Advertisment

Saiyaara: ଆଶିକୀ ୨ପରେ ଆଉ ଏକ ଲଭଷ୍ଟୋରୀ, ଦର୍ଶକଙ୍କୁ ପସନ୍ଦ ଆସୁଛି

ସୈୟାରା ଦେଖି ଫେରିଥିବା ଅଧିକାଂଶ ଲୋକ ଫିଲ୍ମକୁ କାଫି ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି ଯେ ଏହି ଫିଲ୍ମ ମୋତେ କନ୍ଦାଇଛି ଏବଂ ମୋତେ ପ୍ରେମ ଉପରେ ପୁଣି ଥରେ ବିଶ୍ୱାସ କରିବାକୁ ଶିଖାଇଛି। ଏହା ଏକ ଚମତ୍କାର ଭାବପ୍ରବଣ ଚଳଚ୍ଚିତ୍ର।

author-image
Manasranjan Mohanty
Saiyaara

Saiyaara

ମୋହିତ ସୁରୀଙ୍କ ଚଳଚ୍ଚିତ୍ର ‘ସୈୟାରା’ ଆଜି ସିନେମା ହଲ୍‌ରେ ମୁକ୍ତିଲାଭ କରିଛି। ‘ଆଶିକୀ ୨’ ଏବଂ ‘ଏକ ଭିଲେନ’ ଭଳି ସୁପରହିଟ ପ୍ରେମ କାହାଣୀ ଦେଇଥିବା ମୋହିତ ସୁରୀ ଏଥର ଏକ ନୂଆ ପ୍ରେମ କାହାଣୀ ନେଇ ଫେରିଛନ୍ତି। ଚଳଚ୍ଚିତ୍ରଟିରେ ପ୍ରେମ, ଜୁନୁନ, ବିଚ୍ଛେଦ କାହାଣୀ ଦେଖିବାକୁ ମିଳିଛି । ‘ସୈୟାରା’ ସମ୍ପୂର୍ଣ୍ଣ ରୂପେ ଏକ ରୋମାଣ୍ଟିକ-ଲଭ ଷ୍ଟୋରୀ। ଫିଲ୍ମର ଗୀତଗୁଡ଼ିକ ପୂର୍ବରୁ ହିଁ ସୁପରହିଟ ହୋଇସାରିଛି, ଏବଂ ଆଡ଼ଭାନ୍ସ ବୁକିଂରେ ମଧ୍ୟ ଫିଲ୍ମକୁ ନେଇ ବେଶ ଉତ୍ସାହ ଦେଖାଯାଇଥିଲା।

Advertisment

ସୈୟାରା ଦେଖି ଫେରିଥିବା ଅଧିକାଂଶ ଲୋକ ଫିଲ୍ମକୁ କାଫି ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି ଯେ ଏହି ଫିଲ୍ମ ମୋତେ କନ୍ଦାଇଛି ଏବଂ ମୋତେ ପ୍ରେମ ଉପରେ ପୁଣି ଥରେ ବିଶ୍ୱାସ କରିବାକୁ ଶିଖାଇଛି। ଏହା ଏକ ଚମତ୍କାର ଭାବପ୍ରବଣ ଚଳଚ୍ଚିତ୍ର।

ସିନେମା ହଲ୍‌ରୁ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସୁଛି, ଯେଉଁଥିରେ ଜଣେ ବ୍ୟକ୍ତି ଫିଲ୍ମ ଦେଖି ବେଶ ଭାବୁକ ହୋଇପଡ଼ିଛନ୍ତି ଏବଂ କାନ୍ଦୁଛନ୍ତି। ଅନ୍ୟ ଜଣେ ୟୁଜର ଫିଲ୍ମର ସଙ୍ଗୀତ, ସିନେମାଟୋଗ୍ରାଫୀ ଏବଂ ସ୍କ୍ରିନପ୍ଲେର ପ୍ରଶଂସା କରି ଫିଲ୍ମକୁ ଚମତ୍କାର ବୋଲି କହିଛନ୍ତି ।

Advertisment

ଆଉ ଜଣେ ଫ୍ୟାନ ଫିଲ୍ମକୁ ସାଢ଼େ ଚାରି ଷ୍ଟାର ଦେଇ ଚମତ୍କାର ବୋଲି କହିଛନ୍ତି। ସେ ଲେଖିଛନ୍ତି, ‘ମୋହିତ ସୁରୀ ପୁଣି ଥରେ ରୋମାନ୍ସ ଜୋନରରେ ଫେରିଛନ୍ତି।’ ପ୍ରଶଂସକମାନେ ଅଭିନୟ ଏବଂ ଗୀତଗୁଡ଼ିକର ମଧ୍ୟ ପ୍ରଶଂସା କରିଛନ୍ତି।

ଜଣେ ପ୍ରଶଂସକ ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଅଭିନୟର ପ୍ରଶଂସା କରି ଏହାକୁ ବେଷ୍ଟ ଡେବ୍ୟୁ ବୋଲି କହିଛନ୍ତି। ସେହିପରି ଫିଲ୍ମକୁ ସାଢ଼େ ଚାରି ଷ୍ଟାର ଦେଇଛନ୍ତି। ଲୋକମାନଙ୍କୁ ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଅଭିନୟ ବେଶ ପସନ୍ଦ ହେଉଛି। ଅଧିକାଂଶ ଉପଭୋକ୍ତା ଫିଲ୍ମକୁ ସାଢ଼େ ଚାରି ଷ୍ଟାର ଯୋଗ୍ୟ ବୋଲି କହୁଛନ୍ତି।

Bollywood Aditya Chopra Box Office Collection
Advertisment
Related Articles
Advertisment