Advertisment

‘ଦ କେରଳ ଷ୍ଟୋରୀ’ ଟିମ୍‌କୁ ବିବେକ ଅଗ୍ନିହୋତ୍ରୀଙ୍କ ଚେତାବନୀ; କହିଲେ ଘୃଣାର ଶିକାର ହେବାକୁ ପଡ଼ିବ

ସମସ୍ତ ବିବାଦ ପରେ 'ଦି କେରଳ ଷ୍ଟୋରୀ' ଶେଷରେ ମୁକ୍ତିଲାଭ କରିଛି। ଫିଲ୍ମଟି ଏକ ରାଜନୈତିକ କଳହରେ ପଡ଼ିଛି। କଥା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହାକୁ ନେଇ ଏବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଟିମ୍‌କୁ ଚେତାବନୀ ଦେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Vivek Agnihotri Warn Kerala Story Team

Vivek Agnihotri warn kerala story team said u will get lots of hatred

‘ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପ୍ରାୟତଃ ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ଏହି ଚଳଚ୍ଚିତ୍ର ନିର୍ମାତା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରୀ’କୁ ନେଇ ସେ ଟ୍ୱିଟ୍ କରିଛନ୍ତି। ସେ ଏହି ଚଳଚ୍ଚିତ୍ରକୁ ଲଗାତର ସମର୍ଥନ କରୁଛନ୍ତି। କିନ୍ତୁ ଚଳଚ୍ଚିତ୍ରଟି ରିଲିଜ୍ ହେବା ପରଠାରୁ ବିବାଦରେ ଛନ୍ଦି ହୋଇପଡିଛି।

Advertisment

ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ରଟି ଲୋକଙ୍କ ଠାରୁ ବହୁତ ସମର୍ଥନ ମଧ୍ୟ ହାସଲ କରୁଛି। ଏହା ସହିତ ଲୋକମାନେ ଫିଲ୍ମକୁ ମଧ୍ୟ ବହୁତ ପସନ୍ଦ କରନ୍ତି, ଯେଉଁ କାରଣରୁ ଏହାକୁ ଅନେକ ସ୍ଥାନରେ ଟିକସମୁକ୍ତ ମଧ୍ୟ କରାଯାଇଛି।

ଅଧିକ ପଢ଼ନ୍ତୁ: ରୂପେଲି ପରଦାରେ ପ୍ରଦର୍ଶିତ ହେବ କେରଳର କଳା କାହାଣୀ ?

ବିବେକ ‘କେରଳ ଷ୍ଟୋରୀ’କୁ ସମର୍ଥନ କରି ନିଜ ଟ୍ୱିଟର୍‌ରେ ଏକ ଟୁଇଟ୍ କରିଛନ୍ତି। ସେ ନିଜ ଟ୍ୱିଟର୍‌ରେ ଏକ ବଡ ନୋଟ୍ ଲେଖିଛନ୍ତି। ବିବେକ ତାଙ୍କ ପୋଷ୍ଟ୍‌ରେ ‘କେରଳ ଷ୍ଟୋରୀ’ର ନିର୍ମାତା ବିପୁଲ ଶାହ, ନିର୍ଦ୍ଦେଶକ ସୁଦୀପ୍ତୋ ସେନ୍ ଏବଂ ଅଭିନେତ୍ରୀ ଅଦା ଶର୍ମାଙ୍କୁ ଚେତାବନୀ ଦେଇଛନ୍ତି ଯେ ଏହି ଚଳଚ୍ଚିତ୍ର ପରେ ଆପଣଙ୍କ ଜୀବନ ପୂର୍ବ ଭଳି ହୋଇ ରହିବ ନାହିଁ।

Advertisment

ବିବେକ ଚେତାବନୀ ଦେଇଛନ୍ତି ଯେ – “ପ୍ରିୟ ବିପୁଲ ଶାହ, ସୁଦୀପ୍ତୋ ସେନ୍ ଏବଂ ଅଦା ଖାନ୍, ଏବଂ ‘କେରଳ ଷ୍ଟୋରୀ’ର ପୂରା ଟିମ୍, ସର୍ବପ୍ରଥମେ ମୁଁ ଏହି ସାହସିକ ଉଦ୍ୟମ ପାଇଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି। ଏହା ବ୍ୟତୀତ, ମୁଁ ଆପଣଙ୍କୁ ଏକ ଖରାପ ଖବର ମଧ୍ୟ ଦେବି ଯେ ବର୍ତ୍ତମାନ ଆପଣଙ୍କ ଜୀବନ ପୂର୍ବ ପରି ଆଉ ରହିବ ନାହିଁ। ଆପଣଙ୍କୁ ଅଧିକରୁ ଅଧିକ ଘୃଣାର ଶିକାର ହେବାକୁ ପଡିବ। ଆପଣଙ୍କ ଶ୍ୱାସରୁଦ୍ଧ ହୋଇଯିବ। ବେଳେବେଳେ ଆପଣ ବି ଭ୍ରମରେ ପଡ଼ିବେ ଆଉ କ୍ରୋଧ କରିବେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ହୃଦୟଙ୍ଗମ କରିଛନ୍ତି, ସିନେମାର ବହୁତ ଶକ୍ତି ଅଛି ଯାହା ବୋଧହୁଏ ମିଡିଆ ଏବଂ ରାଜନୀତିରେ ମଧ୍ୟ ନାହିଁ। ଏହା ଏପରି ଏକ ବାସ୍ତବତା, ପ୍ରକୃତ ଇତିହାସ ଉପସ୍ଥାପନ କରିପାରିବ, ଏକ ସଂସ୍କୃତି ଯୁଦ୍ଧ ଲଢିପାରିବ ଏବଂ ଏହା ଦେଶର ବୃହତ ସ୍ୱାର୍ଥ ପାଇଁ ଏକ ନରମ ଶକ୍ତି ହୋଇପାରେ ବୋଲି ସେ କହିଛନ୍ତି।

ଭାରତରେ ଏହି ପ୍ରକାର ସିନେମା ତିଆରି କରିବା ଅତ୍ୟନ୍ତ କଷ୍ଟକର, ସେ ମଧ୍ୟ ଏଥିପାଇଁ ବହୁ ଚେଷ୍ଟା କରିଥିଲେ ହେଁ ତାହା ହୋଇପାରି ନାହିଁ। ତେବେ ସେ ତାଙ୍କ ପୋଷ୍ଟ୍‌ରେ ସିନେମା ସହ ଜଡିତ ଅନେକ ଜିନିଷ ଶେୟାର କରିଛନ୍ତି। ଏହା ସହିତ ସେ ତାଙ୍କର ସମସ୍ତ ଚିନ୍ତାଧାରାକୁ ଏହି ପୋଷ୍ଟ୍‌ ମାଧ୍ୟମରେ ପ୍ରଶଂସକଙ୍କ ସାମ୍ନାରେ ରଖିଛନ୍ତି।

Bollywood Filmmaker Vivek Agnihotri Vivek Agnihotri
Advertisment
Advertisment