Advertisment

Anasara Rituals: ଅଣସରରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତସେବା, କାଲି ଲାଗି ହେବ ଦଶମୂଳ ମୋଦକ

ଅଣସର ଘରେ ଶ୍ରୀଜିଉଙ୍କ ଗୁପ୍ତ ସେବା ଜାରି ରହିଛି । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଆସନ୍ତାକାଲି ଏକାଦଶୀରେ ଲାଗି ହେବ ଦଶମୂଳ ମୋଦକ । ଏହାକୁ ସମର୍ପଣ ପରେ ସୁସ୍ଥ ହେବେ ଶ୍ରୀଜିଉ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Srimandir Rituals

Srimandir Rituals

ସୁସ୍ଥ ହେଉଛନ୍ତି ମହାପ୍ରଭୁ। ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତ ସେବା। ଚକା ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି।  ଝୁଣା ଓ ରାଶି ତେଲରେ ପ୍ରସ୍ତୁତ ଓଷୁଅ ଲେପନ କରାଯିବ। ସେପଟେ ରାଜବୈଦ୍ୟ ପ୍ରସ୍ତୁତ କରୁଛନ୍ତି ଦଶମୂଳ ମୋଦକ । ଆସନ୍ତାକାଲି ଏକାଦଶୀରେ ଏହାକୁ ସମର୍ପଣ ପରେ ସୁସ୍ଥ ହେବେ ଶ୍ରୀଜିଉ । ସେପଟେ ତିନିରଥରେ ପଟା ପଡ଼ି ବେଦୀ ନିର୍ମାଣ ଶେଷ ହୋଇଛି । ରଙ୍ଗ କାର୍ଯ୍ୟ ଶେଷ ପରେ ବେଦୀରେ ସିଂହାସନ ମୁହାଁଟି ଫିଟିଂ କରାଯିବ।

Advertisment

ସେପଟେ ସରିସରି ଆସୁଛି ଅନବସର ଦିନ। ଶ୍ରୀ ଅଲାରନାଥ ଦେବଙ୍କ ଅନବସର ଦର୍ଶନର ନବମ ଦିନ। ପ୍ରତିଦିନ ସକାଳୁ ସକାଳୁ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି। ବ୍ୟାରିକେଡରେ ଯାଇ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସ୍ନାନ ପୂର୍ଣ୍ଣିମା ପରଠାରୁ ଅନବସରରେ ଅଛନ୍ତି ମହାପ୍ରଭୁ । ତେଣୁ ଏହି ସମୟରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ସେପଟେ ଅନବସର ପରେ ପରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଆସନ୍ତା ୨୭ରେ ମହାପ୍ରଭୁଙ୍କ ରଥଯାତ୍ରା ହେବାକୁ ଥିବାବେଳେ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । 

ଅଧିକ ପଢନ୍ତୁ: ମହାପ୍ରଭୁଙ୍କୁ ଜ୍ୱର ହୋଇଛି

Srimandir Jagannath Temple
Advertisment
Related Articles
Advertisment