Advertisment

Shahrukhs Co star : ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଏହି ଅଭିନେତା, ଶାହରୁଖ ଖାନଙ୍କ ସହ କରିଥିଲେ ଫିଲ୍ମ

ରାଜକୁମାର ହିରାନୀଙ୍କ ନିର୍ଦ୍ଦଶିତ ଫିଲ୍ମ ଡଙ୍କିରେ ଶାହରୁଖ ଖାନଙ୍କ କୋ ଷ୍ଟାର ରହିଥିବା ବରୁଣ କୁଲକର୍ଣ୍ଣୀ କିଡନୀ ଜନିତ ସମସ୍ୟାରେ ପଡି ଗୁରୁତର ଅଛନ୍ତି। ବରୁଣ କିଡନୀ ରୋଗରେ ଆକ୍ରାନ୍ତ ଥିବା ବେଳେ ତାଙ୍କୁ ସପ୍ତାହରେ ଦୁଇ ଥର ଡାୟାଲିସିସର ଆବଶ୍ୟକତା ରହିଛି।

ଅଦ୍ୟତନ ହୋଇଛି
kidney

kidney

Advertisment

ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ କୋ ଷ୍ଟାର ରହିଥିବା ଅଭିନେତା  ଗମ୍ଭୀର ରୋଗରେ ଆକ୍ରାନ୍ତ ହୋଇ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଡଙ୍କିରେ ଶାହରୁଖ ଖାନଙ୍କ କୋ ଷ୍ଟାର ରହିଥିବା ବରୁଣ କୁଲକର୍ଣ୍ଣୀ କିଡନୀ ଜନିତ ସମସ୍ୟାରେ ପଡି ଗୁରୁତର ଅଛନ୍ତି। ବରୁଣ କିଡନୀ ରୋଗରେ ଆକ୍ରାନ୍ତ ଥିବା ବେଳେ ତାଙ୍କୁ ସପ୍ତାହରେ ଦୁଇ ଥର ଡାୟାଲିସିସର ଆବଶ୍ୟକତା ରହିଛି। ତେବେ ବରୁଣଙ୍କ ନିକଟରେ ଡାୟାଲିସିସ ପାଇଁ ମଧ୍ୟ ଅର୍ଥ ନ ଥିବା ତାଙ୍କର ଜଣେ ବନ୍ଧୁ ରୋଶନ ସେଟ୍ଟୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଏହି ଖବର ସମ୍ପର୍କରେ ସୂଚନା ଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ‘ଧୁମ୍-୪’ ରେ ହେବ ରଣବୀର କପୁରଙ୍କ ଏଣ୍ଟ୍ରୀ! ହେବ ଡବଲ ଧମାକା

ରୋଶନ ସେଟ୍ଟୀ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରିବା ସହ ବରୁଣଙ୍କ ଅର୍ଥାଭାବ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଥିଏଟର ସମୟରୁ ମୋର ବନ୍ଧୁ ରହିଥିବା ବରୁଣ ବର୍ତ୍ତମାନ ଗମ୍ଭୀର କିଡନୀ ରୋଗରେ ଆକ୍ରାନ୍ତ। ପୂର୍ବରୁ ଆମେ ମଧ୍ୟ ବରୁଣଙ୍କ ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ କରିଥିଲୁ। ତେବେ ବର୍ତ୍ତମାନ ଚିକିତ୍ସା ଖର୍ଚ୍ଚ ଦିନକୁ ଦିନ ବଢିବାରେ ଲାଗିଛି। ବରୁଣଙ୍କ ଏଭଳି କଷ୍ଟସାଧ୍ୟ ସମୟରେ ଅନ୍ୟମାନେ ସାହାଯ୍ୟ କରିବା ପାଇଁ ସେ ନିବେଦନ କରିଛନ୍ତି। ସପ୍ତାହରେ ୨-୩ ଥର ଡାୟାଲିସିସ ଓ ଅନ୍ୟାନ୍ୟ ମେଡିକାଲ ଖର୍ଚ୍ଚ ରହିଥିବା ବେଳେ ସାହାଯ୍ୟ କରିବା ପାଇଁ ରୋଶନ ଅନୁରୋଧ କରିଛନ୍ତି।

ଦୁଇ ଦିନ ତଳେ ବରୁଣଙ୍କୁ ଗୁରୁତର ଅବସ୍ଥାରେ ଡାୟାଲିସିସ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବରୁଣ କେବଳ ଭଲ ଅଭିନେତା ତା ନୁହେଁ ସେ ଜଣେ ଦୟାଳୁ ଓ ନିସ୍ବାର୍ଥପର ବ୍ୟକ୍ତି ଅଟନ୍ତି। କମ ବୟସରୁ ନିଜ ପିତା ମାତାଙ୍କୁ ହରାଇଥିଲେ ମଧ୍ୟ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଥିଏଟର ଜଗତରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଜଣେ କଳାକାର ଭାବରେ ଆର୍ଥିକ ଦୁରବସ୍ଥା ମଧ୍ୟରେ ସେ ସର୍ବଦା ରହିଥିଲେ।

Advertisment

ଇନଷ୍ଟାଗ୍ରାମ ପୋଷ୍ଟରେ ରୋଶନ ଲେଖିଛନ୍ତି ଯେଉଁମାନେ ବରୁଣ କିମ୍ବା ରିୟାଙ୍କୁ ଜାଣିଛନ୍ତି ସେମାନେ ସିଧାସଳଖ ସାହାଯ୍ୟ ପଠାଇ ପାରିବେ। ନଚେତ ଏକ କିଟୋ ଲିଙ୍କ ଜରିଆରେ ସାହାଯ୍ୟ କରିପାରିବେ। ଉଲ୍ଲେଖଯୋଗ୍ୟ ଯେ,, ରାଜକୁମାର ହିରାନୀଙ୍କ ଫିଲ୍ମ ଡଙ୍କିରେ ବରୁଣ ଏକ ଛୋଟ ଭୂମିକାରେ ନଜର ଆସିଥିଲେ। ଏହା ସହିତ ବରୁଣ ସ୍କାମ ୧୯୯୨ ଓ ଦ ଫ୍ୟାମିଲି ମ୍ୟାନ ପରି ୱେବ ସିରିଜରେ ମଧ୍ୟ କାମ କରି ସାରିଛନ୍ତି।

ଅଧିକ ପଢ଼ନ୍ତୁ: ସୈଫ ଅଲୀ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ, ଘରେ ପଶି କରିଥିଲା ଛୁରାମାଡ଼

Advertisment
Bollywood Kidney Disease
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