/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671956110.jpg)
Jhoome jo pathan come children song lakadi ki kathi
ନିକଟରେ ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ପଠାନର ଦ୍ୱିତୀୟ ଗୀତ 'ଝୁମ୍ ଜୋ ପଠାନ' ରିଲିଜ ହୋଇଛି। ‘ବେଶରମ୍ ରଙ୍ଗ୍' ଗୀତ ପରି ଚୁଲ୍ବୁଲି ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଏହି ଗୀତରେ କିଙ୍ଗ୍ ଖାନ୍ଙ୍କ ସହ ନଜର ଆସିଛନ୍ତି। ଗୀତରେ ଉଭୟଙ୍କ ଡ୍ୟାନ୍ସ ଷ୍ଟାଇଲ୍କୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି।
ଗୀତ 'ଝୁମ୍ ଜୋ ପଠାନ' ରିଲିଜ୍ ହେବା ମାତ୍ରେ ସୋସିଆଲ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ପଟେ ଯେଉଁଠାରେ ଶାହରୁଖ ଖାନଙ୍କ ପ୍ରଶଂସକମାନେ ଏହି ଗୀତକୁ ପସନ୍ଦ କରୁଛନ୍ତି, ସେଠାରେ କିଛି ଲୋକ ଅଛନ୍ତି ଯେଉଁମାନେ 'ଝୁମ୍ ଜୋ ପଠାନ' ଗୀତକୁ ନେଇ ମୀମ୍ସ ତିଆରି କରୁଛନ୍ତି ଏବଂ ଏହାକୁ ଭାଇରାଲ କରୁଛନ୍ତି।
ବର୍ତ୍ତମାନ ଗୀତ 'ଝୁମ୍ ଜୋ ପଠାନ'କୁ ପିଲାମାନଙ୍କ ଗୀତ କରିଦିଆଯାଇଛି। ଏହାକୁ ‘ଲକଡୀ କୀ କାଠି’ ସହିତ ଜୋଡି ଏହାର ମୀମ୍ସ ପ୍ରସ୍ତୁତ କରାଯାଇଛି। ଆଜିକାଲି ସୋସିଆଲ ମିଡିଆରେ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ ମୂଳ ଗୀତ 'ଝୁମ୍ ଜୋ ପଠାନ'ରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନ ନଜର ଆସୁଥିବା ବେଳେ ଗୀତର ମୂଳ ସ୍ୱରକୁ ବାଦ ଦିଆଯାଇଛି ଏବଂ ଏହା ବଦଳରେ ‘ଲକଡୀ କୀ କାଠି’ ଗୀତ ବଜାଯାଉଛି। ଏହି ମୀମ୍ସ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଏହାକୁ ପସନ୍ଦ କରୁଛନ୍ତି ଏବଂ ମନ୍ତବ୍ୟ ଦେଇ ସେମାନଙ୍କର ମତାମତ ଦେଉଛନ୍ତି।
So Apt 🤣🤣🤣🤣🤣🤣 pic.twitter.com/1u4s9AmezG
— Taimoor Zaman (@taimoorze) December 24, 2022
ପ୍ରକାଶଥାଉ ଯେ ସିଦ୍ଧାର୍ଥ ଆନନ୍ଦ ‘ପଠାନ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। କିଙ୍ଗ୍ ଖାନ୍ଙ୍କ ଏହି ଚଳଚ୍ଚିତ୍ର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ଫିଲ୍ମ ପଠାନ୍ରେ ଶାହରୁଖ ଖାନଙ୍କ ସହ ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମ୍ଙ୍କ ସହ ଅନେକ କଳାକାର ମୁଖ୍ୟ ଭୂମିକାରେ ଅଛନ୍ତି। ନିକଟରେ ଫିଲ୍ମର ପ୍ରଥମ ଗୀତ ‘ବେଶରମ୍ ରଙ୍ଗ’ ମୁକ୍ତିଲାଭ କରିଥିଲା। ଏହି ଗୀତକୁ ଦୀପିକା ଏବଂ ଶାହାରୁଖ ଖାନଙ୍କ ପ୍ରଶଂସକ ପସନ୍ଦ କରୁଥିବାବେଳେ କିଛି ଲୋକ ଏହି ଗୀତକୁ ବିରୋଧ କରିଛନ୍ତି। ପଠାନ ଫିଲ୍ମ ୨୫ ଜାନୁୟାରୀ ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)