Advertisment

ରିଲିଜ୍ ପୂର୍ବରୁ ୧୦୦କୋଟି ରୋଜଗାର କଲାଣି 'ପଠାନ'; କାଟିବ KGF ରେକର୍ଡ!

'ପଠାନ' ରିଲିଜ୍ ହେବା ପୂର୍ବରୁ ବିରୋଧରେ ଛନ୍ଦି ହୋଇଛି। ଏହି ବିରୋଧ କିନ୍ତୁ ଫିଲ୍ମ ପାଇଁ ସୁଯୋଗ ଆଣିଛି। ରିଲିଜ୍ ପୂର୍ବରୁ କରିସାରିଲାଣି ୧୦୦କୋଟି ରୋଜଗାର। କାଟିବ କି KGF ରେକର୍ଡ!

author-image
Pramod Behera
ଅଦ୍ୟତନ ହୋଇଛି
Pathaan Movie Earned 100 Crores Before Release

Pathan earned 100 crores even before its release

କିଙ୍ଗ୍ ଖାନ୍ ଶାହାରୁଖ ଙ୍କ ଶେଷ ଚଳଚ୍ଚିତ୍ର ଥିଲା 'ଜିରୋ'। ୨୦୧୮ ମସିହା ଡିସେମ୍ବର ୧୮ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ବକ୍ସ ଅଫିସରେ ଉଠିପାରି ନଥିଲା। ଏହା ପରେ, ଶାହାରୁଖ ଖାନଙ୍କ ଭାଗ୍ୟ ଆକାଶରେ କରୋନା ଏବଂ ବିବାଦର ଗ୍ରହଣ ଲାଗିଗଲା ଆଉ ଏହାରି ଭିତରେ ୪ ବର୍ଷ ବିତିଗଲା। ଏବେ ଶାହରୁଖ ପୁଣି ପରଦାକୁ ଫେରିବାକୁ ଯାଉଛନ୍ତି। ତାଙ୍କ ଫିଲ୍ମ 'ପଠାନ' ୨୫ ଜାନୁୟାରୀ ୨୦୨୩ରେ ମୁକ୍ତିଲାଭ କରିବାକୁ ଯାଉଛି।

Advertisment

ନିକଟରେ ପଠାନର 'ବେଶରମ୍‌ ରଙ୍ଗ୍‌' ଗୀତ ରିଲିଜ୍‌ ହେବା ମାତ୍ରେ ଶାହାରୁଖ ବିରୋଧର ଶିକାର ହୋଇଥିଲେ। ଏହି ଗୀତରେ ଦୀପିକାଙ୍କ ବିକିନି ଠାରୁ ଆରମ୍ଭ କରି ଶାହାରୁଖଙ୍କ ଡ୍ୟାନ୍ସ ମୁଭ୍ସ ପର୍ଯ୍ୟନ୍ତ ସେ ପ୍ରଶ୍ନ ବାଣର ଶିକାର ହେଉଥିବା ଦେଖାଯାଆନ୍ତି। ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ ରିଲିଜ ହେବା ପୂର୍ବରୁ ତାଙ୍କୁ ଲୋକମାନଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଛି।

ସୋସିଆଲ ମିଡିଆ ରେ ସୃଷ୍ଟି ହୋଇଥିବା ବିରୋଧର ଝଡ଼ ମଧ୍ୟରେ ‘ପଠାନ’ ସ୍ଥିତିକୁ ନେଇ ପ୍ରଶ୍ନବାଚୀ ରହିଛି। କିନ୍ତୁ ଆରମ୍ଭରୁ ବିପର୍ଯ୍ୟୟ ପରି ଦେଖାଯାଉଥିବା ଏହି ବିରୋଧ ଶାହରୁଖ ଖାନଙ୍କ ପାଇଁ ଏକ ସୁଯୋଗ ବୋଲି ପ୍ରମାଣିତ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: 'ଝୁମ୍‌ ଜୋ ପଠାନ'କୁ ନେଇ ତିଆରି ହେଲା ‘ଲକ୍‌ଡୀ କୀ କାଠି’

ବିରୋଧ ମଧ୍ୟରେ ଫିଲ୍ମର ଦୁଇଟି ଗୀତ ବଡ଼ ହିଟ୍ ହୋଇପାରିଛି। ୟୁଟ୍ୟୁବରେ ‘ବେଶରମ ରଙ୍ଗ୍‌’କୁ ୧୩୪ ମିଲିୟନ୍ ଭ୍ୟୁ ମିଳିସାରିଛି। ବିରୋଧ ମଧ୍ୟରେ ବି ଗୀତଗୁଡ଼ିକ ଭଲ ଟଙ୍କା ରୋଜଗାର କରିଛନ୍ତି। ରିଲିଜ୍ ପୂର୍ବରୁ ‘ପଠାନ୍’ ବହୁତ ବ୍ୟବସାୟ କରିଛି। OTT ପ୍ଲାଟଫର୍ମ ଏହି ରୋଜଗାରର ମାଧ୍ୟମ ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଉଭୟ ଆମାଜନ ପ୍ରାଇମ୍‌ ଏବଂ ନେଟ୍‌ଫ୍ଲିକ୍ସ ଫିଲ୍ମର ଅଧିକାର କିଣିବା ପାଇଁ ଦୌଡରେ ଥିଲେ।

ତେବେ ଫିଲ୍ମର ଅଧିକାରକୁ ନେଇ ଏପର୍ଯ୍ୟନ୍ତ ସୂଚନା ଦିଆଯାଇ ନାହିଁ। କିନ୍ତୁ କୁହାଯାଉଛି ଯେ ଫିଲ୍ମର OTT ଅଧିକାର ନିର୍ମାତା ପ୍ରାୟ ୧୦୦କୋଟି ଟଙ୍କା ରୋଜଗାର କରିଛନ୍ତି। ଏଭଳି ପରିସ୍ଥିତିରେ ଫିଲ୍ମ ପ୍ରାୟ ୪୦ ପ୍ରତିଶତ ରୋଜଗାର କରିସାରିଛି। କେବଳ ଏତିକି ନୁହେଁ, ରୋଜଗାର ପ୍ରକ୍ରିୟା ଏପର୍ଯ୍ୟନ୍ତ ମଧ୍ୟ ବନ୍ଦ ହୋଇନାହିଁ। ଫିଲ୍ମର ସାଟେଲାଇଟ୍ ଅଧିକାର ମଧ୍ୟ ଏପର୍ଯ୍ୟନ୍ତ ବିକ୍ରି ହୋଇନାହିଁ।

ତେବେ ଫିଲ୍ମ ରିଲିଜ୍ ପୂର୍ବରୁ ପ୍ରାୟ ୪୦ ପ୍ରତିଶତ ରୋଜଗାର କରିଥିବା ଫିଲ୍ମ ‘ପଠାନ’ର ଓପେନିଂ ଉପରେ ନିଷ୍ପତ୍ତି ନିଆଯିବ। ନିର୍ମାତା ଫିଲ୍ମର ଗୀତରୁ ମଧ୍ୟ ବହୁ ପରିମାଣରେ ରୋଜଗାର କରିଛନ୍ତି। ବର୍ତ୍ତମାନ ଯଦି ଫିଲ୍ମର ରୋଜଗାର ଏହିପରି ଜାରି ରହେ, ତେବେ ଏହା ୨୦୨୨ ମସିହାରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର KGFର ରେକର୍ଡ ମଧ୍ୟ ଭାଙ୍ଗିପାରେ।

Bollywood Pathan Shahrukh Khan
Advertisment
Advertisment