Advertisment

PHF : ଭୟଭୀତ ପାକିସ୍ତାନ, ଚିଠି ଲେଖି ମାଗିଲା ସୁରକ୍ଷା ଗ୍ୟାରେଣ୍ଟି...ଆସିବ କି ନାହିଁ ସସପେନ୍ସ ଜାରି

PHF ମୁଖ୍ୟ ତାରିକ ବୁଗତି କହିଛନ୍ତି ଆମେ FIH ଓ AHFକୁ ସୂଚନା ଦେଇଛୁ । ବର୍ତ୍ତମାନର ପରିସ୍ଥିତିରେ ଆମ ଟିମ୍ ଭାରତରେ ଖେଳିବା ସମୟରେ ସୁରକ୍ଷା ସମ୍ବନ୍ଧୀୟ ବିପଦର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏସିଆ କପ୍ ପାଇଁ ଭାରତ ଯିବାକୁ ଆମ ଖେଳାଳିମାନଙ୍କର ଇଚ୍ଛା ନାହିଁ।

author-image
Manasranjan Mohanty
ଅଦ୍ୟତନ ହୋଇଛି
PHF

PHF

ଭାରତ ଆସି ଏସିଆ କପରେ ଭାଗ ନେବାକୁ ଚାହୁଁନି ପାକିସ୍ତାନ ହକି ଟିମ୍ । ଆସନ୍ତାମାସରେ ଭାରତରେ ଏସିଆ କପ ହକି ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ପାକିସ୍ତାନ ଟିମ୍ ଭାରତ ଆସିବ କି ନାହିଁ ତାକୁ ନେଇ ସସପେନ୍ସ ଜାରି ରହିଛି । ପାକିସ୍ତାନ ହକି ଫେଡେରେସନ (PHF) ଏହା ସମ୍ପର୍କରେ ଅନ୍ତର୍ଜାତୀୟ ହକି ଫେଡେରେସନ (FIH) ଓ ଏସୀୟ ହକି ଫେଡେରେସନ (AHF) କୁ ଚିଠି ଲେଖିଛି । ଏହି ଚିଠିରେ PHF ନିଜ ହକି ଟିମ୍‌କୁ ଭାରତକୁ ପଠାଇବା ନେଇ ଆପତ୍ତି ଉଠାଇଛି। ପାକିସ୍ତାନ ହକି ଫେଡେରେସନ କହିଛି ଯେ ସୁରକ୍ଷା ଚିନ୍ତା ହେତୁ ଟିମ୍‌କୁ ଭାରତକୁ ପଠାଇବା କଷ୍ଟକର ହେବ।

Advertisment

ରିପୋର୍ଟ ଅନୁସାରେ PHF ମୁଖ୍ୟ ତାରିକ ବୁଗତି କହିଛନ୍ତି ଆମେ FIH ଓ AHFକୁ ସୂଚନା ଦେଇଛୁ । ବର୍ତ୍ତମାନର ପରିସ୍ଥିତିରେ ଆମ ଟିମ୍ ଭାରତରେ ଖେଳିବା ସମୟରେ ସୁରକ୍ଷା ସମ୍ବନ୍ଧୀୟ ବିପଦର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏସିଆ କପ୍ ପାଇଁ ଭାରତ ଯିବାକୁ ଆମ ଖେଳାଳିମାନଙ୍କର ଇଚ୍ଛା ନାହିଁ।

ଅଧିକ ପଢ଼ନ୍ତୁ: ଭାରତ ପାକିସ୍ତାନ WCL ମ୍ୟାଚ ବାତିଲ୍ , ଆୟୋଜକଙ୍କ ପକ୍ଷରୁ ଘୋଷଣା

PHF ମୁଖ୍ୟ ତାରିକ ବୁଗତି କହିଛନ୍ତି ଯେ ଏବେ ଏହି ଟୁର୍ଣ୍ଣାମେଣ୍ଟ ଏବଂ ପାକିସ୍ତାନର ମ୍ୟାଚ୍‌ଗୁଡ଼ିକ ସମ୍ପର୍କରେ ନିଷ୍ପତ୍ତି ନେବାର ଦାୟିତ୍ୱ FIH ଓ AHF ଉପରେ ରହିଛି। ସେ ଆହୁରି କହିଛନ୍ତି ଆମେ ସେମାନଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚାରିଛୁ। ପାକ୍ ଖେଳାଳିମାନେ ଭାରତରେ ସୁରକ୍ଷିତ ରହିବେ ଏବଂ ଟୁର୍ନାମେଣ୍ଟ ଉପରେ ଧ୍ୟାନ ଦେଇ ପାରିବେ ତାହାର କ’ଣ ଗ୍ୟାରେଣ୍ଟି ଅଛି।

Advertisment

ପାକିସ୍ତାନ ସରକାର ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି । କିନ୍ତୁ ନିକଟରେ ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ ପାକିସ୍ତାନ ଟିମ୍ ଭାରତ ଯିବ ନାହିଁ। ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବିହାରର ରାଜଗୀରରେ ଖେଳାଯିବ। ଅନ୍ୟପଟେ ଜୁନିୟର ହକି ବିଶ୍ୱକପ ବର୍ଷର ଶେଷରେ ଖେଳାଯିବ।

ଅପରେସନ ସିନ୍ଦୁର ପରେ ଭାରତ-ପାକିସ୍ତାନ ସମ୍ପର୍କ ବେଶ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଏପରି ପରିସ୍ଥିତିରେ ଏସିଆ କପ୍‌ରେ ପାକିସ୍ତାନର ଭାଗୀଦାରୀ ନେଇ ସନ୍ଦେହ ଥିଲା।

ସେପଟେ ଭାରତ-ପାକିସ୍ତାନ ଲିଜେଣ୍ଡସ୍‌ ଲିଗ୍‌ ମ୍ୟାଚ୍ ବାତିଲ୍ ହୋଇଛି । ମ୍ୟାଚ୍‌ ବାତିଲ୍ ନେଇ ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। । ଭାରତୀୟ ଖେଳାଳି ମ୍ୟାଚ୍‌ରୁ ଓହରିବା ପରେ ଆୟୋଜକ ମ୍ୟାଚ ରଦ୍ଦ ଘୋଷଣା କରିଥିଲେ । ପ୍ରେସ୍ ରିଲିଜ୍ ଜାରି କରି ଆୟୋଜକଙ୍କ ପକ୍ଷରୁ ଦୁଃଖ ପ୍ରକାଶ ପ୍ରକାଶ କରାଯାଇଥିଲା ।

ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ ଲିଜେଣ୍ଡସ ୨୦୨୫ ଜୁଲାଇ ୧୮ରୁ ଆରମ୍ଭ ହୋଇଛି । ହେଲେ ଖେଳ ହେବା ଆଗରୁ ଭାରତ-ପାକ ମ୍ୟାଚ୍ ବାତିଲ ହୋଇଯାଇଛି ।

ଅଧିକ ପଢ଼ନ୍ତୁ: T20 ଫର୍ମାଟରେ ଖେଳାଯିବ, ଭାଗନେବେ ୧୮୦ଜଣ ଖେଳାଳି

Asia Cup Hockey Player Pakistan
Advertisment
Related Articles
Advertisment