବା ବିଜୁବାବୁ ଜୟନ୍ତୀ। ଆମ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବୀରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ପାଳିତ ହୁଏ ପଞ୍ଚାୟତିରାଜ ଦିବସ। ଏହିଦିନ ରାଜ୍ୟର ସମସ୍ତ ପଞ୍ଚାୟତରେ ଏହାକୁ ଧୁମଧାମରେ ପାଳନ କରାଯାଇଥାଏ। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ସାରା ଦେଶ ଯେତେବେଳେ ଏପ୍ରିଲ ୨୪କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରେ ଓଡ଼ିଶାରେ ଏହାକୁ ଅନ୍ୟ ଏକ ଦିନରେ କାହିଁକି ପାଳନ କରାଯାଏ?

Advertisment

୨୦୧୨ରୁ ଓଡ଼ିଶାରେ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳିତ କରାଯାଉଛି। ବିଜୁବାବୁଙ୍କ ଜନ୍ମ ଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିବାକୁ ରାଜ୍ୟ ସରକାର ଏହି ବର୍ଷ ଘୋଷଣା କରିଥିଲେ।

ଅଧିକ ପଢ଼ନ୍ତୁ: ଇନ୍ଦିରାଙ୍କୁ ଦେଇଥିଲେ ଟକ୍କର; ଏମର୍ଜେନ୍ସୀକୁ କରିଥିଲେ ବିରୋଧ

ବିଜୁବାବୁ ଜୟନ୍ତୀ କାହିଁକି ପଞ୍ଚାୟତିରାଜ ଦିବସ :

ବର୍ତ୍ତମାନ ଗ୍ରାମାଞ୍ଚଳରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ପ୍ରମୁଖ ମାଧ୍ୟମ ସାଜିଛି ପଞ୍ଚାୟତିରାଜ ବ୍ୟବସ୍ଥା। ୧୯୫୯, ଅକ୍ଟୋବର ୨ ରେ ପ୍ରଥମେ ରାଜସ୍ଥାନରେ ପଞ୍ଚାୟତିରାଜ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ତେବେ ୧୯୯୨ରେ ସମ୍ବିଧାନର ୭୩ତମ ସଂଶୋଧନରେ ଏହାକୁ ସାମିଲ କରାଯାଇଥିଲା। ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ବିଜୁ ପଟ୍ଟନାୟକ। ଗାଁ ର ବିକାଶକୁ ବିଜୁବାବୁ ସବୁବେଳେ ଅଗ୍ରାଧିକାର ଦେଉଥିଲେ। କ୍ଷମତା ବିକେନ୍ଦ୍ରୀକରଣ ଦ୍ଵାରା ସୁଶାସନ ପ୍ରତିଷ୍ଠା ସମ୍ଭବ ବୋଲି ବୁଝିଥିଲେ ବିଜୁବାବୁ। ଓଡ଼ିଶାର ୧୩ ଜିଲ୍ଲାକୁ ବିଭାଜନ କରି ୩୦ ଜିଲ୍ଲା କରିବା ପାଇଁ ପଦକ୍ଷେପ ନେଇଥିଲେ ବିଜୁ ପଟ୍ଟନାୟକ।

Advertisment

ଗାଁର ବିକାଶରେ ରାଜ୍ୟର ବିକାଶ। ଏକଥାକୁ ବୁଝିଥିଲେ ବିଜୁବାବୁ। ଯେପର୍ଯ୍ୟନ୍ତ ପଞ୍ଚାୟତଗୁଡିକୁ ଆର୍ଥିକ କ୍ଷମତା ପ୍ରଦାନ କରା ନ ଯିବ, ସେପର୍ଯ୍ୟନ୍ତ ପଞ୍ଚାୟତିରାଜ ବ୍ୟବସ୍ଥାର ଲକ୍ଷ୍ୟ ପୂରଣ ହୋଇପାରିବନି। ବ୍ୟବସ୍ଥାରେ ମହିଳାଙ୍କ ଯୋଗଦାନକୁ ଗୁରୁତ୍ୱ ଦେଉଥିଲେ ବିଜୁବାବୁ। ୩୩ ପ୍ରତିଶତ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷଣ କରିବାକୁ ସେ ସମୟରେ ଐତିହାସିକ ନିଷ୍ପତ୍ତି ନେଇଥିଲେ ବିଜୁ। ପ୍ରଥମ ଥର ପାଇଁ ୨୮ହଜାରରୁ ଅଧିକ ମହିଳା ତ୍ରିସ୍ତରୀୟ ବ୍ୟବସ୍ଥାକୁ ନିର୍ବାଚିତ ହୋଇଥିଲେ।

