Advertisment

Saif Ali Khan: ପିଠିରେ ପଶିଥିଲା ଛୁରୀ, ୬ ଘଣ୍ଟା ହୋଇଥିଲା ସର୍ଜରୀ...୫ ଦିନରେ କେମିତି ଏତେ ଫିଟ୍‌ ହେଲେ ସୈଫ୍‌ ?

କାଲି ଯେତେବେଳେ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ତାଙ୍କୁ ଦେଖିଲେ ଲାଗୁନଥିଲା ଯେ ତାଙ୍କର ଏତେ ବଡ଼ ଅସ୍ତ୍ରୋପଚାର ହୋଇଛି। ଏପରି ପରିସ୍ଥିତିରେ, ଏବେ ଶିବସେନା ନେତା ଅଭିନେତା ସୈଫଙ୍କ ଉପରେ ଆକ୍ରମଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଅଦ୍ୟତନ ହୋଇଛି
ଏତେ ଶୀଘ୍ର ଫିଟ୍‌ କେମିତି ?

ଏତେ ଶୀଘ୍ର ଫିଟ୍‌ କେମିତି ?

Advertisment

ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଷ୍ଟାର ସୈଫ୍‌ ଅଲ୍ଲୀ ଖାନ୍‌ । ବିଶେଷ କରି ତାଙ୍କ ଉପରେ ଆକ୍ରମଣ ହେବା ପରଠୁ ସୈଫଙ୍କୁ ନେଇ ତାଙ୍କ ଫ୍ୟାନ୍ସ ପ୍ରତି ଅପଡେଟ୍‌ ପାଇବାକୁ ଚାହାଁନ୍ତି । ବାସ୍ତବରେ ଯେତେବେଳେ ସୈଫ୍‌ଙ୍କୁ ଛୁରାମାଡ଼ ଓ ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେବା ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇଯାଇଥିଲେ । ସେ ସେଲିବ୍ରିଟି ହୁଅନ୍ତୁ କିମ୍ବା ପ୍ରଶଂସକ, ସମସ୍ତେ ସୈଫଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ନେଇ ଚିନ୍ତିତ ଥିଲେ । କିନ୍ତୁ ଏବେ ସୈଫ୍‌ ଅଲ୍ଲୀ ଖାନ୍‌ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ତାଙ୍କୁ ମିଳୁଥିବା ସମବେଦନା ଏବେ ଟ୍ରୋଲିଂରେ ପରିଣତ ହୋଇଛି ।

Advertisment

ସୂଚନା ଅନୁସାରେ, ଗତକାଲି ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା । ହସ୍ପିଟାଲରୁ ଯେତେବେଳେ ସେ ଘରକୁ ଫେରିଥିଲେ ସେଠାରେ ଉପସ୍ଥିତ ଥିବା ମିଡିଆକୁ ମଧ୍ୟ ପୋଜ୍‌ ଦେଇଥିଲେ ସୈଫ୍‌ । ଲୋକମାନେ ଭାବିଥିଲେ କି ସୈଫ୍‌ଙ୍କୁ ହ୍ୱିଲଚେୟାରରେ ଅଣାଯିବ । କିନ୍ତୁ ସୈଫ୍‌ ଚାଲି ଚାଲି ତାଙ୍କ ଘରକୁ ଯାଇଥିଲେ । ଯାହା ସମସ୍ତଙ୍କୁ ଚକିତ କରିଥିଲା ।

ବାସ୍ତବରେ ଛୁରାମାଡ଼ ପରେ ସୈଫ୍‌ଙ୍କର ଅସ୍ତ୍ରୋପଚାର ହୋଇଥିଲା । ତାଙ୍କ ଶରୀରରେ ୨.୫ ଇଞ୍ଚର ଏକ ଛୁରୀ ଖଣ୍ଡ ରହିଯାଇଥିଲା । ତେଣୁ ସମସ୍ତେ ଭାବିଥିଲେ ଯେ ଏହି ଘଟଣାଟି ବହୁତ ଗମ୍ଭୀର ହେବ । କିନ୍ତୁ କାଲି ଯେତେବେଳେ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ତାଙ୍କୁ ଦେଖିଲେ ଲାଗୁନଥିଲା ଯେ ତାଙ୍କର ଏତେ ବଡ଼ ଅସ୍ତ୍ରୋପଚାର ହୋଇଛି। ଏପରି ପରିସ୍ଥିତିରେ, ଏବେ ଶିବସେନା ନେତା ଅଭିନେତା ସୈଫଙ୍କ ଉପରେ ଆକ୍ରମଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଆକ୍ରମଣକାରୀ ପଶିବା ସମୟରେ ନିଦରେ ଶୋଇଥିଲେ ସିକ୍ୟୁରିଟି ଗାର୍ଡ

