/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683624351.jpg)
The Kerala Story
ଧର୍ମାନ୍ତରୀକରଣ ଜାଲରେ ଛନ୍ଦି ହୋଇ କିପରି ଯୁବତୀମାନେ ଆତଙ୍କୀ ସଂଗଠନରେ ସାମିଲ ହେଉଛନ୍ତି, ଏଭଳି କିଛି କାହାଣୀକୁ ନେଇ ନିର୍ମାଣ ହୋଇଛି 'ଦି କେରଳ ଷ୍ଟୋରି' । ତେବେ ଫିଲ୍ମର ଟ୍ରେଲର ରିଲିଜ ହେବା ପରଠୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଆଉ ଏହା ରିଲିଜ ହେବା ପରେ ବି ବିବାଦ ଥମିନି । କେଉଁ ରାଜ୍ୟରେ ଏହାକୁ ଟ୍ୟାକ୍ସ ଫ୍ରି ଘୋଷଣା କରାଯାଉଛି, ତ ଆଉ କେଉଁ ରାଜ୍ୟରେ ଏହାକୁ ବ୍ୟାନ୍ କରାଯାଇଛି ।
ଗତ ୫ ତାରିଖରେ ରିଲିଜ ହୋଇଥିବା ସିନେମା ଦି କେରଳ ଷ୍ଟୋରି(The Kerala Story)କୁ ନେଇ ସାରା ଦେଶରେ ଚର୍ଚ୍ଚା ଆଲୋଚନା ଓ ବିବାଦ ଲାଗି ରହିଥିବା ବେଳେ ଏସବୁ ଭିତରେ ଏହି ଫିଲ୍ମକୁ ଦେଖିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବେଙ୍ଗାଲୁରୁରେ ନଡ୍ଡା ଏହି ଫିଲ୍ମକୁ ଦେଖିବା ପରେ, ଏହା ଉପରେ ରଖିଛନ୍ତି ବଡ଼ ବୟାନ୍ । କହିଛନ୍ତି, ଏଥିରେ ଦେଖିଲେ ଆତଙ୍କବାଦର ନୂଆ ରୂପ । ବୋମା କିମ୍ବା ଗୁଳିଗୁଳା ବ୍ୟବହାର କରାଯାଇନି । ବରଂ ଆତଙ୍କବାଦର ବିଷାକ୍ତ ରୂପକୁ ଏଠାରେ ପ୍ରକାଶ କରାଯାଇଛି । ଏହି ଫିଲ୍ମର ପରିଭାଷା କେଉଁ ରାଜ୍ୟ କିମ୍ବା ଧର୍ମ ସହିତ ଜଡିତ ନୁହେଁ । ବରଂ ପ୍ରକୃତ ସତ୍ୟକୁ ଲୋକଲୋଚନକୁ ଅଣାଯାଇଛି। ଏହା ଲୋକଙ୍କ ମଧ୍ୟରେ ସଚେତନତା ଆଣିବ । ତେଣୁ ଏହି ଫିଲ୍ମ ସମସ୍ତ ବର୍ଗର ଲୋକ ଦେଖିବା ଉଚିତ ବୋଲି କହିଛନ୍ତି ନଡ୍ଡା।...
ଅଧିକ ପଢ଼ନ୍ତୁ: 'The Kerala Story'କୁ ନେଇ ଜବରଦସ୍ତ ରାଜନୀତି, ପଶ୍ଚିମବଙ୍ଗରେ ବ୍ୟାନ୍, ୟୁପିରେ ଟ୍ୟାକ୍ସ ଫ୍ରି
ରିଲିଜ ହେବାର ବହୁ ପୂର୍ବରୁ ବିବାଦରେ ରହିଆସିଛି ଫିଲ୍ମ 'ଦି କେରଳ ଷ୍ଟୋରି' । କେରଳର କଳା କାହାଣୀକୁ ଏଥିରେ ଲୋକଲୋଚନକୁ ଅଣାଯାଇଥିବା କିଛି ଗୋଷ୍ଠୀ ଦାବି କରୁଥିବା ବେଳେ, ଖୋଦ୍ କେରଳ ସରକାର ଏହାକୁ ବ୍ୟାନ୍ କରିବାକୁ ଦାବି କରିଥିଲେ । କେରଳ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ କଂଗ୍ରେସ ଏହାକୁ ବିରୋଧ କରିବା ସହିତ ଏକ ମିଥ୍ୟା ପ୍ରଚାରମୂଳକ ଚଳଚ୍ଚିତ୍ର ବୋଲି କହିଥିଲେ ।
ତେବେ କେରଳ ହାଇକୋର୍ଟ ଏହାକୁ ବ୍ୟାନ୍ କରିବାକୁ ମନା କରିଦେଇଛନ୍ତି । ଫିଲ୍ମ ଆରମ୍ଭରୁ ଏହା କାଳ୍ପନିକ କାହାଣୀ ବୋଲି ଦର୍ଶାଯାଇଥିବାରୁ, ଏହା ଉପରେ ରୋକ ଲଗାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଏହାକୁ ସମର୍ଥନ କରିଛନ୍ତି।...
ଧୋକା, ଧର୍ମାନ୍ତରୀକରଣ ଏବଂ ତା ପରେ ଝିଅଙ୍କୁ ଆତଙ୍କୀ ସଂଗଠନ ISISକୁ ବିକ୍ରି କରିଦେବା ଭଳି ଉଦବେଗଜନକ ପ୍ରସଙ୍ଗ ସ୍ଥାନ ପାଇଛି ଫିଲ୍ମ 'ଦି କେରଳ ଷ୍ଟୋରି'ରେ । କେମିତି ଶାଲିନୀ ନାମକ ଜଣେ ଯୁବତୀଙ୍କୁ ବ୍ରେନୱାଶ୍ କରି ଫାତିମାରେ ପରିଣତ କରାଯାଉଛି, ସେ କିପରି ତଥାକଥିତ ଲଭ୍ ଜିହାଦର ଶିକାର ହେଉଛନ୍ତି, ପରେସିରିଆର ଆତଙ୍କୀ ସଂଗଠନ ISISରେ ସାମିଲ ହେଉଛନ୍ତି, ଏବଂ ଶେଷରେ ସେଠାରୁ ଖସିଆସି ଆଫଗାନିସ୍ତାନ ଜେଲରେ ପହଞ୍ଚୁଛନ୍ତି, ତାହା ଉପରେ ଆଧାରିତ ହୋଇଛି ଏହି ଫିଲ୍ମ ।
ଅଦା ଶର୍ମା ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ, ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ୍ । ତେବେ କେରଳରେ ୩୨ହଜାର ଝିଅଙ୍କ ଧର୍ମାନ୍ତରୀକରଣ ଓ ISISରେ ଯୋଗ ଦେବା ନେଇ ଫିଲ୍ମରେ ହୋଇଥିବା ଦାବିକୁ ନେଇ ଦେଖାଦେଇଥିଲା ଘୋର ବିବାଦ । ତେବେ ନିର୍ମାତାଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଦୀର୍ଘବର୍ଷର ଗବେଷଣା ପରେ ଏହାକୁ ନିର୍ମାଣ କରାଯାଇଛି ଏବଂ ଏହା ସତ୍ୟ ଘଟଣା ଉପରେ ଆଧାରିତ । ତେବେ ରିଲିଜ ହେବାର ୩ ଦିନ ଭିତରେ ୧୬କୋଟିରୁ ଅଧିକ ବ୍ୟବସାୟ କରିସାରିଲାଣି ଦି କେରଳ ଷ୍ଟୋରି । ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)