Advertisment

Year Ending : ୨୦୨୨ରେ ଏହି ଅଭିନେତା ଓ କଳାକାରଙ୍କ ମୃତ୍ୟୁ ଆଖିକୁ ଛଳ ଛଳ କରିଛି

ଆଉ କେଇଟା ଦିନ ପରେ ୨୦୨୨ ଆମଠୁ ବିଦାୟ ନେବ। ଏହାର କିନ୍ତୁ କିଛି ଖଟା-ମିଠା ସ୍ମୃତି ସବୁବେଳେ ଆମ ସହିତ ରହିଯିବ। ଏହି ବର୍ଷ କିଛି ଭଲ ସ୍ମୃତି ସାଉଁଟିଥିବା ବେଳେ, କିଛି ଦୁଃଖଦ ସ୍ମୃତିରେ ଦୁନିଆକୁ କନ୍ଦେଇଛି। ଏହି ବର୍ଷ ଏମିତି କିଛି ପ୍ରସିଦ୍ଧ ଅଭିନେତା ଓ କଳାକାରଙ୍କ ଦୁଃଖଦ ମୃତ୍ୟୁ ହୋଇଛି ଯାହା ସମସ୍ତଙ୍କ ଆଖିକୁ ଛଳ ଛଳ କରିଦେଇଛି। ଆସନ୍ତୁ କିଏ ଏମାନେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
Bollywood Celebrities Death in 2022

Tv Actor and Bollywood celebrities death in 2022

'ଚିଠି ନା କୋଇ ସନ୍ଦେଶ, ଜାନେ ୱୋ କୌନ୍ ଦେଶ ଜହାଁ ତୁମ୍‌ ଚଲେ ଗଏ' ଏହି ଗୀତ ସେହିମାନଙ୍କ ଆଖିକୁ ଛଳ ଛଳ କରିଦିଏ ଯେଉଁମାନେ ସେମାନଙ୍କ ନିକଟତମ ବ୍ୟକ୍ତିଙ୍କୁ ହରାଇଛନ୍ତି କିମ୍ବା ଏକ ବିଶେଷ ବ୍ୟକ୍ତିଙ୍କ ଦୁଃଖଦ ମୃତ୍ୟୁକୁ ଦେଖିଛନ୍ତି।

Advertisment

୨୦୨୨ ଆଉ କେଇଟା ଦିନ ପରେ ଆମଠୁ ବିଦାୟ ନେବ। ଏହାର କିନ୍ତୁ କିଛି ଖଟା-ମିଠା ସ୍ମୃତି ସବୁବେଳେ ଆମ ସହିତ ରହିଯିବ। ଏହି ବର୍ଷ କିଛି ଭଲ ସ୍ମୃତି ସାଉଁଟିଥିବା ବେଳେ, କିଛି ଦୁଃଖଦ ସ୍ମୃତିରେ ଦୁନିଆକୁ କନ୍ଦେଇଛି। ଏହି ବର୍ଷ ଏମିତି କିଛି ପ୍ରସିଦ୍ଧ ଅଭିନେତା ଓ କଳାକାରଙ୍କ ଦୁଃଖଦ ମୃତ୍ୟୁ ହୋଇଛି ଯାହା ସମସ୍ତଙ୍କ ଆଖିକୁ ଛଳ ଛଳ କରିଦେଇଛି। ଆସନ୍ତୁ କିଏ ଏମାନେ ଜାଣିନେବା।

ଅଧିକ ପଢ଼ନ୍ତୁ: ୨୦୨୨ର ୫ ସଫଳ ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା; ବଲିଉଡ୍‌କୁ ଦେଇଛନ୍ତି ନୂଆ ଜୀବନ

Advertisment

ଲତା ମଙ୍ଗେଶକର:

ଭାରତ ରତ୍ନ ଏବଂ ସ୍ୱର କୋକିଲା ନାମରେ ଜଣାଶୁଣା ଲତା ମଙ୍ଗେଶକରଙ୍କର ଫେବୃଆରୀ ୬ ରେ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ଲତା ମଙ୍ଗେଶକର ତାଙ୍କ କ୍ୟାରିଅରରେ ବିଭିନ୍ନ ଭାଷାରେ ହଜାର ହଜାର ଗୀତରେ ସ୍ୱର ଦେଇଛନ୍ତି।

ବାପି ଲାହିରି :

ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରି ତାଙ୍କ ଗୀତ ସହିତ ସଙ୍ଗୀତ ଜଗତର ଲୋକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବାପି ଲାହିରିଙ୍କ ୧୫ ଫେବୃଆରୀରେ ୬୯ ବର୍ଷ ବୟସରେ ଦେହାନ୍ତ ହୋଇଥିଲା।

ରାଜୁ ଶ୍ରୀବାସ୍ତବ:

ହାସ୍ୟ ଅଭିନେତା ତଥା ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ୨୧ ସେପ୍ଟେମ୍ବରରେ ଦେହାନ୍ତ ହୋଇଛି। ରାଜୁ ଶ୍ରୀବାସ୍ତବ ଅଗଷ୍ଟ ୧୦ରେ ଦିଲ୍ଲୀର ଏକ ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ହୃଦଘାତରେ ପୀଡିତ ହୋଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

କେ.କେ:

ସଂଗୀତ ଶିଳ୍ପରେ କୃଷ୍ଣ କୁମାର କୁନ୍ନାଥ କେ.କେ ଭାବରେ ଜଣାଶୁଣା ଥିଲେ। ୩୧ ମେ’ରେ ଏକ କନ୍‌ସର୍ଟ ସମୟରେ ସେ ହୃଦଘାତରେ ପୀଡିତ ହୋଇଥିଲେ ଏବଂ ଏହା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳେକୁ ତାଙ୍କୁ ମାତ୍ର ୫୩ ବର୍ଷ ହୋଇଥିଲା।

ଦୀପେଶ ଭାନ:

ଟିଭି ଶୋ 'ଭାବୀ ଜୀ ଘର ପର୍‌ ହୈ'ରୁ ମଲଖାନ ନାମରେ ପ୍ରତ୍ୟେକ ଘରେ ପରିଚିତ ଅଭିନେତା ଦୀପେଶ ଭାନ ମଧ୍ୟ ଚଳିତ ବର୍ଷ ବିଦାୟ ନେଇଛନ୍ତି। ତାଙ୍କର ଆକସ୍ମିକ ମୃତ୍ୟୁ ଏକ ବଡ ଧକ୍କାରୁ କିଛି କମ ନ ଥିଲା। ୨୩ ଜୁଲାଇରେ ମାତ୍ର ୪୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ସାଙ୍ଗମାନଙ୍କ ସହ କ୍ରିକେଟ୍ ଖେଳିବାବେଳେ ତଳେ ପଡ଼ିଯିବା ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା।

ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ:

ଲୋକପ୍ରିୟ ଟିଭି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଚଳିତ ବର୍ଷ ମାତ୍ର ୪୬ ବର୍ଷ ବୟସରେ ଏ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ତାଙ୍କ ମୃତ୍ୟୁ ପ୍ରଶଂସକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। ଜିମ୍‌ରେ ବ୍ୟାୟାମ ସମୟରେ ସେ ହୃଦ୍‌ଘାତରେ ପୀଡିତ ହୋଇଥିଲେ। ଜିମରେ ତାଙ୍କ ହୋସ୍ ଆଣିବାକୁ ଚେଷ୍ଟା କରାଯାଇଥିଲେ ବି ସେ ୧୧ ନଭେମ୍ବର ୨୦୨୨ରେ ମୃତ୍ୟୁ ବରଣ କରିଥିଲେ।

ସିଦ୍ଧୁ ମୁସେୱାଲା:

ସିଦ୍ଧୁ ମୁସେୱାଲା ଜଣେ ଭାରତୀୟ ସଂଗୀତଜ୍ଞ, ରାପର, ଗୀତିକାର ଏବଂ ଅଭିନେତା ଥିଲେ। ପଞ୍ଜାବୀ ସଙ୍ଗୀତ ଏବଂ ସିନେମାରେ କାମ ପାଇଁ ସେ ବେଶ ଜଣାଶୁଣା। କିଛି ଅଜଣା ଲୋକ ମେ ୨୯ ରେ ମାନସା ଜିଲ୍ଲାର ଜବାହରକେ ଗ୍ରାମରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

ବିକ୍ରମ ଗୋଖ୍‌ଲେ:

ବଲିଉଡ୍‌ ଏବଂ ମରାଠୀ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତା ବିକ୍ରମ ଗୋଖ୍‌ଲେଙ୍କ ନଭେମ୍ବର ୨୬ରେ ଦେହାନ୍ତ ହୋଇଛି। ବିକ୍ରମ ଗୋଖଲେ ଦୀର୍ଘ ସମୟ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ମଧ୍ୟ ସେ ସୁସ୍ଥ ହୋଇପାରି ନଥିଲେ।

ସୁନୀଲ ଶେଣ୍ଡେ

ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ର ଅଭିନେତା ସୁନୀଲ ଶେଣ୍ଡେଙ୍କ ନଭେମ୍ବର ୧୪ରେ ୭୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଶାହରୁଖ ଖାନଙ୍କ ସିରିଏଲ୍‌ 'ସର୍କସ'ରେ ତାଙ୍କ ବାପାଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ 'ସରଫରୋଶ', 'ଗାନ୍ଧୀ' ଏବଂ 'ବାସ୍ତବ' ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ।

ରମେଶ ଦେବ:

ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଥିଲେ ରମେଶ ଦେବ। ଫେବୃଆରୀ ୨ରେ ୯୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ରମେଶ ଦେବ ତାଙ୍କ କ୍ୟାରିଅରରେ ବିଭିନ୍ନ ଭାଷାରେ ୪୫୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି।

ଅରୁଣ ବର୍ମା:

ଅଭିନେତା ଅରୁଣ ବର୍ମା ତାଙ୍କ କ୍ୟାରିୟରରେ ୮୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏଥିରେ ସଲମାନ ଖାନ ଏବଂ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ମଧ୍ୟ ରହିଛି। ଜାନୁଆରୀ ୨୦ରେ ଅରୁଣ ବର୍ମାଙ୍କ ଦେହାନ୍ତ ହୋଇଥିଲା।

ଅରୁଣ ବାଲି:

ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଚରିତ୍ର କଳାକାର ଅରୁଣ ବାଲି ବିଭିନ୍ନ ଚଳଚ୍ଚିତ୍ରରେ ଅଭିନୟ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନ୍ୟୁରୋମସ୍କୁଲର ରୋଗ ହେତୁ ଅକ୍ଟୋବର ୭ ରେ ଅରୁଣ ବାଲିଙ୍କର ଦେହାନ୍ତ ହୋଇଥିଲା।

ରବି ଟଣ୍ଡନ୍:

ଅଭିନେତ୍ରୀ ରବିନା ଟଣ୍ଡନଙ୍କ ବାପା ତଥା ଚଳଚ୍ଚିତ୍ର ନିର୍ମାତା ରବି ଟଣ୍ଡନ୍‌ଙ୍କ ଫେବୃଆରୀ ୧୧ରେ ଦେହାନ୍ତ ହୋଇଛି। ରବି ଟଣ୍ଡନ୍ 'ଅନ୍‌ହୋନି', 'ଖେଲ ଖେଲ ମେ', 'ମଜବୁର' ଏବଂ 'ଖୁଦ୍ଦାର' ଭଳି ଲୋକପ୍ରିୟ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ।

Bollywood Ollywood Flashback 2022
Advertisment
Advertisment