Advertisment

Fateh Teaser Out: ସୋନୁ ସୁଦଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର… ଆସୁଛି 'ଫତେହ'; ହୋଶ୍ ଉଡେଇ ଦେବ ଟିଜର୍

'ଫତେହ'ର ଟିଜରରେ ସୋନୁ ସୁଦଙ୍କ ଚରିତ୍ରର ଝଲକ ଦେଥିବାକୁ ମିଳେ, ଯାହା ଜନ୍ ୱିକ୍ ଫ୍ରାଞ୍ଚାଇଜ୍ ସହିତ ସମାନ, ଯେଉଁଥିରେ ମୃତକଙ୍କ ସଂଖ୍ୟା ବଢୁଛି। ଟିଜରର ମୁଖ୍ୟ ଆକର୍ଷଣ ହେଉଛି ଦମଦାର ଆକ୍ସନ୍।

author-image
Pramod Behera
ଅଦ୍ୟତନ ହୋଇଛି
Sonu sood action film fateh movie teaser release

Sonu sood action film fateh movie teaser release

ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଫତେହ' ପାଇଁ ବଲିଉଡ୍‌ ଅଭିନେତା ସୋନୁ ସୁଦ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଚଳିତ ବର୍ଷ ଜୁଲାଇରେ ଅଭିନେତା ତାଙ୍କ ଜନ୍ମଦିନ ଅବସରରେ 'ଫତେହ'ର ଏକ ନୂଆ ପୋଷ୍ଟର ରିଲିଜ୍‌ କରି ଫିଲ୍ମର ରିଲିଜ ତାରିଖରୁ ପରଦା ଉଠାଇଥିଲେ। ଏହା ପରେ ଦର୍ଶକଙ୍କ ଉତ୍ସାହ ବୃଦ୍ଧି ପାଇଥିଲା। ବର୍ତ୍ତମାନ ସୋନୁ ସୁଦ ସୋସିଆଲ ମିଡିଆରେ ଫିଲ୍ମର ଏକ ଦମଦାର୍ ଟିଜର୍‌ ମଧ୍ୟ ରିଲିଜ୍‌ କରିଛନ୍ତି।

Advertisment


ଫିଲ୍ମର ଟିଜର:

ଜି ଷ୍ଟୁଡିଓ ଏବଂ ଶକ୍ତି ସାଗର ପ୍ରଡକ୍ସନ୍ସ ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ପ୍ରଥମ ନିର୍ଦ୍ଦେଶିତ 'ଫତେହ'ର ଟିଜର ରିଲିଜ୍ କରିଛି। 'ଫତେହ'ର ଟିଜରରେ ସୋନୁ ସୁଦଙ୍କ ଚରିତ୍ରର ଝଲକ ଦେଥିବାକୁ ମିଳେ, ଯାହା ଜନ୍ ୱିକ୍ ଫ୍ରାଞ୍ଚାଇଜ୍ ସହିତ ସମାନ, ଯେଉଁଥିରେ ମୃତକଙ୍କ ସଂଖ୍ୟା ବଢୁଛି। ଟିଜରର ମୁଖ୍ୟ ଆକର୍ଷଣ ହେଉଛି ଦମଦାର ଆକ୍ସସନ୍। ଏହା ସହିତ ଏଥିରେ ସହାୟକ କାଷ୍ଟମାନଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିବ।

ଅଧିକ ପଢ଼ନ୍ତୁ: ଛୁଟୁଛି ରୋଜଗାରର ସୁଅ; ବିଦେଶରେ ବି ହଚଚଇ କରୁଛି ‘ପୁଷ୍ପା ୨’

ଟିଜରର ଆରମ୍ଭ ରକ୍ତପାତରୁ ହୁଏ। ୦:୩୧ ରୁ ୦:୪୮ ଏବଂ ୦:୫୫ ରୁ ୧:୧୦ ପର୍ଯ୍ୟନ୍ତ ଥିବା ଆକ୍ସନ ଦୃଶ୍ୟ ହୋଶ୍ ଉଡେଇ ଦେବା ଭଳି। ଟିଜର ଶେଷରେ, ସୋନୁଙ୍କୁ ଦେଖିବା ପରେ ଆପଣଙ୍କୁ ଫିଲ୍ମ 'ଆନିମଲ୍' ର ରଣବିଜୟ ସିଂହ ମନେପଡିଯିବ।

Advertisment

'ଫତେହ'ର କାହାଣୀ:

