Advertisment

Sanjay Dutt: କେବେ ସଞ୍ଜୟଙ୍କୁ ଭେଟିନଥିଲେ, କିନ୍ତୁ ପାଗଳାମୀ କିଛି ଅଲଗା ଥିଲା...୭୨କୋଟି କିଛି କମ ନଥିଲା

ଘଟଣାଟି ୨୦୧୮ ମସିହାର। ମୁମ୍ବାଇରେ ରହୁଥିବା ୬୨ ବର୍ଷୀୟା ନିଶା ପାଟିଲ ଦୀର୍ଘ ଦିନରୁ ଗୁରୁତର ରୋଗରେ ପୀଡ଼ିତ ଥିଲେ । ଏକ ସମୟରେ ତାଙ୍କର ସ୍ୱାସ୍ଥ୍ୟ ଏତେ ଖରାପ ହୋଇଗଲା ଯେ ସେ ଅନୁଭବ କଲେ ଯେ ତାଙ୍କର ଶେଷ ସମୟ ନିକଟତର ହେଉଛି।

author-image
Manasranjan Mohanty
ଅଦ୍ୟତନ ହୋଇଛି
Sanjay Dutt

Sanjay Dutt

ଭାରତରେ ବଲିଉଡ ଷ୍ଟାର ହୁଅନ୍ତୁ କି ସାଉଥ ଷ୍ଟାର ସେମାନଙ୍କ କ୍ରେଜ କାହିଁରେ କେତେ ? କିଏ ନିଜ ପ୍ରିୟ ଅଭିନେତାଙ୍କ ପାଇଁ ଟାଟୁ କରାଇଥାଆନ୍ତି ତ କିଏ ଅନେକ ଦିନ ଧରି ସେମାନଙ୍କ ଘର ବାହାରେ ଠିଆ ହୋଇ ରହିଥାନ୍ତି। ଏପରିକି ସେମାନଙ୍କ ପିଲାଙ୍କ ନାମ ମଧ୍ୟ ନିଜ ପ୍ରିୟ ଷ୍ଟାରଙ୍କ ନାମ ଅନୁସାରେ ରଖିଥାଆନ୍ତି ।

Advertisment

କିନ୍ତୁ ସଞ୍ଜୟ ଦତ୍ତଙ୍କର ଜଣେ ପ୍ରଶଂସକ ତାଙ୍କ ପାଇଁ ଏପରି କିଛି କାମ କରିଛନ୍ତି ଯାହା ସାଧାରଣ ଲୋକଙ୍କୁ କ’ଣ, ଖୋଦ ସଞ୍ଜୟଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଥିଲା। ତାଙ୍କର ଏହି ପ୍ରଶଂସକ ତାଙ୍କର ସମସ୍ତ ସମ୍ପତ୍ତି ସଞ୍ଜୟଙ୍କ ନାଁରେ କରି ଦେଇଥିଲେ। ତାହା ମଧ୍ୟ କୌଣସି ଲକ୍ଷ, ଦୁଇ ଲକ୍ଷ କିମ୍ବା ଦଶ ଲକ୍ଷର ନୁହେଁ, ବରଂ ୭୨ କୋଟି ଟଙ୍କାର।

ଅଧିକ ପଢନ୍ତୁ:ଘରେ ଦିଆଯାଉଛି ନିର୍ଯାତନା, କାନ୍ଦି କାନ୍ଦି କହିଲେ ଏମିତି କଥା 

ଦୀର୍ଘ ସମୟ ଧରି ଲୋକମାନେ ଭାବୁଥିଲେ ଏହା ଏକ ଫେକ୍ ନ୍ୟୁଜ । କିନ୍ତୁ ନିକଟରେ ଖୋଦ ସଞ୍ଜୟ ଏହାକୁ ସ୍ବୀକାର କରିଛନ୍ତି। ସେ ସମ୍ପତ୍ତିର ସଞ୍ଜୟ କଣ କଲେ ତାହା ବି କହିଛନ୍ତି ।

Advertisment

ଘଟଣାଟି ୨୦୧୮ ମସିହାର। ମୁମ୍ବାଇରେ ରହୁଥିବା ୬୨ ବର୍ଷୀୟା ନିଶା ପାଟିଲ ଦୀର୍ଘ ଦିନରୁ ଗୁରୁତର ରୋଗରେ ପୀଡ଼ିତ ଥିଲେ । ଏକ ସମୟରେ ତାଙ୍କର ସ୍ୱାସ୍ଥ୍ୟ ଏତେ ଖରାପ ହୋଇଗଲା ଯେ ସେ ଅନୁଭବ କଲେ ଯେ ତାଙ୍କର ଶେଷ ସମୟ ନିକଟତର ହେଉଛି। ଏଥିପାଇଁ ସେ ତାଙ୍କର ସମସ୍ତ ସମ୍ପତ୍ତିକୁ ଅନ୍ୟ କାହାର ନାମରେ କରିବାକୁ ନିଷ୍ପତ୍ତି ନେଇଥିଲେ।

ସାଧାରଣତଃ ଯେତେବେଳେ ଏପରି କିଛି ହୁଏ, ଲୋକମାନେ ସେମାନଙ୍କ ପିଲାମାନଙ୍କ, ସମ୍ପର୍କୀୟମାନଙ୍କୁ କିମ୍ବା କୌଣସି ଏନଜିଓକୁ ସମ୍ପତ୍ତି ