Advertisment

Dead Body on Trolley: ପୁଣି ଟ୍ରଲିରେ ବୁହାହେଲା ମୃତଦେହ, ଯୋଗାଡ଼ କରିପାରିଲେନି ୧୨୦୦ ଟଙ୍କା

ଆମ୍ବୁଲାନ୍ସ ଡ୍ରାଇଭର ୧୨ ଶହ ଟଙ୍କା ମାଗିଥିଲେ। ସେହି ଟଙ୍କା ଯୋଗାଡ଼ କରିନପାରି ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ବାପା ଏକ ଟ୍ରଲି ରିକ୍ସା ଆଣି ଝିଅର ମୃତଦେହକୁ ୬ କିଲୋମିଟର ଦୂର ବାଲିଆପାଳ ଡାକ୍ତରଖାନାକୁ ନେଇଥିବା କୁହାଯାଉଛି।

author-image
Manasranjan Mohanty
ଅଦ୍ୟତନ ହୋଇଛି
deadbody

deadbody

ଆମ୍ବୁଲାନ୍ସ ପାଇଁ ଟଙ୍କା ଯୋଗାଡ଼ କରିନପାରି ଶେଷରେ ଝିଅର ମୃତଦେହକୁ ଟ୍ରଲିରେ ନେଲେ ବାପା। ତା’ ପୁଣି ବ୍ୟବଚ୍ଛେଦ ପାଇଁ ୬ କିଲୋମିଟର ଦୂର ଡାକ୍ତରଖାନାକୁ। ଏଭଳି ଅଭିଯୋଗ ଆସିଛି ବାଲେଶ୍ବର ବାଲିଆପାଳ ଥାନା ଅଞ୍ଚଳରୁ।

Advertisment

ସୂଚନା ଅନୁସାରେ, ଗାଁ ପାଖ ଏକ ସ୍ଥାନରୁ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ପୋଲିସ ମୃତଦେହକୁ ଜବତ କରିବା ପରେ, ବ୍ୟବଚ୍ଛେଦ ପାଇଁ ପରିବାର ଲୋକଙ୍କୁ ଦାୟିତ୍ବ ଦେଇ ପଳାଇ ଆସିଥିବା ଚର୍ଚ୍ଚା ହେଉଛି। ମୃତଦେହ ନେବା ପାଇଁ ଆମ୍ବୁଲାନ୍ସ ଯୋଗାଡ଼ କରିଥିଲେ ବାପା।

କିନ୍ତୁ ଆମ୍ବୁଲାନ୍ସ ଡ୍ରାଇଭର ୧୨ ଶହ ଟଙ୍କା ମାଗିଥିଲେ। ସେହି ଟଙ୍କା ଯୋଗାଡ଼ କରିନପାରି ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ବାପା ଏକ ଟ୍ରଲି ରିକ୍ସା ଆଣି ଝିଅର ମୃତଦେହକୁ ୬ କିଲୋମିଟର ଦୂର ବାଲିଆପାଳ ଡାକ୍ତରଖାନାକୁ ନେଇଥିବା କୁହାଯାଉଛି।

Advertisment

ଯେଉଁଠି ବ୍ୟବଛେଦ କରାଯାଇଥିଲା। ସେହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେପଟେ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାରେ ବି ୧୫ ଶହରୁ ୨ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯିବାରୁ ସ୍ଥାନୀୟ କିଛି ଲୋକଙ୍କ ସାହାଯ୍ୟ ଲୋଡ଼ିଥିଲେ ବୋଲି ଜଣାପଡ଼ିଛି।

ତେବେ ଏଭଳି ଅଭିଯୋଗ ସଂପର୍କରେ ବାଲିଆପାଳ ପୋଲିସ କିମ୍ବା ମେଡ଼ିକାଲ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ସଂପୃକ୍ତ ଯୁବତୀଙ୍କ ମୃତ୍ୟୁ ପଛର କାରଣ କଣ ତାହା ବି ସ୍ପଷ୍ଟ ଜଣାପଡ଼ିନାହିଁ।...

Healthcare Deadbody
Advertisment
Related Articles
Advertisment