ସୈଫଙ୍କ ଡିସଚାର୍ଜ ପରେ ଶିବସେନା ନେତା ସଞ୍ଜୟ ନିରୁପମ ଟ୍ୱିଟ୍ କରିଥିଲେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି । ସଞ୍ଜୟ ନିରୁପମ ଲେଖିଛନ୍ତି, 'ଡାକ୍ତରମାନେ କହିଥିଲେ ଯେ ଛୁରୀଟି ସୈଫ ଅଲ୍ଲୀ ଖାନଙ୍କ ପିଠି ଭିତରେ ୨.୫ ଇଞ୍ଚ ଭିତରକୁ ପଶିଯାଇଥିଲା । ହସ୍ପିଟାଲରେ ପହଞ୍ଚିବା ପରେ ଅପରେସନ୍ ନିରନ୍ତର ୬ ଘଣ୍ଟା ଧରି ଚାଲିଥିଲା । ଏସବୁ ଘଟଣା ୧୬ ଜାନୁଆରୀରେ ଘଟିଥିଲା । ଆଉ ଜାନୁଆରୀ ୨୧ରେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଏତେ ଫିଟ୍‌ ? ଏଭଳି କିଛି ପ୍ରଶ୍ନ କରିଛନ୍ତି ଶିବସେନା ନେତା ସଞ୍ଜୟ ନିରୂପମ ।

ଶିବସେନା ନେତା ହସ୍ପିଟାଲର ସିସିଟିଭି ଫୁଟେଜ୍ ନ ଥିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି  । ସେ କହିଛନ୍ତି ଯେ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା କି, ଯେତେବେଳେ ସୈଫଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେ ରକ୍ତରେ ଜୁଡୁବୁଡୁ ଥିଲେ, କିନ୍ତୁ ସେ ଯେତେବେଳେ ହସ୍ପିଟାଲରେ ପହଞ୍ଚିଥିଲେ ତାହାର ସିସିଟିଭି ଫୁଟେଜ୍ କେଉଁଠି ? ଏପରି ଅବସ୍ଥାରେ ଏକ ଛୋଟ ପିଲା କ’ଣ ତା’ର ବାପାଙ୍କୁ ଡାକ୍ତରଖାନା ନେଇପାରିବ ? ସୈଫଙ୍କ ଘରେ ଆଠ ଜଣ କର୍ମଚାରୀ କାମ କରନ୍ତି, ତେବେ ଏପରି ସ୍ଥିତିରେ ସୈଫଙ୍କ ଉପରେ ଏତେ ବଡ଼ ଆକ୍ରମଣ କିପରି ହେଲା ? ସଞ୍ଜୟ ନିରୁପମ ମଧ୍ୟ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ସମଗ୍ର ମାମଲାକୁ ସନ୍ଦେହଜନକ ବୋଲି କହିଛନ୍ତି ।

Advertisment

ସଞ୍ଜୟ ନିରୁପମ କହିଛନ୍ତି ଯେ ପୋଲିସ ତଦନ୍ତ ମଧ୍ୟ ପ୍ରଶ୍ନବାଚୀ ମଧ୍ୟରେ ଅଛି। ପୋଲିସ ତିନି ଦିନରେ ତିନି ଜଣ ଭିନ୍ନ ଭିନ୍ନ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ବାଂଲାଦେଶୀ ବୋଲି ଦାବି କରାଯାଉଛି। ପୋଲିସ ତଦନ୍ତ ମଧ୍ୟ ସନ୍ଦେହ ସୃଷ୍ଟି କରୁଛି। ପ୍ରକୃତରେ କ’ଣ ଘଟିଥିଲା ​​ତାହା ଜାଣିବା ପାଇଁ ଏହି ମାମଲାରେ ଏକ ସ୍ପଷ୍ଟ ତଦନ୍ତ ହେବା ଉଚିତ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ସୈଫ୍‌ଙ୍କୁ ଛୁରାମାଡ଼ ଘଟଣା; ବନ୍ଧାହେଲା ମୁଖ୍ୟ ଅଭିଯୁକ୍ତ, ନାଁ ବଦଳାଇ ଦେଉଥିଲା ଚକମା

Mumbai Saif Ali Khan Shivsena
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