ସୋନାଲି ସୁଦ ଏବଂ ଉମେଶ କେ ବଂଶଲଙ୍କ ଦ୍ୱାରା ନିର୍ମିତ 'ଫତେହ' ଡିଜିଟାଲ ସୁରକ୍ଷା ଏବଂ ଅନ୍‌ଲାଇନ୍ ଠକେଇର ବିଷୟବସ୍ତୁ ଉପରେ ଆଧାରିତ। 'ଫତେହ' ଏକ ପୂର୍ବତନ ସ୍ୱତନ୍ତ୍ର ଅପରେସନ୍ ଅପରେଟିଭ୍ ବିଷୟକୁ ନେଇ କାହାଣୀ ଗତିଶୀଳ, ଯିଏ ସାଇବର କ୍ରାଇମ୍ ସିଣ୍ଡିକେଟ୍‌ର ଗଭୀରକୁ ଯାଇଥାଏ।'ଫତେହ' ହେଉଛି ଏକ ହୃଦୟ ବିଦାରକ ଚଳଚ୍ଚିତ୍ର ଯାହା ଡିଜିଟାଲ୍‌ ଯୁଗର ଅନ୍ଧକାର ରହସ୍ୟକୁ ସାମ୍ନାକୁ ଆଣିଥାଏ।


ଟେକ୍ନିସିଆନ୍‌:

ଏହି ଚଳଚ୍ଚିତ୍ରର ଆକ୍ସନ୍ ସିନ୍‌ଗୁଡିକ ହଲିଉଡ୍‌ ଟେକ୍ନିସିଆନଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି। ଏଥିରେ ଫାଇଟ୍ କୋଅର୍ଡିନେଟର୍ ଫେଡେରିକୋ ବର୍ଟେ, ଫାଇଟ୍ କୋରିଓଗ୍ରାଫର ଫିଲିପ୍‌ ସିପ୍ରିୟନ୍ ଫ୍ଲୋରିଆନ ଏବଂ ଆକ୍ସନ ଡାଇରେକ୍ଟର ତଥା ଷ୍ଟଣ୍ଟ୍‌ କୋଅର୍ଡିନେଟର୍ ଲି ହ୍ୱିଟେକରଙ୍କ ସାମିଲ୍ ଅଛନ୍ତି।

ଅଧିକ ପଢ଼ନ୍ତୁ: ଏକାଠି ହେଲେ ଐଶ୍ୱର୍ଯ୍ୟା ରାୟ-ଅଭିଷେକ ବଚ୍ଚନ; ଶେଷ ହେଲା କି ଛାଡ଼ପତ୍ର ଗୁଜବ

ଚଳଚ୍ଚିତ୍ର ବିଷୟରେ ସୋନୁ ସୁଦ୍‌ଙ୍କ ମତ:

ଫିଲ୍ମକୁ ନେଇ ସୋନୁ ସୁଦ୍ କହିଛନ୍ତି “ଏହି ଚଳଚ୍ଚିତ୍ରଟି ମୋ ପାଇଁ ଅବିଶ୍ୱସନୀୟ ଭାବେ ସ୍ୱତନ୍ତ୍ର। ଏହା କେବଳ ନିର୍ଦ୍ଦେଶକ ଭାବରେ ମୋର ପ୍ରଥମ ଚଳଚ୍ଚିତ୍ର ନୁହେଁ, ବରଂ ଏହା ସେହି ବିପଜ୍ଜନକ ବିପଦ ବିରୁଦ୍ଧରେ ଏକ ଯୁଦ୍ଧ, ଯାହାକୁ ଆମ ମଧ୍ୟରୁ ଅନେକ ଲୋକ ସାମାନ୍ୟ ବୋଲି ମନେକରନ୍ତି, ତାହା ହେଉଛି ସାଇବର ଦୁନିଆର ଅଦୃଶ୍ୟ, ଅନ୍ଧକାର ଶକ୍ତି।”

କେବେ ରିଲିଜ୍:

‘ଫତେହ’ରେ ସୋନୁ ସୁଦଙ୍କ ସହିତ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍, ଶିବ ଜ୍ୟୋତି ରାଜପୁତ ଏବଂ ନାସିରୁଦ୍ଦିନ ଶାହା ନଜର ଆସିବେ। ଏହି ଫିଲ୍ମକୁ ନିଜେ ସୋନୁ ସୁଦ ନିର୍ଦ୍ଦେଶନା ଦେଇଛନ୍ତି। ଏହା ୧୦ ଜାନୁଆରୀ ୨୦୨୫ ତାରିଖରେ ରିଲିଜ୍ ହେବାର ଯୋଜନା ରହିଛି।

ଅଧିକ ପଢ଼ନ୍ତୁ: Pushpa 2 Stampede: ପୁଷ୍ପା-୨ ପ୍ରିମିୟର୍ ଶୋ’ରେ ଦଳାଚକଟା, ଚାଲିଗଲା ମହିଳାଙ୍କ ଜୀବନ

Sonu Sood Bollywood Jacqueline Fernandez Naseeruddin Shah
Advertisment
Advertisment