Advertisment

Tanushree Dutta: ଘରେ ଦିଆଯାଉଛି ନିର୍ଯାତନା, କାନ୍ଦି କାନ୍ଦି ଭିଡିଓ କରି କହିଲେ

ତନୁଶ୍ରୀ ଦତ୍ତା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କାନ୍ଦୁଥିବା ଦେଖାଯାଇଛନ୍ତି। ଭିଡିଓରେ ସେ କହିଛନ୍ତି, ବନ୍ଧୁମାନେ ମୋତେ ମୋ ନିଜ ଘରେ ହଇରାଣ କରାଯାଉଛି। ବିରକ୍ତ ହୋଇ ମୁଁ ପୋଲିସକୁ ଡାକିଥିଲି, ପୋଲିସ ଆସିଥିଲେ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Tanushree Dutta

Tanushree Dutta

ତନୁଶ୍ରୀ ଦତ୍ତା ନିକଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ କାନ୍ଦୁଛନ୍ତି ଓ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ତାଙ୍କୁ ଗତ ୪-୫ ବର୍ଷ ଧରି ହଇରାଣ କରାଯାଉଛି। ମଙ୍ଗଳବାର ଦିନ ଅଭିନେତ୍ରୀ ବିରକ୍ତ ହୋଇ ପୋଲିସକୁ ଡାକିଥିଲେ, କିନ୍ତୁ ତାଙ୍କୁ କୁହାଯାଇଥିଲା ଯେ ସେ ଅଭିଯୋଗ ଲେଖାଇବା ପାଇଁ ପୋଲିସ ଷ୍ଟେସନକୁ ଆସନ୍ତୁ।

Advertisment

ଅଭିନେତ୍ରୀ ଜଣକ କହିଛନ୍ତି ଯେ ବିଳମ୍ବ ହେବା ପୂର୍ବରୁ ତାଙ୍କୁ ସାହାଯ୍ୟ କରାଯାଉ। ତନୁଶ୍ରୀ ଦତ୍ତା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କାନ୍ଦୁଥିବା ଦେଖାଯାଇଛନ୍ତି। ଭିଡିଓରେ ସେ କହିଛନ୍ତି, ବନ୍ଧୁମାନେ ମୋତେ ମୋ ନିଜ ଘରେ ହଇରାଣ କରାଯାଉଛି। ବିରକ୍ତ ହୋଇ ମୁଁ ପୋଲିସକୁ ଡାକିଥିଲି, ପୋଲିସ ଆସିଥିଲେ।

Advertisment

ସେମାନେ ମୋତେ ପୋଲିସ ଷ୍ଟେସନକୁ ଆସି ଅଭିଯୋଗ କରିବାକୁ କହିଛନ୍ତି। ମୁଁ ଆସନ୍ତାକାଲି କିମ୍ବା ପରଦିନ ଅଭିଯୋଗ କରିବି। ମୋ ଦେହ ଭଲ ନାହିଁ। ମୋତେ ଗତ ୪-୫ ବର୍ଷ ଧରି ଏତେ ହଇରାଣ କରାଯାଇଛି ଯେ ମୋର ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି। ମୁଁ କୌଣସି କାମ କରିପାରୁ ନାହିଁ ।

ଅଧିକ ପଢନ୍ତୁ: ୫୦ ବର୍ଷ ବୟସରେ ମଧ୍ୟ ଫିଟ୍ , ଅନେକ ସେଲିବ୍ରିଟିଙ୍କୁ ଦେଇଛନ୍ତି ଟ୍ରେନିଂ

ମୁଁ ଘରେ କାମ କରିବାକୁ ଲୋକ ରଖିପାରୁ ନାହି । ସେମାନଙ୍କ ସହ ମୋର ଖରାପ ଅଭିଜ୍ଞତା ରହିଛି। ସେମାନେ ଘରକୁ ଆସି ଚୋରି କରନ୍ତି। ମୋତେ ସମସ୍ତ କାମ ନିଜେ କରିବାକୁ ପଡ଼ୁଛି। ମୋ ଦୁଆର ବାହାରେ ଲୋକମାନେ ଆସି (ଏତିକି କହି ତନୁଶ୍ରୀ କାନ୍ଦି ପକାନ୍ତି)।

