Advertisment

Pushpa: 2 Collection Day 3: ଛୁଟୁଛି ରୋଜଗାରର ସୁଅ; ବିଦେଶରେ ବି ହଚଚଇ କରୁଛି ‘ପୁଷ୍ପା ୨’

ପୁଷ୍ପା ୨’ର ରୋଜଗାର ଝଡ ବନ୍ଦ ହୋଇନି। କେବଳ ତିନି ଦିନରେ ଫିଲ୍ମ ୫୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି। ଯାହା ଏକ ରେକର୍ଡ ଭାଙ୍ଗିବା ଠାରୁ କମ୍ ନୁହେଁ।

author-image
Pramod Behera
ଅଦ୍ୟତନ ହୋଇଛି
Allu arjun latest film pushpa 3 crosses 500 cr worldwide

Allu arjun latest film pushpa 3 crosses 500 cr worldwide

ସୁକୁମାରଙ୍କ ନିର୍ଦ୍ଦେଶିତ 'ପୁଷ୍ପା ୨: ଦ ରୁଲ୍' ବକ୍ସ ଅଫିସରେ ଭଲ କାମ କରୁଛି। କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଲୋକମାନେ ଅଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଏବଂ ଫହାଦ୍ ଫସିଲଙ୍କ 'ପୁଷ୍ପା ୨'କୁ ପସନ୍ଦ କରୁଛନ୍ତି। ଲୋକେ ଏହି ଫିଲ୍ମଙ୍କୁ ଖୁବ୍ ପ୍ରଶଂସା କରୁଥିବା ବେଳେ ସୁଅ ଭଳି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ।

Advertisment

'ପୁଷ୍ପା ୨' ପ୍ରଥମ ଦିନ ରେକର୍ଡ ଭଙ୍ଗା ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ଟିକେ ମାନ୍ଦା ପଡିଯାଇଥିଲା। ତେବେ ତୃତୀୟ ଦିନରେ ଫିଲ୍ମ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ନିର୍ମାତାଙ୍କ କହିବାନୁସାରେ, 'ପୁଷ୍ପା ୨' ତିନି ଦିନ ମଧ୍ୟରେ ବିଶ୍ୱରେ ୫୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଭାରତୀୟ ସିନେମା ଇତିହାସରେ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର ଯାହା ଖୁବ କମ ଦିନରେ ୫୦୦ କୋଟି ଟଙ୍କା ରୋଜହାର କରିପାରିଛି।

Advertisment

'ପୁଷ୍ପା ୨: ଦି ରୁଲ'ର ପ୍ରଡକ୍ସନ୍ କମ୍ପାନୀ ମାଇଥରୀ ମୁଭି ମେକର୍ସ ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ଏକ ପୋଷ୍ଟର ଶେୟାର କରି କହିଛି ଯେ, ପୁଷ୍ପା ୨ ସାରା ବିଶ୍ୱରେ ୫୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବା ବେଳେ କେବଳ ଭାରତରେ ୩ ଦିନରେ ୩୮୩.୭ କୋଟି ଟଙ୍କା ରୋଜଗାର କରିଛି।

ତୃତୀୟ ଦିନ ରୋଜଗାର:

SACNL ର ରିପୋର୍ଟ ଅନୁଯାୟୀ, 'ପୁଷ୍ପା ୨' ଶନିବାର ଭାରତର ସମସ୍ତ ଭାଷାରେ ୧୧୫ କୋଟି ଟଙ୍କା ରୋଜଗାର କରିଛି। ତେଲୁଗୁ ଭାଷାରେ ଏହି ଫିଲ୍ମ ୩୧.୫ କୋଟି ଟଙ୍କା ଆୟ କରିଥିବାବେଳେ ହିନ୍ଦୀ ସଂସ୍କରଣରେ ଏହି ଫିଲ୍ମ ୭୩.୫ କୋଟି ଟଙ୍କା ରୋଜଗାର କରିଛି।

ଏହି ଫିଲ୍ମ ତାମିଲ ସଂସ୍କରଣରୁ ୭.୫ କୋଟି ଟଙ୍କା ଆୟ କରିଛି। କନ୍ନଡ ସଂସ୍କରଣରେ ଏହି ଫିଲ୍ମ ମାତ୍ର ୮୦ ଲକ୍ଷ ଟଙ୍କା ରୋଜଗାର କରିଛି। ସେହିପରି ମାଲାୟାଲମ୍ ସଂସ୍କରଣରୁ ୧.୭ କୋଟି ଟଙ୍କା ସଂଗ୍ରହ କରାଯାଇଛି।

ଏହି ରୋଜଗାର ଯଦି ଜାରି ରୁହେ ତେବେ ଆଶା କରାଯାଇପାରେ ଯେ ପ୍ରଥମ ସପ୍ତାହ ଶେଷରେ ଫିଲ୍ମର ରୋଜଗାର ୮୦୦ କୋଟିରେ ପହଞ୍ଚିବ, ଯାହା ଭାରତୀୟ ସିନେମାରେ ପ୍ରଥମ ଥର ଦେଖିବାକୁ ମିଳିବ।

ଦ୍ୱିତୀୟ ଦିନ ରୋଜଗାର:

ଯଦି ଆମେ ରୋଜଗାରକୁ ଦେଖିବା ତେବେ ସାକ୍‌ନିକ୍ଲର ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, ଦ୍ୱିତୀୟ ଦିନରେ ‘ପୁଷ୍ପା ୨’ ୧୭୪.୯ କୋଟି ଟଙ୍କାର ବିପୁଳ ରୋଜଗାର ସହିତ ଭାରତରେ ୯୦.୧୦ କୋଟି ଟଙ୍କା ନେଟ୍ ରୋଜଗାର କରିଛି। ମୋଟ୍ ଉପରେ ୨୬୫କୋଟି ଟଙ୍କା ନେଟ୍ ରୋଜଗାର ହୋଇଛି, ଯାହାକି ଦୁଇ ଦିନରେ ଏକ ରେକର୍ଡ ଭଙ୍ଗା ରୋଜଗାର।

ଚଳଚ୍ଚିତ୍ରର ଆକ୍ୟୁପେନ୍ସୀ:

ତେବେ ‘ପୁଷ୍ପା ୨’‌ ହେଉଛି ଏକ ପାନ୍ ଇଣ୍ଡିଆ ଚଳଚ୍ଚିତ୍ର, ଯାହା ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଟିର ଆକ୍ୟୁପେନ୍ସୀ ତେଲୁଗୁ ଭାଷାରେ ୫୩ ପ୍ରତିଶତ ଥିବା ବେଳେ ହିନ୍ଦୀରେ ୫୧.୬୫ ପ୍ରତିଶତ ରହିଛି। ସେହିପରି ତାମିଲରେ ୩୮.୫୨ ପ୍ରତିଶତ ଥିବାବେଳେ କନ୍ନଡରେ ୩୫.୯୭ ପ୍ରତିଶତ ଏବଂ ମାଲାୟାଲମରେ ୨୭.୩୦ ପ୍ରତିଶତ ଥିବା ଦେଖିବାକୁ ମିଳେ।

ବିଦେଶରେ ବି ହଇଚଇ:

ଏହି ଫିଲ୍ମ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ହଇଚଇ ସୃଷ୍ଟି କରୁଛି। 'ପୁଷ୍ପା ୨' ସାରା ବିଶ୍ୱରେ ଅଦ୍ଭୁତପୂର୍ବ ପ୍ରଦର୍ଶନ କରିଛି। ବିଶେଷକରି ଉତ୍ତର ଆମେରିକାରେ ଏହି ଫିଲ୍ମ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଏହି ଚଳଚ୍ଚିତ୍ରଟି ପ୍ରଥମ ତିନି ଦିନରେ ୮୦ ଲକ୍ଷ ଡଲାର ରୋଜଗାର କରି ଐତିହାସିକ ରେକର୍ଡ କରିଛି। ରବିବାର ସୁଦ୍ଧା ଏହି ସଂଖ୍ୟା ଏକ କୋଟି ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି।


ଉଭୟ ସଂସ୍କରଣ ଭଲ ପ୍ରଦର୍ଶନ କରୁଛି:

ଉଭୟ ତେଲୁଗୁ ଏବଂ ହିନ୍ଦୀ ସଂସ୍କରଣ ଉତ୍ତର ଆମେରିକାର ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ଏହା ପ୍ରମାଣିତ କରିଛି ଯେ ଭଲ ସିନେମା ପାଇଁ ଭାଷା ଏକ ପ୍ରତିବନ୍ଧକ ନୁହେଁ। ଚଳଚ୍ଚିତ୍ରର ରୋଜଗାରର ଗତିକୁ ଦେଖିଲେ ଏହା ଲାଗୁଛି ଯେ ଏହା ଶୀଘ୍ର ଅନେକ ନୂଆ ରେକର୍ଡ ସୃଷ୍ଟି କରିପାରେ।

ସପ୍ତାହକ ମଧ୍ୟରେ ନୂଆ ରେକର୍ଡ:

ଯଦି ଏହିଭଳି ରୋଜଗାର ଜାରି ରହେ ତେବେ ସପ୍ତାହକ ମଧ୍ୟରେ ‘ପୁଷ୍ପା ୨’‌ ନୂଆ ରେକର୍ଡ ସୃଷ୍ଟି କରିବା ଆଶ୍ଚର୍ଯ୍ୟଜନକ ନୁହେଁ। ଫିଲ୍ମ ବିଷୟରେ କହିବାକୁ ଗଲେ ‘ପୁଷ୍ପା: ଦି ରାଇଜ୍’ ପରେ ଅଲୁ ଅର୍ଜୁନଙ୍କ ଚରିତ୍ର ପୁଷ୍ପା ରାଜର କାହାଣୀ ମଧ୍ୟ ‘ପୁଷ୍ପା ୨: ଦି ରୁଲ୍’ରେ ଆଗକୁ ବଢୁଛି।

ପ୍ରଥମ ଭାଗରେ ସେ ଜଣେ ଚନ୍ଦନ ଚୋରା ଚାଲାଣକାରୀ, ପୂର୍ବରୁ ଯାହାଙ୍କ ପାଖରେ କିଛି ନଥିଲା କିନ୍ତୁ ବର୍ତ୍ତମାନ ସେ ଇଣ୍ଡଷ୍ଟ୍ରିର ରାଜା ହୋଇଯାଇଛନ୍ତି। କିନ୍ତୁ ଦ୍ୱିତୀୟ ଭାଗରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦ୍ୱିତୀୟ ଭାଗରେ ଏସ୍‌ପି ଭୱର ସିଂହ ଶେଖାୱତଙ୍କ ଭୂମିକାରେ ଫହାଦ୍ ଫସିଲ ନଜର ଆସିଛନ୍ତି।

Allu Arjun Rashmika Mandanna Pushpa South Indian Films
Advertisment
Advertisment