Advertisment

Kumbha Mela Muscular Baba: ଉଚ୍ଚତା ୭ ଫୁଟ୍, ବଡି ବିଲଡର ଭଳି ଚେହେରା; ମହାକୁମ୍ଭର ଆକର୍ଷଣ ‘ମସ୍କୁଲାର୍ ବାବା’

ବର୍ତ୍ତମାନ, ଆତ୍ମ ​​ପ୍ରେମ ଗିରି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ସାମିଲ ହୋଇଛନ୍ତି। ତାଙ୍କର ଶରୀର ଓ ମୁହଁର ସ୍ୱତନ୍ତ୍ର ଚମକ ତାଙ୍କୁ ମେଳାରେ ଏକ ସ୍ୱତନ୍ତ୍ର ପରିଚିତି ଦେଇଛି। ସେ ଘଣ୍ଟା ଘଣ୍ଟା ବ୍ୟାୟାମ କରିବାକୁ ଭଲ ପାଆନ୍ତି, ଯାହା ତାଙ୍କର ଆକର୍ଷଣୀୟ ଲୁକ୍ ର ରାଜ୍।

ଅଦ୍ୟତନ ହୋଇଛି
Muscular Baba

Muscular Baba

Advertisment

ପ୍ରୟାଗରାଜରେ ଚାଲିଛି ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା। ବିଶ୍ୱାସ, ଭକ୍ତି ଏବଂ ସଂସ୍କୃତିର ପବିତ୍ର ମିଳନରେ ଅଗଣିତ ଲୋକ ଏଠି ଏକତ୍ରିତ ହୋଇଛନ୍ତି। ତ୍ରିବେଣୀ ସଂଗମରେ ଲକ୍ଷାଧିକ ସାଧୁ ସନ୍ଥ ଡେରା ପକାଇଛନ୍ତି। କୁମ୍ଭମେଳା ଆରମ୍ଭରୁ ହିଁ ବେଶ୍ କିଛି ବାବା ଚର୍ଚ୍ଚାରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଛୋଟେ ବାବା, ଚାଏ ୱାଲେ ବାବା, ଆଇଆଇଟିଆନ୍ ବାବା ବି ଅଛନ୍ତି। ହେଲେ ଏବେ ସୋସିଆଲ୍ ମିଡିଆରେ ଆଉ ଜଣେ ବାବା ଟପ୍ ରେ ଅଛନ୍ତି। ଯାହାଙ୍କୁ ସମସ୍ତେ ପର୍ଶୁରାମଙ୍କ ଅବତାର ବୋଲି କହିବା ଆରମ୍ଭ କରିଛନ୍ତି। କୁମ୍ଭମେଳାର ଆକର୍ଷଣ ପାଲଟିଛନ୍ତି ‘ମସ୍କୁଲାର୍ ବାବା’ ।

Advertisment

‘ମସ୍କୁଲାର୍ ବାବା’ଙ୍କ ବେଶ ପୋଷାକ ସମସ୍ତଙ୍କୁ ତାଙ୍କ ଆଡ଼କୁ ଆକର୍ଷିତ କରୁଛି। ସାଧାରଣତଃ ବାବାମାନେ ବିଭୁତି ଆଦି ଲେପନ କରୁଥିବା ବେଳେ ଏ ବାବା ଟିକେ ନିଆରା। ୭ ଫୁଟ ଉଚ୍ଚ ଏବଂ ହଳଦିଆ ପୋଷାକ ପିନ୍ଧି ବେକରେ ରୁଦ୍ରାକ୍ଷ ମାଳା ଏବଂ କାନ୍ଧରେ ଏକ ବ୍ୟାଗ ପକାଇ ବାବା ମେଳାକୁ ଆସିଛନ୍ତି। ନିକଟରେ, ଜଣେ ସୋସିଆଲ୍ ମିଡିଆ ୟୁଜର୍ କେଭିନ୍ ବୁବ୍ରିସ୍କି ଇନଷ୍ଟାଗ୍ରାମରେ ‌ଏହି ବାବାଙ୍କର ଫଟୋ ସେୟାର କରିଥିଲେ, ଯାହା ପରେ ଲୋକମାନେ ତାଙ୍କୁ ଆଧୁନିକ ପର୍ଶୁରାମଙ୍କ ଅବତାର ବୋଲି କହିବା ଆରମ୍ଭ କରିଦେଲେ।

