• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ସାହିଦ୍ କପୁର, ବଲିଉଡ ଇଣ୍ଡଷ୍ଟ୍ରୀର ଜଣେ ଲୋକପ୍ରିୟ ତାରକା । ରୋମାଣ୍ଟିକ ହିରୋ ଭାବେ ଜଣାଶୁଣା । ଅଭିନୟର ଯାଦୁ ସହ ତାଙ୍କର ଚାର୍ମିଂ ଲୁକ୍‌ ଫ୍ୟାନ୍ସଙ୍କୁ କିମିଆ କରେ । ସାରା ଦେଶରେ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ । ସେ ଅନେକ ସୁପରହିଟ୍ ମୁଭି ଭେଟି ଦେଇଛନ୍ତି । ଜବ୍ ୱି ମିଟ୍, ବିବାହ, ପଦ୍ମାବତ୍, କବୀର ସିଂ, ଉଡ୍‌ତା ପଞ୍ଜାବ, ତେରି ବାତୋମେ ଐସେ ଉଲ୍‌ଝା ଜିୟା ଇତ୍ୟାଦି ତାଙ୍କର କେତେକ ହିଟ୍ ଫିଲ୍ମ ।  ବର୍ତ୍ତମାନ ଏହି ଅଭିନେତା ନିଜର ଆଗାମୀ ମୁଭି 'ଦେବା' ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଯଦିଓ ସାହିଦ ବିବାହିତ ଏବଂ ଦୁଇଟି ସନ୍ତାନର ପିତା, ତଥାପି ତାଙ୍କର ରୋମାଣ୍ଟିକ ଅନ୍ଦାଜ ଆଜି ବି ଝିଅଙ୍କୁ ଦିୱାନୀ ବନାଏ । 

ଅଧିକ ପଢ଼ନ୍ତୁ: ସଲମାନ୍ ଖାନ୍ ଯଦି ବାହା ହୋଇଥାନ୍ତେ ତେବେ ‘ମନ୍ନତ’ ହୋଇଥାନ୍ତା ତାଙ୍କର

ଆଜିର ସମୟରେ ସାହିଦ କପୁର ବଲିଉଡର ଜଣେ ଆଗଧାଡିର ଅଭିନେତା । ତେବେ ରାତିରାତି ସେ ଏମିତି ବଡ଼ ଷ୍ଟାର୍ ହୋଇଯାଇନଥିଲେ । ଜିରୋରୁ ହିରୋ ହେବାର ଯାତ୍ରାରେ ତାଙ୍କୁ କମ୍ ସଂଘର୍ଷ କରିବାକୁ ପଡିନଥିଲା । ୨୦୦୩ରୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କ୍ୟାରିୟର ଆରମ୍ଭ କରିଥିଲେ ସାହିଦ । ୧୦୦ ଥର ରିଜେକ୍ଟ ହୋଇଥିଲେ । ଦିନ ଥିଲା ତାଙ୍କର ଗୋଟିଏ ବି ଫିଲ୍ମ ବକ୍ସ ଅଫିସରେ ଚାଲି ପାରୁନଥିଲା । ହାତରେ ଗୋଟିଏ ବି ଫିଲ୍ମ ନଥିଲା ।  

କ୍ୟାରିୟର ଆରମ୍ଭରେ ସେ ବ୍ୟାକ୍ ଟୁ ବ୍ୟାକ୍ ଫ୍ଲପ୍ ଫିଳ୍ମ ଦେଇଥିଲେ । ଗୋଟିଏ ମାସରେ ତାଙ୍କ ଅଭିନୀତ ୩ଟି ଫିଲ୍ମ 'ଶିଖର', 'ୱାଓ ! ଲାଇଫ ହୋ ତୋ ୟୈସି', 'ଦିୱାନେ ହୁଏ ପାଗଲ' ବକ୍ସଅଫିସରେ ଫ୍ଲପ୍ ହୋଇଯାଇଥିଲା । ଏହି ବିଫଳତା ତାଙ୍କୁ ଡିପ୍ରେସନକୁ ନେଇଯାଇଥିଲା ।

