Advertisment

Saiyaara : ସୈୟାରାର ନୂଆ ରେକର୍ଡ, ୫ଦିନରେ ୧୩୦ କୋଟି ପାର

"ସୈୟାରା" ସହ ଜଡ଼ିତ ଅନେକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫିଲ୍ମ ଦେଖିବା ପରେ ଥିଏଟରରେ ବସିଥିବା ଦର୍ଶକମାନେ ଚିତ୍କାର କରୁଛନ୍ତି, କାନ୍ଦୁଛନ୍ତି । ଯଦିଓ ଅନେକ ଲୋକ ଏହି ଭିଡିଓଗୁଡ଼ିକର ମଜାକ ଉଡ଼ାଉଛନ୍ତି । ତଥାପି ଫିଲ୍ମଟି ଦର୍ଶକଙ୍କୁ ଥିଏଟର ଆଡ଼କୁ ଟାଣି ଆଣୁଛି।

author-image
Manasranjan Mohanty
Saiyaara

Saiyaara

ଅହାନ ପାଣ୍ଡେଙ୍କ ଫିଲ୍ମ "ସୈୟାରା" ନୂଆ ନୂଆ ରେକର୍ଡ ସୃଷ୍ଟି କରିଚାଲିଛି। ପ୍ରଥମେ ବକ୍ସଅପିସ କଲେକ୍ସନରେ , ତା’ପରେ ନୂଆ ଅଭିନେତାଙ୍କ ଡେବ୍ୟୁରେ। ଏହି ଫିଲ୍ମକୁ ନେଇ ଲୋକଙ୍କ ଭିତରେ ଏଭଳି କ୍ରେଜ ରହିଛି ଯେ ଏହା ଲଭ୍ ଷ୍ଟୋରୀ ଫିଲ୍ମ ବର୍ଗରେ ଶାହରୁଖ ଖାନ ଓ କାଜୋଲଙ୍କ "ଦିଲ୍‌ୱାଲେ ଦୁଲହନିୟା ଲେ ଜାୟେଙ୍ଗେ"କୁ ମଧ୍ୟ ଏକ ପଛରେ ପକାଇ ଦେଇଛି।

Advertisment

"ସୈୟାରା" ସହ ଜଡ଼ିତ ଅନେକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫିଲ୍ମ ଦେଖିବା ପରେ ଥିଏଟରରେ ବସିଥିବା ଦର୍ଶକମାନେ ଚିତ୍କାର କରୁଛନ୍ତି, କାନ୍ଦୁଛନ୍ତି । ଯଦିଓ ଅନେକ ଲୋକ ଏହି ଭିଡିଓଗୁଡ଼ିକର ମଜାକ ଉଡ଼ାଉଛନ୍ତି । ତଥାପି ଫିଲ୍ମଟି ଦର୍ଶକଙ୍କୁ ଥିଏଟର ଆଡ଼କୁ ଟାଣି ଆଣୁଛି।