ବାଟ ଭାଙ୍ଗି ନୂଆ ବାଟ ସୃଷ୍ଟି କରୁଥିବା ମଣିଷ ଥିଲେ ବିଜୁବାବୁ। ସେ ଯାହା କରିଛନ୍ତି, ପରବର୍ତ୍ତି ସମୟରେ ସାରା ଦେଶ ତାକୁ ଅନୁକରଣ କରିଛି। ଜାତୀୟ, ଅନ୍ତର୍ଜାତୀୟ ଆକାଶରେ ଯେତେ ଉଡ଼ାଣ ଭରିଥିଲେ ବି ବିଜୁବାବୁଙ୍କ ହୃଦୟ ଥିଲା ୧୬ ଅଣା ଓଡିଆ। ବ୍ୟବସ୍ଥାରୁ, ବିଚାରଧାରା, ସବୁଠି ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି ବିଜୁବାବୁ। ଏନେଇ ସାରା ଓଡ଼ିଆ ତାଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରୁଛି

କାହିଁକି ପାଳନ କରାଯାଏ ପଞ୍ଚାୟତିରାଜ ଦିବସ:

ଭାରତୀୟ ସମ୍ବିଧାନର ୭୩ତମ ସଂଶୋଧନ ଅଧିନିୟମ ୧୯୯୨ ମସିହାରେ ଏହାକୁ ପାରିତ କରାଯାଇଥିଲା। ୧୯୯୩, ଏପ୍ରିଲ ୨୪ରେ ଏହା ଲାଗୁ ହୋଇଥିଲା। ଏହି ଦିନକୁ ମନେପକାଇବା ପାଇଁ ୨୦୧୦ରୁ ଏପ୍ରିଲ ୨୪କୁ ପ୍ରତିବର୍ଷ ସାରା ଦେଶରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି।

ଏହାଦ୍ୱାରା ଏକ ତ୍ରିସ୍ତରୀୟ ଢାଞ୍ଚା ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲାର ସ୍ଥାପନା କରାଯାଇଥିଲା। ଗ୍ରାମ୍ୟ ସ୍ତରରେ ଗ୍ରାମସଭାର ପ୍ରତିଷ୍ଠା କରାଯାଇଥିଲା। ପ୍ରତି ୫ ବର୍ଷରେ ପଞ୍ଚାୟତସ୍ତରୀୟ ନିର୍ବାଚନ ସ୍ଥିର କରାଯାଇଥିଲା। ଅନୁସୂଚିତ ଜାତି/ଜନଜାତିଙ୍କ ପାଇଁ ଲୋକ ସଂଖ୍ୟା ଅନୁସାରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଆଜି ଭାରତରେ ଏକରୁ ଅଧିକ କ୍ଷେପଣାସ୍ତ୍ର ଥାଇପାରେ, କିନ୍ତୁ ଏହାର ସ୍ୱପ୍ନ ବିଜୁବାବୁ ଦେଖିଥିଲେ

ପଞ୍ଚାୟତିରାଜ ଦିବସ ବିଷୟରେ କିଛି ରୋଚକ କଥା:

  • ଭାରତୀୟ ସମ୍ବିଧାନର ଧାରା ୪୦ ଅନୁସାରେ ପ୍ରତ୍ୟେକ ରାଜ୍ୟକୁ ପଞ୍ଚାୟତ ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
  • ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ୧୯୫୯ ଅକ୍ଟୋବର ୨ରେ ପ୍ରଥମ ପଞ୍ଚାୟତିରାଜ ବ୍ୟବସ୍ଥା ରାଜସ୍ଥାନର ନାଗୌର ଜିଲ୍ଲାର ବଗଦୋରୀ ଗାଁରେ ଲାଗୁ କରିଥିଲେ।
  • ୭୩ତମ ସମ୍ବିଧାନ ସଂଶୋଧନ ପରେ ଅଧିନିୟମ ୧୯୬୨ ଅନୁସାରେ ପଞ୍ଚାୟତିରାଜ ସଂସ୍ଥାକୁ ସାମ୍ବିଧାନିକ ଅଧିକାର ମିଳିଥିଲା।
  • ଏହି ବ୍ୟବସ୍ଥା ଲାଗୁ କରିବା ପଛରେ ବଳବନ୍ତରାୟ ମେହେତା ସମିତିର ସୁପାରିଶ୍‌ (୧୯୫୭) ଏବଂ ଅଶୋକ ମେହେତା ସମିତିର ସୁପାରିଶ୍‌ର ପ୍ରମୁଖ ଭୂମିକା ରହିଛି।
Biju Patnaik Biju Babu Jayanti Panchayatiraj Diwas
Advertisment
Advertisment