Advertisment

Israel-Iran Ceasefire: ଟ୍ରମ୍ପଙ୍କ କଡ଼ା ତାଗିଦ୍‌, ଇରାନ-ଇସ୍ରାଏଲ ଯୁଦ୍ଧରେ ଲାଗିଲା ସ୍ଲୋ-ବ୍ରେକ୍

ମଧ୍ୟପ୍ରାଚ୍ୟରେ ଭୀଷଣ ଯୁଦ୍ଧରେ ଲାଗିଛି ସ୍ଲୋ ବ୍ରେକ୍ । ୨୪ ଘଣ୍ଟିଆ ଯୁଦ୍ଧ ବିରତି ନେଇ ଇରାନ ଓ ଇସ୍ରାଏଲ ରାଜି ହୋଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ । ଏହାରି ଭିତରେ ଇରାନ୍ ଯୁଦ୍ଧବିରତି ଉଲ୍ଲଂଘନ କରିଥିବା ନେଇ ଇସ୍ରାଏଲ ଅଭିଯୋଗ ଉଠାଇଛି, କିନ୍ତୁ ଏହାକୁ ଖଣ୍ଡନ କରିଛି ଇରାନ୍।

author-image
Namita Biswal
undefined

Israel-Iran Ceasefire

ଇରାନ-ଇସ୍ରାଏଲ୍ ଘମାଘୋଟ ଯୁଦ୍ଧରେ ଲାଗିଛି ସାମୟିକ ବ୍ରେକ୍ । ଦୁଇ ଦେଶ ୨୪ ଘଣ୍ଟିଆ ଯୁଦ୍ଧ ବିରତି ନେଇ ରାଜି ହୋଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ । ଏହାରି ଭିତରେ ଇରାନ୍ ଯୁଦ୍ଧବିରତି ଉଲ୍ଲଂଘନ କରିଥିବା ନେଇ ଇସ୍ରାଏଲ ଅଭିଯୋଗ ଉଠାଇଛି, କିନ୍ତୁ ଏହାକୁ ଖଣ୍ଡନ କରିଛି ଇରାନ୍। ଏ ନେଇ ଟ୍ରମ୍ପ ଉଭୟ ଇରାନ ଓ ଇସ୍ରାଏଲ ଉପରେ କ୍ଷୋଭ ପ୍ରକାଶ କରିବା ସହ କହିଛନ୍ତି, ସେମାନେ ଜାଣିନାହାନ୍ତି, କଣ କରିବାକୁ ଯାଉଛନ୍ତି । ଏପଟେ ଇରାନର କିଭଳି ପ୍ରଳୟ ରଚିଥିଲା, କେମିତି ଉଡାଣ ଭରିଥିଲା B2 ବମ୍ବର, ତାର ଭିଡିଓ ଜାରି କରିଛି ଆମେରିକା । 

Advertisment

ଇରାନ୍-ଇସ୍ରାଏଲ ମଧ୍ୟରେ ଥମୁନି ଉତ୍ତେଜନା । ଯୁଦ୍ଧ ବିରତିକୁ ବାଁଏ ବାଁଏ ଇରାନ ଟାଳି ଦେଇଥିବା ଅଭିଯୋଗ ଉଠାଇଛି ଇସ୍ରାଏଲ । ଟ୍ରମ୍ପଙ୍କ ଯୁଦ୍ଧବିରତି ସୂଚନା ସତ୍ତ୍ବେ ଇସ୍ରାଏଲ୍ ଉପରେ ମିଜାଇଲ୍ ଆକ୍ରମଣ କରିଛି ଇରାନ । ଏମିତିକି ଇରାନର ମିଜାଇଲକୁ ଇଣ୍ଟରସେପ୍ଟ କରିଥିବା କହିଛି ଇସ୍ରାଏଲ। ଏପଟେ କୌଣସି ଯୁଦ୍ଧବିରତି ଉଲ୍ଲଂଘନ କରିନଥିବା ସ୍ପଷ୍ଟ କରିଛି ତେହେରାନ ।

ଅଧିକ ପଢ଼ନ୍ତୁ : ବଦଳିଲା ଆମେରିକାର ଭିସା ନିୟମ, ଏଣିକି ନୋ ପ୍ରାଇଭେସୀ 

ଯୁଦ୍ଧବିରତି ନେଇ ଦୁଇ ଦେଶ ସହମତି ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିବାର କିଛି ଘଣ୍ଟା ନଯାଉଣୁ ଏଭଳି ଆରୋପ-ପ୍ରତ୍ୟାରୋପ ସାମ୍ନାକୁ ଆସିଛି । ହେଲେ ଏଥର ଯୁଦ୍ଧବିରତି ଉଲ୍ଲଂଘନ ନେଇ ଉଭୟ ଇରାନ-ଇସ୍ରାଏଲକୁ ସମାଲୋଚନା କରିଛନ୍ତି ଖୋଦ୍ ଟ୍ରମ୍ପ । ସେ କହିଛନ୍ତି, ସେମାନେ ଜାଣିନାହାନ୍ତି, କଣ କରିବାକୁ ଯାଉଛନ୍ତି । ଏପଟେ ଇରାନ ଆଉ ନ୍ୟୁକ୍ଲିୟର ବୋମା ତିଆରି କରିବାକୁ ସକ୍ଷମ ନୁହେଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ବୋମାବର୍ଷୀ ବିମାନ B2 ପାଇଲଟକୁ ମିଶନ ନେଇ ଧନ୍ୟବାଦ ଜଣାଇଛନ୍ତି । 