ଅଧିକ ପଢନ୍ତୁ: ୫୦ ବର୍ଷ ବୟସରେ ମଧ୍ୟ ଫିଟ୍ , ଅନେକ ସେଲିବ୍ରିଟିଙ୍କୁ ଦେଇଛନ୍ତି ଟ୍ରେନିଂ

Advertisment

ଫିଲ୍ମଟି ମାତ୍ର ପାଞ୍ଚ ଦିନରେ ୧୩୦ କୋଟି ଟଙ୍କାରୁ ଅଧିକ ଆୟ କରିଛି। ଏହା ନୁହେଁ ଯେ "ସୈୟାରା" ପୂର୍ବରୁ କୌଣସି ଲଭ୍ ଷ୍ଟୋରୀ ଫିଲ୍ମ ନିର୍ମାଣ ହୋଇନାହିଁ। କିନ୍ତୁ "ସୈୟାରା" IMDB ରେ ସମସ୍ତଙ୍କୁ ପଛରେ ପକାଇ ଦେଇଛି। ଏପରିକି ଶାହାରୁଖ-କାଜୋଲଙ୍କ ସବୁଠାରୁ ଲୋକପ୍ରିୟ ଓ ଆଇକନିକ ଫିଲ୍ମ "ଦିଲ୍‌ୱାଲେ ଦୁଲହନିୟା ଲେ ଜାୟେଙ୍ଗେ" ମଧ୍ୟ ପାଞ୍ଚ ଦିନ ପୂର୍ବେ ରିଲିଜ ହୋଇଥିବା "ସୈୟାରା" ଠାରୁ ପଛରେ ରହିଯାଇଛି । IMDB ରେ ବଲିଉଡର କେତେକ କ୍ଲାସିକ ଲଭ୍ ଷ୍ଟୋରୀ ଫିଲ୍ମ ଏବଂ ସେମାନଙ୍କର ରେଟିଂ ଦେଖିନ୍ତୁ

ସୈୟାରା - ୮.୧

ଦିଲ୍‌ୱାଲେ ଦୁଲହନିୟା ଲେ ଜାୟେଙ୍ଗେ - ୮.୦

ମାଇ ନେମ ଇଜ ଖାନ - ୭.୯

କଲ ହୋ ନା ହୋ - ୭.୮

ଜବ ୱି ମେଟ - ୭.୮

ବୀରଜାରା - ୭.୮

ରକଷ୍ଟାର - ୭.୮

ରାଂଝନା- ୭

କୁଛ କୁଛ ହୋତା ହୈ - ୭.୫

ଏହି ତଥ୍ୟରୁ  ସ୍ପଷ୍ଟ ହେଉଛି ଯେ "ସୈୟାରା" ପାଞ୍ଚ ଦିନରେ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରିଛି। ଫିଲ୍ମର ଟାର୍ଗେଟ ଅଡିଏନ୍ସ, ଅର୍ଥାତ କଲେଜ ଯାଉଥିବା ଯୁବବର୍ଗଙ୍କୁ ଏହା ଏତେ ଅଧିକ ପସନ୍ଦ ହେବ, ଏହା କେହି ଭାବି ନଥିଲେ। ଯଦିଓ ଫିଲ୍ମର ସଫଳତାରେ ୟଶ ରାଜ ଫିଲ୍ମସର ମାର୍କେଟିଂ ଷ୍ଟ୍ରାଟେଜି ମଧ୍ୟ କାମ କରିଛି। ଆଦିତ୍ୟ ଚୋପ୍ରା ରିଲିଜ ପୂର୍ବରୁ ଦୁଇ ମୁଖ୍ୟ ଅଭିନେତାଙ୍କୁ ମିଡିଆ ଆଗରେ ପରିଚୟ କରାଇ ନଥିଲେ, ଯାହା ଦ୍ୱାରା ଏହି ଯୋଡ଼ି ଥିଏଟରରେ ଦର୍ଶକଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ରହିଥିଲା । ପ୍ରଡକ୍ସନ ହାଉସର ଏହି ଷ୍ଟ୍ରାଟେଜି କାମ କଲା ଏବଂ ଦର୍ଶକମାନେ ଫିଲ୍ମ ଦେଖିବା ପାଇଁ ଥିଏଟରକୁ ଟାଣି ହୋଇ ଆସିଲେ। ତେଣୁ ହିଁ ଫିଲ୍ମର ଆୟ ଲଗାତାର ବଢ଼ିଚାଲିଛି।

ଅଧିକ ପଢନ୍ତୁ: ‘ଆଉ ଆଗ ଭଳି ଆକ୍ସନ ଦେଖାଇ ପାରୁନି, ବୟସର ପ୍ରଭାବ ପଡ଼ିଲାଣି’

IMDb DDLJ
Advertisment
Related Articles
Advertisment