• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ପୁଣି ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ । ୫ ମାସରେ ମିଳିଲାଣି ୩ଟି ହତ୍ୟା ଧମକ । ଏହି ଘଟଣା ପରେ ମୁମ୍ବାଇ ସାଉଥ୍ ସାଇବର ଥାନାରେ ଏଫ୍‌ଆଇଆର୍ ପଞ୍ଜିକୃତ ହୋଇଛି । ସଲମାନ ଖାନଙ୍କୁ ହତ୍ୟା ଧମକ ଦେବା ମାମଲାରେ ସାଇବର ପୋଲିସ ଆଇପିସି ଧାରା ୫୦୬(୨), ୫୦୪ ଏବଂ ୩୪ ସହ ଆଇଟି ଆକ୍ଟ ୬୬(ଡି) ଅଧୀନରେ ଏଫ୍‌ଆଇଆର୍ ପଞ୍ଜିକୃତ କରିଥିଲା । 

ଘଟଣାର ତଦନ୍ତ ପାଇଁ କ୍ରାଇମ ବ୍ରାଞ୍ଚର ଏକ ଟିମ୍ ରାଜସ୍ଥାନ ଯାଇଥିଲା । ରାଜସ୍ଥାନରୁ ୨୫ ବର୍ଷର ଗୁର୍ଜର ନାମକ ଯୁବକଙ୍କୁ ପୋଲିସ ଗିରଫ କରିଛି । ଗିରଫ ପରେ ତାଙ୍କୁ ମୁମ୍ବାଇ ଅଣାଯାଇଛି । କିଛି ଦିନ ତଳେ ଲରେନ୍ସ ବିସ୍କୋଇ ଗ୍ୟାଙ୍ଗର ଜଣେ ସଦସ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବରେ ଏକ ଭିଡିଓ ଅପଲୋଡ଼ କରିଥିଲେ । ଅଭିଯୋଗ ମୁତାବକ, ଏହି ଭିଡିଓରେ ସଲମାନ ଖାନଙ୍କୁ ଜୀବନରୁ ମାରିଦେବା କଥା କୁହାଯାଇଥିଲା।

ଅଧିକ ପଢ଼ନ୍ତୁ: ଗୁଳିମାଡ଼ ଘଟଣାରେ ସଲମାନ ଖାନଙ୍କ ବୟାନ୍ ରେକର୍ଡ, କହିଲେ...

ତେବେ ଚଳିତ ବର୍ଷ ଏପ୍ରିଲ ୧୪ରେ ମଧ୍ୟ ସଲମାନ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଥିଲା । ଅଭିନେତାଙ୍କ ମୁମ୍ବାଇ ଘର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଦୁଇ ଜଣ ବାଇକ ଆରୋହୀ ଫାୟାରିଂ କରି ଫେରାର୍ ହୋଇଯାଇଥିଲେ । ଏହାର ପରଦିନ ପୋଲିସ ଗୁଜରାଟରୁ ଉଭୟ ସୁଟରଙ୍କୁ ଗିରଫ କରିଥିଲା । ପରେ ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଅନୁଜ ଥାପନଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ହେଲେ କିଛି ଦିନ ପରେ ଜେଲ ଭିତରେ ହିଁ ତାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ପୋଲିସ ଏହି ମାମଲାର ତଦନ୍ତ ଜାରି ରଖୁଛି ।

ସେପଟେ ଓର୍କଫ୍ରଣ୍ଟରେ ସଲମାନଙ୍କୁ ଶେଷ ଥର ପାଇଁ ଟାଇଗର ୩ରେ ଦେଖିବାକୁ ମିଳିଥିଲା । ତାଙ୍କ ଚଳଚ୍ଚିତ୍ର ଗତ ବର୍ଷ ଦୀପାବଳି ଅବସରରେ ମୁକ୍ତିଲାଭ କରିଥିଲା । ଏବେ ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସିକନ୍ଦର'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏ.ଆର୍. ମୁର୍ଗଦାସଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଚଳଚ୍ଚିତ୍ରରେ ରଶ୍ମିକା ମନ୍ଦାନା ଓ କରୀନା କପୁର ଖାନ ନଜର ଆସିପାରନ୍ତି ।

ଅଧିକ ପଢ଼ନ୍ତୁ: ସଲମାନଙ୍କ ଘର ବାହାରେ ଗୁଳି ବିନିମୟ ପରେ ଭାଇଜାନଙ୍କୁ ଉପଦେଶ ଦେଲେ ରାଖୀ, କହିଲେ…

OTV is now on Whatsapp

Join and get latest news update delivered to you via whatsapp

Join Now