Advertisment

Kriti Sanon: ସଫଳ ଅଭିନେତ୍ରୀ ସହ ସଫଳ ବ୍ୟବସାୟୀ, ଜାଣନ୍ତୁ କିଭଳି ପାଇଲେ ସଫଳତା

ବ୍ରାଣ୍ଡର ସଫଳତାର ଶ୍ରେୟ ସେ ଗ୍ରାହକଙ୍କ ଆବଶ୍ୟକତା ବୁଝିବା, ସଠିକ୍ ଉତ୍ପାଦ ରଣନୀତି ଏବଂ ମଜବୁତ ଡିଷ୍ଟ୍ରିବ୍ୟୁସନ ନେଟୱାର୍କକୁ ଦେଇଛନ୍ତି। ହାଏଫନର ଆରମ୍ଭ କ୍ରିତି ସାନନ ନିଜର ୩୩ତମ ଜନ୍ମଦିନରେ (ଜୁଲାଇ ୨୦୨୩) କରିଥିଲେ।

author-image
Manasranjan Mohanty
Kriti Sanon

Kriti Sanon

ବଲିଉଡର ସଫଳ ଅଭିନେତ୍ରୀ କ୍ରିତି ସାନନ୍ । ତାଙ୍କର ଲୋକପ୍ରିୟତା କାହିଁରେ କେତେ । ଅନେକ ହିଟ୍ ଫିଲ୍ମ ସେ ବଲିଉଡକୁ ଭେଟି ଦେଇଛନ୍ତି । ଜୁଲାଇ ମାସ କ୍ରିତିଙ୍କ ପାଇଁ ବେଶ ଖାସ ଥିଲା । ଗୋଟିଏ ପଟେ ସେ ନିଜର ୩୫ତମ ଜନ୍ମଦିନ ପାଳନ କରିଥିବାବେଳେ, ଅନ୍ୟପଟେ ତାଙ୍କର ବିଉଟି ବ୍ରାଣ୍ଡ ହାଏଫନକୁ ୨ବର୍ଷ ପୁରିଛି ।

Advertisment

କ୍ରିତିଙ୍କ ଏହି ବ୍ରାଣ୍ଡଟି ଭଲ ବ୍ୟବସାୟ କରୁଛି । ହାଏଫନର ସହ-ପ୍ରତିଷ୍ଠାତା ତଥା ସିଇଓ ତରୁଣ ଶର୍ମା କହିଛନ୍ତି ଯେ ବ୍ରାଣ୍ଡଟି ଦୁଇ ବର୍ଷରେ ₹୪୦୦ କୋଟିର ପ୍ରଫିଟ୍ କରିଛି । ସେ କହିଛନ୍ତି ହାଏଫନର ଦ୍ୱିତୀୟ ବର୍ଷ ଖାସ ଥିଲା । ଆମେ ₹୪୦୦ କୋଟିର ARR ଅତିକ୍ରମ କରିଛୁ ଏବଂ ଆମର ୬୦% ଗ୍ରାହକ ଆମ ପାଖକୁ ରିଟର୍ଣ୍ଣ କରିଛନ୍ତି । ଏକ ବର୍ଷରେ ୧ ମିଲିୟନରୁ ୪ ମିଲିୟନ ଗ୍ରାହକଙ୍କ ପାଖରେ ପହଞ୍ଚିବା କୌଣସି ସ୍ୱପ୍ନଠୁ କମ ନଥିଲା।

Advertisment

ବ୍ରାଣ୍ଡର ସଫଳତାର ଶ୍ରେୟ ସେ ଗ୍ରାହକଙ୍କ ଆବଶ୍ୟକତା ବୁଝିବା, ସଠିକ୍ ଉତ୍ପାଦ ରଣନୀତି ଏବଂ ମଜବୁତ ଡିଷ୍ଟ୍ରିବ୍ୟୁସନ ନେଟୱାର୍କକୁ ଦେଇଛନ୍ତି। ହାଏଫନର ଆରମ୍ଭ କ୍ରିତି ସାନନ ନିଜର ୩୩ତମ ଜନ୍ମଦିନରେ (ଜୁଲାଇ ୨୦୨୩) କରିଥିଲେ।

ଏହି ଅବସରରେ କ୍ରିତି କହିଛନ୍ତି, ହାଏଫନକୁ ଜିରୋରୁ ଗଢ଼ିବା ମୋ ପାଇଁ ସବୁବେଳେ ସ୍ମରଣୀୟ ହୋଇରହିବ । ଯେତେବେଳେ ଏକ ଆଇଡିଆ ବ୍ରାଣ୍ଡରେ ପରିଣତ ହୁଏ ଏବଂ ଲୋକେ ତା’ ଉପରେ ଭରସା କରିବାକୁ ଆରମ୍ଭ କରନ୍ତି, ତା’ ହେଉଛି ଏକ ବିଶେଷ ଅନୁଭୂତି।

ହାଏଫନର ସଫଳତା ସହିତ କ୍ରିତିଙ୍କର ଚଳଚ୍ଚିତ୍ର କ୍ୟାରିୟର ମଧ୍ୟ ଭଲ ଚାଲିଛି। ତାଙ୍କର ପୂର୍ବ ଚଳଚ୍ଚିତ୍ର ‘ଦୋ ପତି’ (କାଜୋଲଙ୍କ ସହ) ଓଟିଟିରେ ପସନ୍ଦ ହୋଇଥିଲା। ଏବେ ସେ ଶୀଘ୍ର ଧନୁଷଙ୍କ ସହ ‘ତେରେ ଇଶ୍କ ମେଁ’ ଚଳଚ୍ଚିତ୍ରରେ ନଜର ଆସିବେ।

ଅଧିକ ପଢନ୍ତୁ: ‘ଆଉ ଆଗ ଭଳି ଆକ୍ସନ ଦେଖାଇ ପାରୁନି, ବୟସର ପ୍ରଭାବ ପଡ଼ିଲାଣି’

Bollywood
Advertisment
Related Articles
Advertisment