Advertisment

Salman Khan: ‘ଆଉ ଆଗ ଭଳି ଆକ୍ସନ ଦେଖାଇ ପାରୁନି, ବୟସର ପ୍ରଭାବ ପଡ଼ିଲାଣି’

ଆଗାମୀ ବର୍ଷ ଜାନୁୟାରୀରେ ମୁକ୍ତିଲାଭ କରିବ ‘ବ୍ୟାଟଲ ଅଫ ଗଲୱାନ’ । ଏଥିରେ ସଲମାନ ଖାନଙ୍କ ସହ ଚିତ୍ରାଙ୍ଗଦା ସିଂ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।ସଲମାନଙ୍କ ନିକଟରେ ‘ବଜରଙ୍ଗୀ ଭାଇଜାନ’ର ସିକ୍ୱେଲ ମଧ୍ୟ ରହିଛି ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Salman Khan

Salman Khan

ସଲମାନ ଖାନ ଗତ ୨୦ ବର୍ଷ ଧରି ହିନ୍ଦୀ ସିନେମାରେ ଅଭିନୟ ଜାରି ରଖିଛନ୍ତି । ବଲିଉଡର ସେ ବିଗ ଆକ୍ସନ ଷ୍ଟାର। ୱାଣ୍ଟେଡ୍ ଓ ଦବଙ୍ଗ ପରେ ସଲମାନ ଅନେକ ବିଗ ହିଟ ଦେଇଛନ୍ତି । କିନ୍ତୁ ଏବେ ସେ ସ୍ୱୀକାର କରିଛନ୍ତି କି ଆକ୍ସନ ସିନ୍ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ବୟସର ପ୍ରଭାବ ପଡ଼ିଲାଣି ।

Advertisment

ବୁଧବାର, ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମର ଅଭିନେତା ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବ୍ୟାଟଲ ଅଫ ଗଲୱାନ’ ବିଷୟରେ ଆଲୋଚନା କରିଥିଲେ। ଫିଲ୍ମଟି ୨୦୨୦ ଗଲୱାନ ଘାଟି ସଂଘର୍ଷ ଉପରେ ଆଧାରିତ ଏବଂ ଏହାର ନିର୍ଦ୍ଦେଶନା ଅପୂର୍ବ ଲାଖିଆ କରୁଛନ୍ତି।

ଅଧିକ ପଢନ୍ତୁ: ସୋସିଆଲ ମିଡିଆରେ ଜଣାଇଲେ, କହିଲେ ଆମର ଦୁନିଆ ବଦଳିଯାଇଛି

ଫିଲ୍ମର ଆକ୍ସନ ସିନ୍ ବିଷୟରେ ସଲମାନ କହିଛନ୍ତି ଏବେ ଶାରୀରିକ ଦୃଷ୍ଟିରୁ ଆକ୍ସନ କରିବା ବେଶ କଷ୍ଟକର। ଦିନକୁ ଦିନ ଆହୁରି କଷ୍ଟକର ହେଉଛି। ତାଲିମ ପାଇଁ ଏବେ ମୋତେ ଅଧିକ ସମୟ ଦେବାକୁ ପଡୁଛି । ପୂର୍ବରୁ ମୁଁ ଗୋଟିଏ କିମ୍ବା ଦୁଇ ସପ୍ତାହରେ ତାଲିମ ସାରି ଦେଉଥିଲି ।

Advertisment

ଏବେ ମୁଁ ଦୌଡୁଛି, ଲାତ ମାରୁଛି, ମୁକ୍କା ମାରୁଛି । ସବୁ କିଛି ଫିଲ୍ମ ପାଇଁ କରିବାକୁ ପଡୁଛି । ସଲମାନ କହିଥିଲେ ଯେ ସେ ଏହି ଫିଲ୍ମ କରିବା ପାଇଁ ଉତ୍ସାହିତ ଅଛନ୍ତି । ଯେତେବେଳେ ମୁଁ ଏହି ଫିଲ୍ମ ସାଇନ କରୁଥିଲି, ମୋତେ ଲାଗିଥିଲା ଏହା ଅଦ୍ଭୁତ, କିନ୍ତୁ ଏହା କରିବା ବହୁତ କଷ୍ଟକର। ମୋର ଲଦାଖରେ ୨୦ ଦିନ ସୁଟିଂ ଅଛି ଏବଂ ତା’ପରେ ଥଣ୍ଡା ପାଣିରେ ୭ ରୁ ୮ ଦିନ ଶୁଟିଂ ଅଛି । ଏହି ମାସରେ ଆମେ ଶୁଟିଂ କରିବୁ ।

ଆଗାମୀ ବର୍ଷ ଜାନୁୟାରୀରେ ମୁକ୍ତିଲାଭ କରିବ ‘ବ୍ୟାଟଲ ଅଫ ଗଲୱାନ’ । ଏଥିରେ ସଲମାନ ଖାନଙ୍କ ସହ ଚିତ୍ରାଙ୍ଗଦା ସିଂ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।ସଲମାନଙ୍କ ନିକଟରେ ‘ବଜରଙ୍ଗୀ ଭାଇଜାନ’ର ସିକ୍ୱେଲ ମଧ୍ୟ ରହିଛି ।

ଅଧିକ ପଢନ୍ତୁ: ଫିଲ୍ମର ବଜେଟ ୧୫୦୦ କୋଟି, ଏବେବି ଚାଲିଛି ହାଉସଫୁଲ୍

Bollywood Galwan Valley Clash Salman Khan
Advertisment
Related Articles
Advertisment