ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା-୨ । ଭୁବନେଶ୍ୱରରୁ ମୁମ୍ବାଇ, ଦିଲ୍ଲୀରୁ ହାଇଦ୍ରାବାଦ ଯାଏଁ ସବୁଠି ଫାଷ୍ଟ ଡେ' ଫାଷ୍ଟ ଶୋ' ଦେଖିବାକୁ ଫ୍ୟାନଙ୍କ ଭିଡ଼ । ତେବେ ପୁଷ୍ପା-୨ ରିଲିଜ୍ରେ ବଡ଼ ଅଘଟଣ ହୋଇଛି । ଦଳାଚକଟାରେ ଚାଲିଯାଇଛି ଜଣେ ଫ୍ୟାନଙ୍କ ଜୀବନ । ହାଇଦ୍ରାବାଦରେ ଗତକାଲି ରାତିରେ ପୁଷ୍ପା-୨ ପ୍ରିମିୟର୍ ଶୋ’ ହୋଇଥିଲା । ଏଥିରେ ପୁଷ୍ପା ଅର୍ଥାତ ଅଲ୍ଳୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦନା ସାମିଲ ହୋଇଥିଲେ । ତେବେ ତାଙ୍କୁ ଦେଖିବାକୁ ଫ୍ୟାନ୍ ଏତେ ଭିଡ଼ ଜମାଇଥିଲେ ଯେ, ଦଳାଚକଟା ପରିସ୍ଥିତି ଉପୁଜିଥିଲା । RTC କ୍ରସ୍ ରୋଡରେ ଥିବା ସନ୍ଧ୍ୟା ଥିଏଟର୍ ବାହାରେ ଧସ୍ତାଧସ୍ତି ପରିସ୍ଥିତି ବି ଉପୁଜିଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାର୍ଜ ମଧ୍ୟ କରିବାକୁ ପଡ଼ିଥିଲା । ତେବେ ଦଳାଚକଟାରେ ଜଣେ ୩୯ ବର୍ଷ ବୟସର ମହିଳାଙ୍କ ମୃତ୍ୟୁ ହେବା ସହ ଏକାଧିକ ଲୋକେ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।
Also Read
କୁହାଯାଉଛି ଯେ ଦିଲସୁଖନଗର ନିବାସୀ ରେବତୀ (୩୯) ତାଙ୍କ ସ୍ୱାମୀ ଭାସ୍କର ଏବଂ ଦୁଇ ପୁଅଙ୍କ ସହ ପୁଷ୍ପା-୨ ଫିଲ୍ମ ଦେଖିବାକୁ ଯାଇଥିଲେ । ଯେତେବେଳେ ରେବତୀ ଏବଂ ତାଙ୍କ ପରିବାର ଥିଏଟର ବାହାରକୁ ଆସୁଥିଲେ, ସେତେବେଳେ ଦଳାଚକଟା ହୋଇଥିଲା । ରିପୋର୍ଟରେ ଦର୍ଶାଯାଇଛି ଯେ ଅଲ୍ଲୁ ଅର୍ଜୁନଙ୍କ ଏକ ଝଲକ ପାଇବା ପାଇଁ ତାଙ୍କ ଫ୍ୟାନ୍ମାନେ ଥିଏଟର ଆଡ଼କୁ ମାଡ଼ି ଆସିଥିଲେ । ଯାହାଫଳରେ ସେଠାରେ ଦଳାଚକଟା ସ୍ଥିତି ଉପୁଜିଥିଲା ଏବଂ ଘଟଣାସ୍ଥଳରେ ରେବତୀ ଏବଂ ତାଙ୍କ ପୁଅ ଶ୍ରୀ ତେଜ ବେହୋଶ୍ ହୋଇଯାଇଥିଲେ ।