ମାତ୍ର ୨୦୦୬ରେ ଦୁଇଟି ସୁପରହିଟ୍ ସହ ବ୍ୟାକ୍ କରିଥିଲେ ସାହିଦ । ଏହି ବର୍ଷ ତାଙ୍କ ଅଭିନୀତ 'ବିବାହ' ଏକ ବଡ ହିଟ୍ ସାବ୍ୟସ୍ତ ହୋଇଥିଲା । ଦୀର୍ଘ ୨୫ ସପ୍ତାହ ଧରି ଚାଲିଥିଲା ଫିଲ୍ମ । ହେଲେ ଏହି ସଫଳତା ପରେ ବି ସାହିଦଙ୍କୁ କିଛି ଫିଲ୍ମ ମିଳୁନଥିଲା । ସେ ଦୀର୍ଘ ୬ ମାସ କାଳ ଘରେ ବସିଥିଲେ। କାରଣ ଫିଲ୍ମନିର୍ମାତା ତାଙ୍କୁ କେଉଁ ରୋଲ୍‌ ଦେବେ ସ୍ଥିର କରିପାରୁନଥିଲେ । 

ଏହାପରେ ସେ ଆଧ୍ୟାତ୍ମିକତା ପଥରେ ଅଗ୍ରସର ହୋଇଥିଲେ । ରୋମାଣ୍ଟିକ ହିରୋ ଚରିତ୍ର ପାଇଁ ଜଣାଶୁଣା ଏହି କଳାକାର ରାଧାସ୍ବାମୀ ସତସଙ୍ଗ ସଙ୍ଗଠନ ସହ ଯୋଡି ହୋଇଥିଲେ, ଯେଉଁଠି ସେ ଜୀବନରେ ଲକ୍ଷ୍ୟର ପ୍ରକୃତ ଗଭୀରତା ହୃଦୟଙ୍ଗମ କରିଥିଲେ । ନିକଟରେ ସାହିଦ୍ କପୁର ଏକ ଇଣ୍ଟରଭ୍ୟୁରେ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ ସମୟର ସଂଘର୍ଷ ବିଷୟରେ କହିଛନ୍ତି । 

ସାହିଦ୍ କହିଛନ୍ତି, ମୁଁ ସବୁବେଳେ ଜୀବନ, ଜୀବନର ଉତ୍ସ, କାହିଁକି ଆମେ ଏଠି ଅଛୁ, ଆମର ଉଦ୍ଦେଶ୍ୟ କ'ଣ ଏସବୁ ବିଷୟରେ ବେଶ୍ ଉତ୍ସୁକ ରହୁଥିଲି । ଏହାର ଉତ୍ତର ମୋ ପାଖରେ ନଥିଲା । ମୁଁ କିଛି ଜିନିଷର ଅର୍ଥ ବୁଝି ପାରୁନଥିଲି । ହେଲେ ରାଧାସ୍ବାମୀ ମାର୍ଗ ଅନୁସରଣ କରିବା ପରେ ନିଜକୁ ଓ ପ୍ରତିଟି ଜିନିଷକୁ ବହୁତ ଭଲ ଭାବେ ବୁଝିବାର ସୁଯୋଗ ପାଇଲି । 

ସାହିଦ୍ ଏକ ଜାତୀୟ ଗଣମାଧ୍ୟମକୁ ଇଣ୍ଟରଭ୍ୟୁରେ କହିଥିଲେ, ''ସମସ୍ତଙ୍କୁ ଲାଗୁଥିଲା ମୁଁ ପଙ୍କଜ କପୁରଙ୍କ ପୁଅ ତେଣୁ ମୋତେ ସହଜରେ ବ୍ରେକ୍ ମିଳିଯିବ । କିନ୍ତୁ ମୁଁ ୧୦୦ଟି ଅଡିସନରେ ରିଜେକ୍ଟ ହୋଇଥିଲି । ଏମିତିକି ମୋ ପାଖରେ ଖାଇବାକୁ କିମ୍ବା ଅଡିସନ ପାଇଁ ଯିବାକୁ ପଇସା ନଥିଲା । ମୁଁ ଏମିତି ଏକ ଜୀବନ ଜୀଇଁଛି । ଏହା ବିଷୟରେ ଆଲୋଚନା କରିବାକୁ ଚାହୁଁନି, ମାତ୍ର ଏହା ସତ !''

ବିଭିନ୍ନ ନ୍ୟୁଜ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସାହିଦ କପୁର ୩୦୦ କୋଟି ସମ୍ପତ୍ତିର ମାଲିକ ଅଟନ୍ତି । ସେ ୨୦୧୫ରେ ମୀରା ରାଜପୁତଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ପୁଅ-ଝିଅ ମିଶା ଓ ଜେନ୍ ଅଛନ୍ତି । 

ଅଧିକ ପଢ଼ନ୍ତୁ: ‘ମନ୍ନତ’କୁ ନେଇ ଅଡୁଆରେ ଶାହରୁଖ ଖାନ୍; ହୋଇଛି ନିୟମର ଉଲ୍ଲଂଘନ

OTV is now on Whatsapp

Join and get latest news update delivered to you via whatsapp

Join Now