Advertisment

‘ଏପ୍ରିଲ ୩୦ରେ ଶେଷ କରିଦେବି’...ପୁଣି ସଲମାନଙ୍କୁ ମିଳିଲା ଧମକପୂର୍ଣ୍ଣ ଫୋନ୍‌ କଲ୍‌

ବଲିଉଡ୍‌ର ଭାଇଜାନ ସଲମାନ ଖାନଙ୍କୁ ପୁଣିଥରେ ହତ୍ୟା ଧମକ। ଜଣେ ବ୍ୟକ୍ତି ଫୋନ୍‌ କରି ଏପ୍ରିଲ ୩୦ରେ ତାଙ୍କୁ ଜୀବନରୁ ମାରି ଦେବାର ହତ୍ୟା ଧମକ ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Salman Khan Receives Another Death Threat

Bollywood Superstar Salman Khan Receives Another Death Threat

ବଲିଉଡ୍‌ର ଭାଇଜାନ ସଲମାନ ଖାନ ଙ୍କୁ ପୁଣିଥରେ ହତ୍ୟା ଧମକ। ଜଣେ ବ୍ୟକ୍ତି ଫୋନ୍‌ କରି ଏପ୍ରିଲ ୩୦ରେ ତାଙ୍କୁ ଜୀବନରୁ ମାରି ଦେବାର ହତ୍ୟା ଧମକ ଦେଇଛନ୍ତି। ସୋମବାର ରାତି ୯ଟାରେ ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିଲା।

Advertisment

ଅଧିକ ପଢ଼ନ୍ତୁ: ଭାଇଜାନ୍‌ଙ୍କ ଜୀବନ ପ୍ରତି ବିପଦ !! ଘନ ଘନ ହତ୍ୟା ଧମକ ଭିତରେ ବୁଲେଟପ୍ରୁଫ୍‌ ଗାଡ଼ି କିଣିଲେ ସଲମାନ୍‌

ପୁଣି ମିଳିଲା ଧମକପୂର୍ଣ୍ଣ ଫୋନ୍‌ କଲ୍‌...

ଏପ୍ରିଲ ୧୦ ତାରିଖରେ ଅଫ୍‌କମିଂ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ର ଟ୍ରେଲର ରିଲିଜ୍‌ କରିଥିଲେ ସଲମାନ। ତେବେ ସେଇଦିନ ରାତିରେ ହିଁ ମୁମ୍ବାଇ ପୋଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ସଲମାନଙ୍କୁ ନେଇ ଏକ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣକ ନିଜକୁ ଯୋଧପୁରର ଗୋରକ୍ଷକ ରକି ଭାଇ ବୋଲି ପରିଚୟ ଦେଇଥିଲେ। ଫୋନ୍‌ କରି ସେ କହିଥିଲେ, ଏପ୍ରିଲ ୩୦ରେ ସଲମାନଙ୍କ ଶେଷ କରିଦେବି। ଏହାପରେ ମୁମ୍ବାଇ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି।

Advertisment

ମ୍ୟାନେଜରଙ୍କ ପାଖକୁ ଆସିଥିଲା ଧମକପୂର୍ଣ୍ଣ ଇ-ମେଲ୍‌...

ଏହା ପୂର୍ବରୁ ମାର୍ଚ୍ଚ ୧୮ରେ ସଲମାନଙ୍କ ମ୍ୟାନେଜର ପ୍ରଶାନ୍ତ ଗୁଞ୍ଜଲକରଙ୍କ ପାଖକୁ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ଆସିଥିଲା। ଏଥିରେ ଅଭିନେତା ସଲମାନଙ୍କ ସହ କଥା ହେବା ପାଇଁ କୁହାଯାଇଥିଲା। ଏହି ଇ-ମେଲ୍‌ ରୋହିତ ଗର୍ଗ ନାମକ ଜଣେ ବ୍ୟକ୍ତି ପଠାଇଥିବା ଜଣାପଡ଼ିଥିଲା। ଇ-ମେଲ୍‌ରେ ଉଲ୍ଲେଖ କରାଯାଇଥିଲା- ‘ଗୋଲ୍ଡି ବ୍ରାର୍‌ ତୁମ ବସ୍‌ ଅର୍ଥାତ୍‌ ସଲମାନ ଖାନଙ୍କ ସହ କଥା ହେବାକୁ ଚାହୁଁଛନ୍ତି। ବୋଧ ହୁଏ ସେ(ସଲମାନ) ଇଣ୍ଟରଭିୟୁ ଦେଖିଥିବେ, ଯଦି ଦେଖି ନଥିବେ ତା’ହେଲେ ଦେଖି ନିଅନ୍ତୁ।’

ଏହି ଧମକପୂର୍ଣ୍ଣ ଇ-ମେଲ୍‌ ମିଳିବା ପରେ ସଲମାନଙ୍କ ମ୍ୟାନେଜର ଏନେଇ ବାନ୍ଦ୍ରା ପୋଲିସ୍‌ରେ ଲରେନ୍ସ ବିଷ୍ଣୋୟୀ, ରୋହିତ ଗର୍ଗ ଓ ଗୋଲ୍ଡି ବ୍ରାର୍‌ଙ୍କ ବିରୋଧରେ ଅଭିଯୋଗ କରିଥିଲେ। ତୁରନ୍ତ ଆକ୍ସନ ନେଇ ପୋଲିସ୍‌ ୩ ଜଣଙ୍କ ବିରୋଧରେ FIR ରୁଜୁ କରିଥିଲା। ଏହାସହ ବାନ୍ଦ୍ରାରେ ସଲମାନଙ୍କ ଘର ସାମ୍ନାରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯାଇଥିଲା। 

Salman Khan Death Threat
Advertisment
Advertisment