'ଔରୋଁ ମେ କ୍ୟା ଦମ୍ ଥା'ର ଟ୍ରେଲର ଲଞ୍ଚ ସମୟରେ ତବୁ ଏବଂ ଅଜୟ ଦେବଗନ୍ଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହା ପରେ ସେମାନେ ୫୦ ବର୍ଷ ବୟସରେ ରୋମାନ୍ସକୁ ନେଇ ମତ ରଖିଥିଲେ। ତବୁ ଏହା ସ୍ପଷ୍ଟ କରିଛନ୍ତି ଯେ ରୋମାନ୍ସ କେବଳ ଯୁବପିଢି ଭିତରେ ସୀମିତ ନୁହେଁ।
ଭାଲେଣ୍ଟାଇନ୍ ଡେ’ରେ ପ୍ରେମୀ ଯୋଡିମାନେ ସେମାନଙ୍କ ଦିନକୁ ସ୍ୱତନ୍ତ୍ର କରିବାକୁ କୌଣସି ସୁଯୋଗ ବି ହାତଛଡା କରୁ ନାହାନ୍ତି। କିନ୍ତୁ ବଲିଉଡ୍ରେ ଅନେକ ସେଲିବ୍ରେଟି ଅଛନ୍ତି ଯେଉଁମାନେ ବିବାହ ଭଳି ଏକ ସାମାଜିକ ପ୍ରଥାକୁ ନ ଆପଣେଇ ସେମାନଙ୍କ ଅବିବାହିତ ଜୀବନକୁ ୪୦ ବର୍ଷ ପରେ ବି ଖୁବ ଖୁସିରେ ଜୀଉଛନ୍ତି। ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇବା।