Advertisment

Game Changer: ନିର୍ଦ୍ଦେଶକଙ୍କ ୨୫୦ କୋଟି ଟଙ୍କାର ଫିଲ୍ମ ଫ୍ଲପ୍ ହେଲା, ଏବେ ବାଜିରେ ୪୦୦ କୋଟି; ହେବ କି ବ୍ଲକ୍‌ବଷ୍ଟର୍...

ଯେତେବେଳେ ବଡ ବଜେଟ୍ ଚଳଚ୍ଚିତ୍ର ଫ୍ଲପ୍ ହୋଇଯାଏ ନିର୍ମାତା ଓ ନିର୍ଦ୍ଦେଶକ ନିରାଶ ହୋଇପଡନ୍ତି। ବର୍ତ୍ତମାନ ଆମେ ଆପଣଙ୍କୁ ସାଉଥ୍‌ର ଏମିତି ଜଣେ ନିର୍ଦ୍ଦେଶକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ୨୫୦ କୋଟି ଟଙ୍କାର ଏକ ବଡ ଫ୍ଲପ୍ ଫିଲ୍ମ ଦେଇଛନ୍ତି ଏବଂ ବର୍ତ୍ତମାନ ୪୦୦ କୋଟି ଟଙ୍କା ବାଜିରେ ଲଗେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Game changer director is going to give blockbuster again

Game changer director is going to give blockbuster again

ପ୍ରତିବର୍ଷ ଭାରତରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଏ। ଏଥିମଧ୍ୟରେ କିଛି ବଡ ବଜେଟ୍ ଏବଂ କିଛି କମ୍ ବଜେଟ୍ ଚଳଚ୍ଚିତ୍ର ଥାଏ। ତେବେ, ହିରୋ ଏବଂ ହିରୋଇନ୍‌ମାନଙ୍କ ବ୍ୟତୀତ ନିର୍ଦ୍ଦେଶକ ଏବଂ ନିର୍ମାତାମାନେ ମଧ୍ୟ ବଡ ବଜେଟ୍ ଚଳଚ୍ଚିତ୍ରରୁ ବହୁତ କିଛି ଆଶା କରନ୍ତି।

Advertisment

ଯେତେବେଳେ ଏମିତି କିଛି ବଡ ବଜେଟ୍ ଚଳଚ୍ଚିତ୍ର ଫ୍ଲପ୍ ହୋଇଯାଏ ତେବେ ସବୁଠାରୁ ଅଧିକ କ୍ଷତି ନିର୍ମାତାଙ୍କୁ ହିଁ ହୋଇଥାଏ। ସେ ମଧ୍ୟ ବହୁତ ନିରାଶ ହୋଇପଡନ୍ତି। ବର୍ତ୍ତମାନ ଆମେ ଆପଣଙ୍କୁ ସାଉଥ୍‌ର ଏମିତି ଜଣେ ନିର୍ଦ୍ଦେଶକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ୨୫୦ କୋଟି ଟଙ୍କାର ଏକ ବଡ ଫ୍ଲପ୍ ଫିଲ୍ମ ଦେଇଛନ୍ତି ଏବଂ ବର୍ତ୍ତମାନ ୪୦୦ କୋଟି ଟଙ୍କା ବାଜିରେ ଲଗେଇଛନ୍ତି।

Advertisment

ଏହି ନିର୍ଦ୍ଦେଶକଙ୍କ ନାଁ ହେଲା ଶଙ୍କର। ସେ ସାଉଥ୍‌ର ବଡ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଜଣେ। ସେ ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଗତ ବର୍ଷ ଶଙ୍କର ଫିଲ୍ମ ‘ଇଣ୍ଡିଆନ୍ ୨’ ଆଣିଥିଲେ। ଏହି ଚଳଚ୍ଚିତ୍ରଟି ୧୯୯୬ର ‘ଇଣ୍ଡିଆନ୍’ର ସିକ୍ୱେଲ୍ ଥିଲା ଯେଉଁଥିରେ କମଲ ହାସନ ମୁଖ୍ୟ ଭୂମିକାରେ ଥିଲେ।

ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

ପ୍ରଥମ ଚଳଚ୍ଚିତ୍ରର ସଫଳତାକୁ ଦୃଷ୍ଟିରେ ରଖି ନିର୍ମାତା ‘ଇଣ୍ଡିଆନ୍ ୨’ରୁ ବହୁତ କିଛି ଆଶା କରିଥିଲେ, କିନ୍ତୁ ଯେତେବେଳେ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା, ସେତେବେଳେ ଏହା ଏକ ବଡ଼ ଫ୍ଲପ୍ ବୋଲି ପ୍ରମାଣିତ ହେଲା। ‘ଇଣ୍ଡିଆନ୍ ୨’ ପରେ ଶଙ୍କର ବର୍ତ୍ତମାନ ଫିଲ୍ମ ‘ଗେମ୍ ଚେଞ୍ଜର’ ନେଇ ଆସୁଛନ୍ତି।

‘ଗେମ୍ ଚେଞ୍ଜର’ ହେଉଛି ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର। ଏଥିରେ ରାମ ଚରଣ ଏବଂ କିଆରା ଆଡଭାନୀଙ୍କ ପରି ଅଭିନେତାମାନେ ମୁଖ୍ୟ ଭୂମିକାରେ ଅଛନ୍ତି। ‘ଗେମ୍ ଚେଞ୍ଜର’ର ବଜେଟ୍ ପ୍ରାୟ ୪୦୦ କୋଟି ଟଙ୍କା ବୋଲି କୁହାଯାଉଛି। ନିକଟରେ ଏହି ଚଳଚ୍ଚିତ୍ରର ଟ୍ରେଲର୍‌ ମଧ୍ୟ ରିଲିଜ ହୋଇଛି। ଟ୍ରେଲର୍‌ରୁ ଲାଗୁଛି ଏଥିରେ ରାମ ଚରଣଙ୍କୁ ଆକ୍ସନ୍‌ ଅବତାରରେ ଦେଖିବାକୁ ମିଳିବ।

ଏହି ଫିଲ୍ମର ଟ୍ରେଲର୍ ଉପରେ ଦର୍ଶକଙ୍କ ଠାରୁ ସେମିତି କୌଣସି ବିଶେଷ ଏବଂ ବଡ ପ୍ରତିକ୍ରିୟା ମିଳି ନାହିଁ। ଏହା ବ୍ୟତୀତ ‘ଗେମ୍ ଚେଞ୍ଜର୍‌’ର ଟ୍ରେଲର ମଧ୍ୟ ଟିକେ ଟିକେ ଶଙ୍କରଙ୍କ ଫିଲ୍ମ ‘ଇଣ୍ଡିଆନ୍ ୨’ ଭଳି ଳାଗୁଛି। ଏଥି ସହିତ, ଫିଲ୍ମର ଟ୍ରେଲରରେ ଏମିତି କିଛି ଦେଖିବାକୁ ମିଳୁ ନାହିଁ ଯାହା ୪୦୦ କୋଟି ଟଙ୍କାର ଫିଲ୍ମ ପରି ଲାଗିବ।

ଅଧିକ ପଢ଼ନ୍ତୁ: ଆସିଲା ‘ଗେମ୍ ଚେଞ୍ଜର୍‌’ର ଦମଦାର ଟ୍ରେଲର; ଆକ୍ସନ୍ ଅବତାରରେ ରାମ ଚରଣ

Kiara Advani Ram Charan South Indian Films
Advertisment
Advertisment