Advertisment

Piyush to Rejoin Singhabahini: ଯାହାଙ୍କ ସହ ବିବାଦ, ତାଙ୍କରି ସାଙ୍ଗେ ଯୋଡ଼ି; ଯାତ୍ରା ସିଂହବାହିନୀରେ ରହିବେ ପୀୟୁଷ ତ୍ରିପାଠୀ...

ଯାହାଙ୍କ ସହ ଥିଲା ବିବାଦ, ତାଙ୍କ ସହ ଏବେ ଘିଅ-ମହୁର ସଂପର୍କ। ଯାହାଙ୍କ ପାଇଁ ବର୍ଷେ ଯାଏଁ ବିଶ୍ରାମ ନେବାକୁ ଘୋଷଣା କରିଥିଲେ, ତାଙ୍କ ସହ ଆଗକୁ ୫ ବର୍ଷ ଯାଏଁ କାମ କରିବେ। ଯାତ୍ରା ମଞ୍ଚର ଖଳନାୟକ ତଥା ହାଇପେଡ୍ ଆର୍ଟିଷ୍ଟ ପୀୟୁଷ ତ୍ରିପାଠୀ। ସ୍ପଷ୍ଟ କରିଛନ୍ତି ସଂଜୀବ ପାଢ଼ୀଙ୍କ ଯାତ୍ରାପାର୍ଟି ସିଂହବାହିନୀ ସହ ୨୦୨୬ରୁ ୨୦୩୦ ଯାଏଁ କାମ କରିବାକୁ ଏଗ୍ରିମେଣ୍ଟ କରିଛନ୍ତି।

author-image
Sujit kumar Swain
undefined

Piyush to Rejoin Singhabahini

ଯାହାଙ୍କ ସାଙ୍ଗେ କଳି, ତାଙ୍କ ସାଙ୍ଗେ ମେଳି। ସବୁ ଚର୍ଚ୍ଚା ଆଲୋଚନାରେ ଯବନିକା ପକାଇ ସିଂହ ବାହିନୀ ମାଲିକ ସଂଜୀବ ପାଢ଼ୀଙ୍କ ସହ ୫ ବର୍ଷିୟା ଚୁକ୍ତି କରିଥିବା ସ୍ପଷ୍ଟ କରିଛନ୍ତି ଯାତ୍ରା ସୁପର୍ ଷ୍ଟାର୍ ପୀୟୂଷ ତ୍ରିପାଠୀ। ଆଜି ସାମ୍ବାଦିକ ସମ୍ମିଳନୀ କରି ପୀୟୂଷ କହିଛନ୍ତି, ବର୍ଷେ ଯାଏଁ କୁଆଡ଼େ ଯିବିନି। ଯଦି ଯିବି ୨୦୨୬ରୁ ୨୦୩୦ ଯାଏଁ ସିଂହ ବାହିନୀରେ ରହିବି। ବଡ଼ ପ୍ରଶ୍ନ, ଯେଉଁ ସୂର୍ଯ୍ୟ ମନ୍ଦିର ଅପେରା ମାଲିକଙ୍କ ସହ ୨ ବର୍ଷିୟା ଚୁକ୍ତି କରିଥିଲେ ପୀୟୂଷ, ଏବେ ତାର ମାଲିକ ପ୍ରମୋଦ ସ୍ବାଇଁ କ’ଣ କରିବେ ? 

Advertisment

ଯାହାଙ୍କ ସହ ଥିଲା ବିବାଦ, ତାଙ୍କ ସହ ଏବେ ଘିଅ-ମହୁର ସଂପର୍କ। ଯାହାଙ୍କ ପାଇଁ ବର୍ଷେ ଯାଏଁ ବିଶ୍ରାମ ନେବାକୁ ଘୋଷଣା କରିଥିଲେ, ତାଙ୍କ ସହ ଆଗକୁ ୫ ବର୍ଷ ଯାଏଁ କାମ କରିବେ। ଯାତ୍ରା ମଞ୍ଚର ଖଳନାୟକ ତଥା ହାଇପେଡ୍ ଆର୍ଟିଷ୍ଟ ପୀୟୁଷ ତ୍ରିପାଠୀ। ସ୍ପଷ୍ଟ କରିଛନ୍ତି ସଂଜୀବ ପାଢ଼ୀଙ୍କ ଯାତ୍ରାପାର୍ଟି ସିଂହବାହିନୀ ସହ ୨୦୨୬ରୁ ୨୦୩୦ ଯାଏଁ କାମ କରିବାକୁ ଏଗ୍ରିମେଣ୍ଟ କରିଛନ୍ତି। ଗତକାଲି ସଂଜୀବ ପାଢ଼ୀଙ୍କ ପରେ ଆଜି କଟକରେ ପ୍ରେସମିଟ୍ କରି ପୀୟୁଷ କହିଛନ୍ତି, ଆଉ ନା ଟଙ୍କା ଫେରାଇବି ନା ଗାଡ଼ି ଫେରାଇବାର କଥା ଉଠୁଛି। ଗୋଟିଏ ବର୍ଷ ଯାଏଁ କୁଆଡ଼େ ଯିବିନି। ଯେହେତୁ ଚୁକ୍ତି କରିଛି, ତେଣୁ ସିଂହବାହିନୀ ଯିବି। ତଥାପି କୌଣସି ଭାଗଫଳ ଛିଣ୍ଡି ନଥିବା କହିଛନ୍ତି ପୀୟୁଷ। ଆଉ ଯଦି ବି କୌଣସି ଲିଗାଲ ନୋଟିସ ଆସେ ତେବେ ମୁଁ ତାର ଉତ୍ତର ଦେବି। ତା’ସହ ଯାତ୍ରା ଜଗତର ଗୁମର ଖୋଲି କହିଛନ୍ତି, ‘ମୁଁ‘ ଶବ୍ଦଟିକୁ ଛାଡ଼ି ଦେଲେ ସବୁ ବିବାଦର ସମାଧାନ ହୋଇଯିବ।

