/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750436981.jpg)
ଆଗେ ଆମ୍ବୁଲାନ୍ସ
ପ୍ରଧାନମନ୍ତ୍ରୀଙ୍କ ମାତ୍ର କେଇ ଘଣ୍ଟାର ଗସ୍ତ ପାଇଁ ଆଜି ପୂରା ମୋଦିମୟ ହୋଇଯାଇଥିଲା ରାଜଧାନୀ । ପାରମ୍ପରିକ ନୃତ୍ୟବାଦ୍ୟରେ କମ୍ପିଥିଲା ଭୁବନେଶ୍ବର । ଏୟାରପୋର୍ଟରୁ ଜନତା ମୈଦାନ ଯାଏଁ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ କରୁଥିଲେ ତ ତାଙ୍କ ଝଲକ୍ ଟିକେ ପାଇବା ପାଇଁ ରାସ୍ତାର ଉଭୟ କଡ଼ରେ ଲହଡ଼ି ଭାଙ୍ଗୁଥିଲା ହଜାର ହଜାର ଜନତାଙ୍କ ଭିଡ଼ । ଭୁବନେଶ୍ୱର ବିମାନ ବନ୍ଦରରୁ ବିଶାଳ ରୋଡ୍ ସୋ’ ମାଧ୍ୟମରେ ଜନତା ମୈଦାନ ଅଭିମୁଖେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଜନତା ମୈଦାନରେ ଆୟୋଜିତ ସଭାରେ ସାମଲି ହୋଇ ପୁଣି ଥରେ ବିମାନ ବନ୍ଦର ଅଭିମୁଖେ ବାହାରିଥିଲେ ପିଏମ୍ ମୋଦି ।
ତେବେ ଜନତା ମୈଦାନରୁ ବିମାନ ବନ୍ଦର ଯାଉଥିବା ସମୟରେ ସେହି ରାସ୍ତାରେ ହଠାତ୍ ଏକ ଆମ୍ବୁଲାନ୍ସ ଆସିଥିଲା । ଆଉ ସେହି ଆମ୍ବୁଲାନ୍ସକୁ ଦେଖିବା ମାତ୍ରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍କୁ ଆମ୍ବୁଲାନ୍ସକୁ ଯିବା ପାଇଁ ବାଟ ଛାଡ଼ିଥିଲେ । ଆମ୍ବୁଲାନ୍ସଟି ଯିବା ପରେ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିଥିଲା ।
ଅନ୍ୟପକ୍ଷରେ ଆଜି ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂରଣ ଅବସରରେ ଓଡ଼ିଶାକୁ ବଡ଼ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୧୮ ହଜାର ୭୦୦ କୋଟି ଟଙ୍କାର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପିଏମ୍ ମୋଦି । ୨ହଜାର ୭୫୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ବୌଦ୍ଧରେ ପହଞ୍ଚିଛି ରେଳ ନେଟୱର୍କ । ୧୦୦ଟି ବ୍ୟାଟେରୀ ଚାଳିତ ବସର ଶୁଭାରମ୍ଭ କରିବା ସହ ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟରେ ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ‘ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭ ପୁସ୍ତିକା ଉନ୍ମୋଚନ କରିଛନ୍ତି ପିଏମ୍ ମୋଦି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)