Advertisment

Missile Tests: ଦୁଇଟି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଶକ୍ତିଶାଳୀ ହେଉଛି ଭାରତ

ଗତକାଲି ରାତି ୮ଟା ୩୫ ମିନିଟରେ ଏହାର ପରୀକ୍ଷଣ କରାଯାଇଛି । ପୃଥ୍ୱୀର ଲକ୍ଷ୍ୟଭେଦ କ୍ଷମତା ୩୫୦ ରୁ ୫୦୦ କିଲୋମିଟର ହୋଇଥିବା ବେଳେ, ଏହାର ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରହିଛି।

author-image
Manasranjan Mohanty
ଅଦ୍ୟତନ ହୋଇଛି
Missile Tests

Missile Tests

ଭାରତ ପରଖୁଛି ନିଜ ମିସାଇଲ ପାୱାର୍। ଓଡ଼ିଶା ମାଟିରୁ ଗୋଟିଏ ଦିନରେ ଦୁଇ ଦୁଇଟି ଶକ୍ତିଶାଳୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ବାଲେଶ୍ବର ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡରୁ ପୃଥ୍ୱୀ-ଟୁ ମିସାଇଲ୍ ର ସଫଳ ପରୀକ୍ଷଣ ହୋଇଛି ।

Advertisment

ଗତକାଲି ରାତି ୮ଟା ୩୫ ମିନିଟରେ ଏହାର ପରୀକ୍ଷଣ କରାଯାଇଛି । ପୃଥ୍ୱୀର ଲକ୍ଷ୍ୟଭେଦ କ୍ଷମତା ୩୫୦ ରୁ ୫୦୦ କିଲୋମିଟର ହୋଇଥିବା ବେଳେ, ଏହାର ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରହିଛି।

ସେହିପରି ଚାନ୍ଦିପୁର ଆଇଟିଆରରୁ ଅଗ୍ନି-୧ର ମଧ୍ୟ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ୧ ହଜାର କିଲୋମିଟର ପର୍ଯ୍ୟନ୍ତ ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି। ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା ପାଇଁ ସକ୍ଷମ ଅଗ୍ନି-୧ ମିଜାଇଲ୍।

Advertisment

ସେପଟେ ଲଦ୍ଦାଖରେ ଗର୍ଜିଛି ଆକାଶ ପ୍ରାଇମ୍। ଆକାଶ ୱିପନ୍ ସିଷ୍ଟମର ଏହି ଉନ୍ନତ ଭାରିଆଣ୍ଟ୍ ଲଦ୍ଦାଖର ଉଚ୍ଚ ପାର୍ବତ୍ୟାଞ୍ଚଳରେ ୨ଟି ଏରିଆଲ୍ ହାଇସ୍ପିଡ୍ ଅନମ୍ୟାନ୍ଡ ଟାର୍ଗେଟ୍ ବା ତୀବ୍ର ଗତିରେ ଉଡ଼ୁଥିବା ୨ଟି ଡ୍ରୋନକୁ ନିଶାନା ଲଗାଇ ସଫଳତାର ସହ ଧ୍ବଂସ କରିପାରିଛି।

ଏହି ସୂଚନା ଦେବା ସହ ଭିଡିଓ ଜାରି କରିଛି DRDO। ୪୫ଶହ ମିଟର୍ ଉଚ୍ଚତାରେ କାର୍ଯ୍ୟ କରିବାକୁ ଏହା ସକ୍ଷମ ଏବଂ ଏଥିରେ ସ୍ବଦେଶୀ ରେଡିଓ ଫ୍ରିକ୍ବେନ୍ସି ସିକର୍ ଲାଗିଛି।...

Odisha Chandipur Missile Missile Test
Advertisment
Related Articles
Advertisment