ତେବେ ଏହି ‘ମସ୍କୁଲାର୍ ବାବା’ ଙ୍କ ପ୍ରକୃତ ନାଁ ହେଉଛି ଆତ୍ମ ପ୍ରେମ ଗିରି। ସେ ରୁଷରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ଏବେ ସେ ନେପାଳରେ ରହୁଛନ୍ତି। ପୂର୍ବରୁ ସେ ପାଇଲଟ୍ ବାବାଙ୍କ ଶିଷ୍ୟ ଥିବାବେଳେ ଜୁନା ଅଖାଡା ସହିତ ଜଡିତ ଅଛନ୍ତି। ପୂର୍ବରୁ ସେ ଶିକ୍ଷକତା କରୁଥିଲେ। ମାତ୍ର ପ୍ରାୟ ତିରିଶ ବର୍ଷ ପୂର୍ବେ ସେ ଶିକ୍ଷକତା ଛାଡି ହିନ୍ଦୁ ଧର୍ମ ବିଷୟରେ ଅଧ୍ୟୟନ ଆରମ୍ଭ କରିଥିଲେ। ଧୀରେ ଧୀରେ ସେ ହିନ୍ଦୁ ଧର୍ମକୁ ଆପଣେଇ ନେଲେ।

Advertisment

ଅଧିକ ପଢ଼ନ୍ତୁ: ମହାକୁମ୍ଭରେ IITian ବାବା; କେମିତି ହେଲେ ଇଞ୍ଜିନିୟରରୁ ସାଧୁ, ଜାଣନ୍ତୁ ରୋଚକ କାହାଣୀ...

ବର୍ତ୍ତମାନ, ଆତ୍ମ ​​ପ୍ରେମ ଗିରି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ସାମିଲ ହୋଇଛନ୍ତି। ତାଙ୍କର ଶରୀର ଓ ମୁହଁର ସ୍ୱତନ୍ତ୍ର ଚମକ ତାଙ୍କୁ ମେଳାରେ ଏକ ସ୍ୱତନ୍ତ୍ର ପରିଚିତି ଦେଇଛି। ସେ ଘଣ୍ଟା ଘଣ୍ଟା ବ୍ୟାୟାମ କରିବାକୁ ଭଲ ପାଆନ୍ତି, ଯାହା ତାଙ୍କର ଆକର୍ଷଣୀୟ ଲୁକ୍ ର ଏକ କାରଣ। ମହାକୁମ୍ଭ ମେଳା ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ। ଏଥର ଏହି ଧାର୍ମିକ ଉତ୍ସବରେ ପ୍ରାୟ ୪୦ କୋଟି ଭକ୍ତ ଯୋଗଦେବା ନେଇ ଆକଳନ କରାଯାଉଛି। ଏହି ସମୟରେ, ଅନେକ ଦେଶର ପ୍ରତିନିଧି, ନେତା ଏବଂ ରାଷ୍ଟ୍ରଦୂତମାନେ ମଧ୍ୟ ଏହି ମହାନ କାର୍ଯ୍ୟକ୍ରମରେ ସାମିଲ ହେବେ।

Advertisment

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ମୌନ ବାବା; ୪୧ ବର୍ଷ ଧରି କଥା ହୋଇନାହାନ୍ତି; କେବଳ ଚା’ ପିଇ ବଞ୍ଚିଛନ୍ତି

Kumbh Mela Prayagraj Maha Kumbh Mela Mahakumbh 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