Advertisment

Saiyaara: ଭାଇରାଲ ହେଉଛି ମିମ୍ସ ଓ ରିଲ୍ସ, ସବୁଥିରେ ଆଗରେ

ଅନେକ ସୋସିଆଲ୍ ମିଡିଆ ୟୁଜର୍ସ ଫିଲ୍ମକୁ ରକ୍‌ଷ୍ଟାର, ଜବ୍ ‌ୱି ମେଟ, ସନମ୍ ରେ, ଆଶିକୀ-୨ର କକଟେଲ୍ କହିଛନ୍ତି ।

author-image
Manasranjan Mohanty
Saiyaara

Saiyaara

ମୋହିତ ସୂରୀଙ୍କ ସୈୟାରା ବକ୍ସ ଅଫିସରେ କମାଲ କରୁଛି। କିନ୍ତୁ ସେପଟେ ଅସଲ ଧମାକା ସୋସିଆଲ୍ ମିଡିଆରେ ବି ହେଉଛି । ଇନଷ୍ଟାଗ୍ରାମ ହେଉ କି ଏକ୍ସ ସବୁଠି ସୈୟାରା ମିମ୍ସ ଦେଖିବାକୁ ମିଳିଛି । ଅହାନ ପାଣ୍ଡେ ଓ ଅନୀତଙ୍କ ଫିଲ୍ମ ୮୩ କୋଟିରୁ ଅଧିକ କଲେକ୍ସନ୍ କରିଛି। ସେହିଭଳି ସୋସିଆଲ୍ ମିଡିଆରେ ମିମ୍ସ ଓ ରିଲ୍ସ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି।

Advertisment

ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଦର୍ଶକ ନିଜ ଟିସର୍ଟରେ ଲୁହ ପୋଛୁଥିବାର ଦେଖିବାକୁ ମିଳିଛି ।

Advertisment

ଆଉ ଏକ ଭାଇରାଲ୍ ଭିଡିଓରେ ତେବେ ଏକ ଫ୍ୟାନ୍ ଏତେ ଉତ୍ସାହିତ ହୋଇଗଲେ ଯେ ଆକ୍ସନ ସିନ୍‌ରେ ଜୋରରେ ଚିଲାଇବାକୁ ଲାଗିଲେ । କେତେକ ଲୋକ ଫିଲ୍ମ ଦେଖି ଇମୋସନାଲ୍ ହେଉଛନ୍ତି, ତଥାପି କେତେକ ଲୋକ ଲଜିକ୍ ଖୋଜୁଛନ୍ତି। ଅନେକ ସୋସିଆଲ୍ ମିଡିଆ ୟୁଜର୍ସ ଫିଲ୍ମକୁ ରକ୍‌ଷ୍ଟାର, ଜବ୍ ‌ୱି ମେଟ, ସନମ୍ ରେ, ଆଶିକୀ-୨ର କକଟେଲ୍ କହିଛନ୍ତି ।

ପ୍ଲଟ୍ ଓ କାହାଣୀ ଛାଡ଼ି ଦିଅନ୍ତୁ, ଗୀତ ଶୁଣି ଦର୍ଶକମାନେ ଥିଏଟରରେ କନ୍‌ସର୍ଟ୍‌ ଭଳି ଏନଜୟ କରୁଛନ୍ତି ।

Reels Video Viral Video Memes
Advertisment
Related Articles
Advertisment