ଏବେ ପ୍ରଶ୍ନ ଉଠୁଛି, ଯଦି ବି ପୀୟୁଷ ତ୍ରିପାଠୀ ସିଂହବାହିନୀ ମଞ୍ଚରେ ଅଭିନୟ କରନ୍ତି, ତା’ହେଲେ ପୀୟୁଷଙ୍କୁ ନେଇ ଲାଗିରହିଥିବା ମାଲିକ-ମାଲିକ ବିବାଦ ଭିତରେ ଯାତ୍ରା ବଜାରରେ ଲଢ଼େଇ କରିପାରିବ ତ ସିଂହବାହିନୀ ? କାରଣ କାହ୍ନା ହୁଅନ୍ତୁ ଅବା ଟିକି, ଅଜୁ ହୁଅନ୍ତୁ ଅବା ଆପୁ। ଅନେକ ପ୍ରତିଷ୍ଠିତ କଳାକାର ସିଂହବାହିନୀକୁ ବାଏ ବାଏ କରି ପ୍ରମୋଦ ସ୍ବାଇଁଙ୍କ ଅନ୍ୟତମ ଶ୍ରୀମନ୍ଦିର ଯାତ୍ରାପାର୍ଟିରେ ସାମିଲ ହୋଇଛନ୍ତି। କେବଳ ଏତିକି ନୁହଁ, ଯାତ୍ରା କମିଟି ଗୁଡ଼ିକ ମଧ୍ୟ ସିଂହବାହିନୀର ବୁକିଂ କରୁନଥିବା ଚର୍ଚ୍ଚା ହେଉଛି। ଅପରପକ୍ଷେ ପୀୟୂଷଙ୍କ ସହ ଦୁଇ ବର୍ଷିଆ ଚୁକ୍ତି କରିଥିବା ପ୍ରମୋଦ ସ୍ବାଇଁ ପୀୟୁଷଙ୍କ ବିରୋଧରେ ନଛୋଡ଼ ବନ୍ଦା। କାରଣ ୨୪-୨୫ ଓ ୨୫-୨୬ ପାଇଁ ଅନୁବନ୍ଧିତ ହୋଇଥିଲେ ପୀୟୁଷ। ତେଣୁ ବର୍ଷେ ଯାଏଁ ବିଶ୍ରାମ ସମୟକୁ ଛାଡ଼ି ବଳକା ଅବଧି ଭିତରେ ଯଦି ପୀୟୁଷ କୌଣସି ମଞ୍ଚରେ ଓହ୍ଲାନ୍ତି ତେବେ ଆଇନର ଆଶ୍ରୟ ନେବାକୁ ଗତକାଲି ଚେତାବନୀ ଶୁଣାଇଥିଲେ। ଆଉ ଏ ସଂପର୍କରେ ପୀୟୁଷ ଆଜି ପ୍ରତିକ୍ରିୟା ରଖି କହିଛନ୍ତି, ଏତେ ସବୁ ଭିତରେ ବି ମୋତେ ରଖିବାକୁ ଚାହିଁବା ହିଁ ପ୍ରମୋଦ ସ୍ବାଇଁଙ୍କ ଭଲ ପାଇବା। 

Advertisment

ପୀୟୁଷଙ୍କୁ ନେଇ ଗୋଟିଏ ପଟେ ମାଲିକ ସଂଜୀବ-ପ୍ରମୋଦ ମୁହାଁମୁହିଁ, ଅନ୍ୟପଟେ ସଂଜୀବଙ୍କ ସହ ପୀୟୁଷଙ୍କ ୫ ବର୍ଷିୟା ଏଗ୍ରିମେଣ୍ଟ। ଏସବୁ ଭିତରେ ଆଗକୁ କେଉଁ ମୋଡ଼ ନେଉଛି ଯାତ୍ରା କଳି, ତାକୁ ଅପେକ୍ଷା। 

ଅଧିକ ପଢନ୍ତୁ: ପୀୟୂଷଙ୍କୁ ନେଇ ଜଲିଉଡରେ ପୁଣି ନୂଆ ତାମସା

Odia Jatra Actor Piyush Tripathy
Advertisment
Related Articles
Advertisment