Advertisment

Crime Branch Probes: କେଉଁଠୁ ପେଟ୍ରୋଲ ଆଣିଲେ ଏଫଏମ କଲେଜ ପୀଡ଼ିତା... ନା ଆଉ କିଏ ଆଣି ଦେଇଥିଲା

ସେଦିନ କଣ ଘଟଣା ଘଟିଥିଲା କେମିତି ପୀଡ଼ିତାଙ୍କ ଦେହରେ ନିଆଁ ଲାଗିଲା ଏନେଇ ଘଟଣାକ୍ରମ ବାବଦରେ ଜ୍ୟୋତିପ୍ରକାଶଙ୍କ ଠାରୁ ତଦନ୍ତକାରୀ ଟିମ ପଚାରି ବୁଝିଛନ୍ତି। ଜ୍ୟୋତି ପ୍ରକାଶଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଛି କ୍ରାଇମବ୍ରାଞ୍ଚ ଟିମ୍।

author-image
Manasranjan Mohanty
ଅଦ୍ୟତନ ହୋଇଛି
Crime Branch Probes

Crime Branch Probes

FM କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ଖୋଳତାଡ଼। ନିଜେ ପେଟ୍ରୋଲ ଆଣିଥିଲେ ଛାତ୍ରୀ, ନା ଆଉ କିଏ ଆଣି ଦେଇଥିଲେ ? ଏ ଦିଗରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଥିବା ସୂଚନା ମିଳିଛି। କଲେଜ ନିକଟ ପେଟ୍ରୋଲ ପମ୍ପରେ କ୍ରାଇମବ୍ରାଞ୍ଚ ତନାଘନା କରିଛି।

Advertisment

ସିସିଟିଭି ହାର୍ଡଡିସ୍କ ଜବତ କରିବା ସହ ପେଟ୍ରୋଲ ପମ୍ପ ମ୍ୟାନେଜର୍ ଓ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ସେପଟେ ଗତକାଲି ମଧ୍ୟ କଲେଜ ପରିସରକୁ ଯାଇ କ୍ରାଇମବ୍ରାଞ୍ଚ୍ ଟିମ୍ ତଦନ୍ତ କରିଛି। ଆଇଜି ଏସ୍. ସାଇନି ଓ ତଦନ୍ତକାରୀ ଅଧିକାରୀ କଲେଜରେ ପହଞ୍ଚି ତଦନ୍ତ କରିଛନ୍ତି।

କଲେଜ ପିଲାଙ୍କ ସହ କର୍ତ୍ତୃପକ୍ଷଙ୍କୁ ଘଟଣା ଦିନ ବାବଦରେ ହୋଇଛି ପଚରାଉଚରା। ଏପଟେ କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍ SCB ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ପହଞ୍ଚି ପ୍ରତ୍ୟକ୍ଷଦର୍ଶୀ ଆହତ ଜ୍ୟୋତି ପ୍ରକାଶ ବିଶ୍ବାଳଙ୍କୁ ଭେଟି ତଥ୍ୟ ନେଇଛନ୍ତି।

Advertisment

ସେଦିନ କଣ ଘଟଣା ଘଟିଥିଲା କେମିତି ପୀଡ଼ିତାଙ୍କ ଦେହରେ ନିଆଁ ଲାଗିଲା ଏନେଇ ଘଟଣାକ୍ରମ ବାବଦରେ ଜ୍ୟୋତିପ୍ରକାଶଙ୍କ ଠାରୁ ତଦନ୍ତକାରୀ ଟିମ ପଚାରି ବୁଝିଛନ୍ତି। ଜ୍ୟୋତି ପ୍ରକାଶଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଛି କ୍ରାଇମବ୍ରାଞ୍ଚ ଟିମ୍। ଆଜି ପୁଣି କଲେଜ ପରିସରକୁ ଯାଇ କ୍ରାଇମବ୍ରାଞ୍ଚ ଘଣ୍ଟାଚକଟା କରିପାରେ।...

FM କଲେଜ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଆଜି ବାଲେଶ୍ବର ଯିବ ଉଚ୍ଚଶିକ୍ଷା ବିଭାଗର ଉଚ୍ଚସ୍ତରୀୟ କମିଟି । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି କମିଟି ତଦନ୍ତ କରିବ । ଏହି ସମୟରେ ତଦନ୍ତ କମିଟି ଆଗରେ ହାଜର ହେବା ପାଇଁ ଏଫଏମ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟ ଓ କିଛି ଛାତ୍ରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ପୂର୍ବରୁ ଗତ ୧୩ ତାରିଖରେ ଉଚ୍ଚସ୍ତରୀୟ କମିଟି ପ୍ରାଥମିକ ତଦନ୍ତ କରି ଅନ୍ତରୀଣ ରିପୋର୍ଟ ଦାଖଲ କରିଥିଲା । ଆହତ ଜ୍ୟୋତିପ୍ରକାଶ ବିଶ୍ବାଳଙ୍କୁ ଛାଡ଼ି ଅନ୍ୟ ୯ ଜଣଙ୍କୁ ହାଜର ପାଇଁ ନିର୍ଦ୍ଦେଶ ରହିଛି। ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ତଦନ୍ତ କରୁଛି।

Crime Branch Fakir Mohan University
Advertisment
Related Articles
Advertisment