ଆଗକୁ ସେ କହିଛନ୍ତି "ମୋତେ ମୋ ଘରେ ହଇରାଣ କରାଯାଉଛି, ଦୟାକରି କେହି ମୋର ସାହାଯ୍ୟ କରନ୍ତୁ। ଭିଡିଓ ସହ ତନୁଶ୍ରୀ ଦତ୍ତା ଲେଖିଛନ୍ତି, "ମୁଁ ଏହି ହଇରାଣରୁ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହା ୨୦୧୮ ରୁ ଚାଲିଛି। #MeToo। ଆଜି ବିରକ୍ତ ହୋଇ ପୋଲିସକୁ ଫୋନ କରିଥିଲି। ଦୟାକରି କେହି ସାହାଯ୍ୟ କରନ୍ତୁ। ବିଳମ୍ବ ହେବା ପୂର୍ବରୁ କିଛି କରନ୍ତୁ।"

ଏହି ପୋଷ୍ଟ ବ୍ୟତୀତ ତନୁଶ୍ରୀ ଆଉ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ କୌଣସି ମେସିନ ଚାଲୁଥିବା ଶବ୍ଦ ଶୁଣାଯାଉଛି। ଏହି ଭିଡିଓ ସହ ଅଭିନେତ୍ରୀ ଲେଖିଛନ୍ତି, "ମୁଁ ୨୦୨୦ ରୁ ପ୍ରାୟ ପ୍ରତିଦିନ ଅଜଣା ସମୟରେ ମୋ ଛାତ ଉପରେ ଓ ମୋ ଦୁଆର ବାହାରେ ଏଭଳି ଜୋରରେ ଶବ୍ଦ ଓ ଅନ୍ୟାନ୍ୟ ଜୋରଦାର ଧମାକା ଶବ୍ଦର ସାମ୍ନା କରିଛି।

ମୁଁ ବିଲଡିଂ ମ୍ୟାନେଜମେଣ୍ଟକୁ ଅଭିଯୋଗ କରି କରି ଥକି ପଡ଼ିଛି ଓ କିଛି ବର୍ଷ ପୂର୍ବେ ହାର ମାନି ଦେଇଛି। ଏବେ ମୁଁ ଏହା ସହ ରହୁଛି । ମନକୁ ଶାନ୍ତ କରିବା ପାଇଁ ମନ୍ତ୍ର ଶୁଣୁଛି ।

ଆଜି ମୁଁ ବହୁତ ଅସୁସ୍ଥ ଥିଲି, ଯେପରି ଆପଣମାନେ ଜାଣନ୍ତି ଯେ ଗତ ୫ ବର୍ଷ ଧରି ନିରନ୍ତର ଚାପ ଓ ଚିନ୍ତାରୁ ମୋତେ କ୍ରନିକ ଫାଟିଗ (ଥକାପଣ) ସିଣ୍ଡ୍ରୋମ ହୋଇଛି। ଭାବନ୍ତୁ, ଗତକାଲି ମୁଁ ପୋଷ୍ଟ କରିଥିଲି ଓ ଆଜି ଏହା। ଏବେ ସମସ୍ତେ ବୁଝନ୍ତୁ ମୁଁ କାହା ସହ ମୁକାବିଲା କରୁଛି। ଆଉ ଅନେକ କିଛି ଅଛି ଯାହାକୁ ମୁଁ ଏଫଆଇଆରରେ ଉଲ୍ଲେଖ କରିବି।

ଅଧିକ ପଢନ୍ତୁ: ‘ଆଉ ଆଗ ଭଳି ଆକ୍ସନ ଦେଖାଇ ପାରୁନି, ବୟସର ପ୍ରଭାବ ପଡ଼ିଲାଣି’

Me Too Tanushree Dutta
Advertisment
Related Articles
Advertisment