• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଲିଉଡ୍‌ର ଭାଇଜାନ୍‌ଙ୍କ ଜୀବନ ପ୍ରତି ଭୟ । ଗତ କିଛି ମାସ ମଧ୍ୟରେ ସଲମାନ ଖାନ ଙ୍କୁ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ପକ୍ଷରୁ ଅନେକ ଥର ହତ୍ୟା ଧମକ ମିଳିଛି । କ୍ରମାଗତ ଧମକ ମିଳିବା ପରେ ଅଭିନେତାଙ୍କୁ Y ପ୍ଲସ୍ ବର୍ଗର ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଛି । ଏଥି ସହିତ ସଲମାନ ନିଜେ ମଧ୍ୟ ତାଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିଛନ୍ତି । ଜୀବନ ପ୍ରତି ବିପଦ ଦେଖି ଭାଇଜାନ୍‌ ଏବେ ଏକ ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌ କିଣିଛନ୍ତି ।

ସଲମାନ ନିକଟରେ ଏକ ମହଙ୍ଗା ବୁଲେଟ୍ ପ୍ରୁଫ୍ କାର(Bulletproof Car) କିଣିଛନ୍ତି । ସଲମାନ୍‌ ଖାନ୍‌ ପ୍ରାୟତଃ ଏକ ବିଳାସପୂର୍ଣ୍ଣ ଧଳା କାରରେ ଯିବାଆସିବା କରନ୍ତି । ହେଲେ ବାରମ୍ବାର ହତ୍ୟା ଧମକ ପରେ ଅତ୍ୟାଧୁନିକ ସୁବିଧା ତଥା ସୁରକ୍ଷା ପାଇଁ ସଲମାନ ନିଜ ପାଇଁ ନୂଆ ବୁଲେଟପ୍ରୁଫ୍ ନିସାନ୍ ପେଟ୍ରୋଲ୍ ଏସୟୁଭି କିଣିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି କାର ବର୍ତ୍ତମାନ ସୁଦ୍ଧା ଭାରତୀୟ ବଜାରରେ ଉପଲବ୍ଧ ନୁହେଁ । ଏହା କେବଳ ସଲମାନ ଖାନଙ୍କ ଦ୍ୱାରା ବିଶେଷ ଭାବରେ ଅର୍ଡର କରାଯାଇ ଅଣାଯାଇଛି ।

ଅଧିକ ପଢ଼ନ୍ତୁ: ସଲମାନ ଖାନଙ୍କୁ ୬ ମାସ ମିଳି ନଥିଲା କାମ; ଏହି ବ୍ୟକ୍ତି ଭଗବାନ ହୋଇ ଆସିଥିଲେ

ଏହି ବୁଲେଟପ୍ରୁଫ୍‌ କାରରେ ଅନେକ ସୁରକ୍ଷା ସୁବିଧା ରହିଛି । B6 ବାଲିଷ୍ଟିକ୍ ସୁରକ୍ଷା ଏବଂ ୪୧ ମିଲିମିଟର ମୋଟା ଗ୍ଲାସ୍ ଥିବା ଏହି ଗାଡ଼ିକୁ ଉଚ୍ଚ ପାୱାର ଥିବା ରାଇଫଲ୍ ଦ୍ୱାରା ଗୁଳି କଲେ ସୁଦ୍ଧା କାରରେ ବସିଥିବା ଲୋକ ସୁରକ୍ଷିତ ରହିବ । ଏହି କାର ବର୍ତ୍ତମାନ ସଲମାନ ଖାନଙ୍କ ପୂର୍ବ ଟୟୋଟା ଲ୍ୟାଣ୍ଡ କ୍ରୁଜର LC200ର ସ୍ଥାନ ନେବ ।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୮ରେ ଇମେଲ୍‌ ଜରିଆରେ ସଲମାନଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ପରେ ପରେ ଏନେଇ ମୁମ୍ବାଇର ବାନ୍ଦ୍ରା ଥାନାରେ ଏତଲା ଦିଆଯାଇଥିଲା । ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ରାଜସ୍ଥାନର ଯୋଧପୁରରୁ ଇମେଲ ଆସିଥିବା ଛାନଭିନ୍‌ରୁ ଜଣାପଡ଼ିଛି । ପରେ ଏହି ସୂଚନା ଯୋଧପୁର ପୋଲିସକୁ ପଠାଯାଇଥିଲା। ବିଷ୍ଣୋଇ ଗ୍ୟାଙ୍ଗ୍ ଦ୍ୱାରା ଏହି ଇମେଲ ପଠାଯାଇଥିବା ଜଣାପଡ଼ିଛି।