Advertisment

B2 ବମ୍ବର ପାଇଲଟ ଯାହା କରିଛନ୍ତି, ତାହା କଳ୍ପନା ବାହାରେ ବୋଲି କହିଛନ୍ତି ଟ୍ରମ୍ପ ।  B2 ବମ୍ବର କିଭଳି ରାତିରେ ଉଡାଣ ଆରମ୍ଭ କରିଥିଲା, ତାର ଭିଡିଓ ମଧ୍ୟ ଆମେରିକା ଜାରି କରିଛି । ଉଡାଣଠାରୁ ଆରମ୍ଭ କରି ଆମେରିକା ମାଟିରେ B2 ବମ୍ବର ପହଞ୍ଚିବା ପର୍ଯ୍ୟନ୍ତ ଭିଡିଓ ଦେଖିବାକୁ ମିଳିଛି । 

ଇରାନ-ଇସ୍ରାଇଲ ଯୁଦ୍ଧରେ ଲାଗିଲା କି ବ୍ରେକ୍ ? ପ୍ରକୃତରେ ଯୁଦ୍ଧବିରତି ନେଇ ରାଜି ହୋଇଛନ୍ତି କି ଇରାନ୍- ଇସ୍ରାଏଲ  ? କାହିଁକି ନା ୧୨ ଦିନର ଘମାଘୋଟ ଯୁଦ୍ଧ ପରେ ପ୍ରଥମ ଥର ଲାଗି ସାମାନ୍ୟ ଥଣ୍ଡା ପଡିଛି ଦୁଇ ଦେଶର ଆକାଶ ପଥ । ଆଉ ଇରାନ ଓ ଇସ୍ରାଏଲ ଆକାଶରେ ଦେଖିବାକୁ ମିଳିନି ସେଭଳି ଭାରି ମାତ୍ରାରେ କ୍ଷେପଣାସ୍ତ୍ର, ଡ୍ରୋନ ଆଦି ଯୁଦ୍ଧାସ୍ତ୍ର । ସମ୍ଭାବ୍ୟ ତୃତୀୟ ବିଶ୍ବଯୁଦ୍ଧ ଆଡକୁ ମୁହାଁଉଥିବା ମଧ୍ୟପ୍ରାଚ୍ୟ ଦେଶ ହଠାତ ଶିଥିଳ ପଡିଛନ୍ତି । ଯୁଦ୍ଧବିରତି ନେଇ ଦୁଇ ଦେଶ ସହମତ ଥିବା କହିଥିଲେ ଟ୍ରମ୍ପ । ହେଲେ ଏହି ଯୁଦ୍ଧବିରତି ସାମୟିକ ନା ଆଗକୁ କିଛି ବଡ ମୋଡ ନେବ । 

ବିଶେଷଜ୍ଞଙ୍କ ମତ, ଏନେଇ ଏବେଠୁ କହିବା ମୁସ୍କିଲ । କୁହାଯାଉଛି, ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବା ପ୍ରସ୍ତାବକୁ ଇରାନ ସଂସଦ ମଞ୍ଜୁରୀ ଦେବା ପରେ ନରମିଛି ଆମେରିକା। କାହିଁକି ନା ଏହାଦ୍ବାରା ସାରା ବିଶ୍ବରେ ତୈଳ ଦର ବୃଦ୍ଧି ନେଇ ଆଶଙ୍କା ଉପୁଜିଥିଲା। ଏମିତିକି କତାରରେ ଆମେରିକା ଏୟାରବେସ ଉପରେ ଇରାନ ଆକ୍ରମଣ କରିବା ପରେ ସ୍ଥିତି ବିଗିଡିବା ନେଇ ଆଶଙ୍କା କରିଥିଲା ହ୍ୱାଇଟ୍ ହାଉସ୍ । ସେପଟେ ଇସ୍ରାଏଲ ଲମ୍ବା ଯୁଦ୍ଧ ଲଢି ଆସିଥିବାରୁ ତା' ପାଇଁ ଅସ୍ତ୍ରଶସ୍ତ୍ର ମଧ୍ୟ ସମସ୍ୟା ଥିଲା । ସ୍ଥିତି ଅଧିକ ଜଟିଳ ହେବା ପୂର୍ବରୁ ଯୁଦ୍ଧ ବିରତି ନେଇ ଆମେରିକା ମଧ୍ୟସ୍ଥତା କରିଥିବା କୁହାଯାଉଛି ।

ଇସ୍ରାଏଲକୁ ସହଯୋଗ କରିଆସୁଥିବା ଆମେରିକା ବର୍ତ୍ତମାନ ପରିପ୍ରେକ୍ଷୀରେ ଇସ୍ରାଏଲ ଉପରେ କ୍ଷୁବ୍ଧ ହୋଇଛି। ଆଗକୁ ଇସ୍ରାଏଲ୍ କୁ ନେଇ ଆମେରିକାର କଣ ରହୁଛି ଷ୍ଟାଣ୍ଡ ତା ଉପରେ ଏବେ ସାରା ବିଶ୍ବର ନଜର । 

ଅଧିକ ପଢ଼ନ୍ତୁ : ଆମେରିକାକୁ ଜବାବ ଦେଲା ଇରାନ୍, କହିଲା ଚାଲିବ ପରମାଣୁ କାର୍ଯ୍ୟକ୍ରମ

Donald Trump Israel Ceasefire Tehran Tension In Middle East
Advertisment
Advertisment