ପୋଲିସ କର୍ମଚାରୀ ଏବଂ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ତୁରନ୍ତ ରେବତୀ ଏବଂ ତାଙ୍କ ପୁଅଙ୍କୁ ସିପିଆର୍ ଦେଇଥିଲେ । ଏହା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ରେବତୀଙ୍କ ମୃତ୍ୟୁ ହୋଇଯାଇଥିଲା । ତାଙ୍କ ପୁଅଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ସୁପର ସ୍ପେସାଲିଷ୍ଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଅଧିକ ପଢ଼ନ୍ତୁ: ରିଲିଜ୍ ହେଲା ପୁଷ୍ପା-୨, ଫିଲ୍ମ ଦେଖିବାକୁ ସିନେମା ହଲ୍ରେ ପ୍ରବଳ ଭିଡ଼
ସେପଟେ ଆଜିଠୁ ପୁଣି ଚାଲିଲା ପୁଷ୍ପାରାଜ୍ର ରାଜୁତି । ସାରା ଦେଶରେ କ୍ରେଜ, ସବୁ ହଲ୍ରେ ଚାଲିଛି ହାଉସ୍ ଫୁଲ୍ ଶୋ’ । ବଡ଼ ପରଦାକୁ ଆସିଛି ଦଶନ୍ଧିର ସବୁଠୁ ବଡ଼ ଆଉ ବହୁ ପ୍ରତିକ୍ଷିତ ସିନେମା ପୁଷ୍ପା ଟୁ । ଭୁବନେଶ୍ୱରରୁ ମୁମ୍ବାଇ, ଦିଲ୍ଲୀରୁ ହାଇଦ୍ରାବାଦ ଯାଏଁ ସବୁଠି ଫାଷ୍ଟ ଡେ' ଫାଷ୍ଟ ଶୋ' ଦେଖିବାକୁ ଫ୍ୟାନଙ୍କ ଭିଡ଼ । ଜବରଦସ୍ତ ଆକ୍ସନ, ଫୁଲ୍ ଅଫ୍ ଥ୍ରିଲର୍ ଆଉ ଏକ ସେ ବଢ଼କର ଏକ ଡାଇଲଗ । ଶୀତ ରାତିର ଯେଉଁଠି ସକାଳୁ ଉଠିବା ମୁସ୍କିଲ ସେଠି ସକାଳ ସାଢେ଼ ୫ ଟାରେ ହାଉସ୍ ଫୁଲ୍ ଶୋ । ଭୁବନେଶ୍ୱରରେ ବି ଫାଷ୍ଟ ଡେ' ଫାଷ୍ଟ ଶୋ ଦେଖିବାକୁ ମିଳିଛି ଫ୍ୟାନଙ୍କ ଜବରଦସ୍ତ ଉତ୍ସାହ ।
ସାରା ଦେଶରେ ପୁଷ୍ପାର କ୍ରେଜ୍ ଏତେଯେ, ପ୍ରାୟ ସବୁ ରାଜ୍ୟରେ ହଠାତ୍ ବଢ଼ି ଯାଇଛି ସିନେମା ଟିକେଟ୍ । ଭୁବନେଶ୍ବରରେ ତ ଯେଉଁ ଟିକେଟ୍ ଅନ୍ୟ ଦିନରେ ୧୫୦ ରୁ ୨୦୦ ଥିଲା ଏବେ ସେସବୁ ଡବଲ୍ ରେଟରେ ବିକ୍ରି ହେଉଛି ଆଉ ହାଉସ୍ ଫୁଲ ବି ରହିଛି । ଦିଲ୍ଲୀ, ମୁମ୍ବାଇ, ପାଟନା, ବେଙ୍ଗାଲୁରୁ, ହାଇଦ୍ରାବାଦରେ ବି ସମାନ ସ୍ଥିତି। ଏସବୁକୁ ଦେଖି ଅନୁମାନ କରାଯାଉଛି କି ଫିଲ୍ମ ପ୍ରଥମ ଦିନରେ ୧୦୦ କୋଟି ମାର୍କ କ୍ରସ କରିପାରେ ।
୨୦୨୧ର ବ୍ଲକ୍ ବଷ୍ଟର ପୁଷ୍ପାର ଇଏ ପାର୍ଟ-ଟୁ । ଯେଉଁଠି କାହାଣୀ ସରିଥିଲା ସେଠୁ ପୁଣି ଆରମ୍ଭ ହେଉଛି ଫିଲ୍ମ । ଷ୍ଟାଇଲିସ୍ ଷ୍ଟାର ଅଲ୍ଲୁ ଅର୍ଜୁନ ପୁଷ୍ପରାଜ୍ ଭାବେ ହଠାତ୍ ଗାଏବ ହେଇ ଯିବା ଆଉ ପରେ ଏକ ମାସ୍ ଏଣ୍ଟ୍ରି ନେଇ ଫେରିବାକୁ ଅପେକ୍ଷା କରିଥିଲେ ଫ୍ୟାନ । ଏଠି ହିରୋ ବି ଅଲ୍ଲୁ ଆଉ ଭିଲେନ୍ ବି । ସିନେମାରେ ରଶ୍ମିକା ମନ୍ଦନା ଆଉ ଫାହାଦ୍ ଫସିଲ୍ ବି ମୁଖ୍ୟ ଭୂମିକାରେ ରିପିଟ୍ ହୋଇଛନ୍ତି ।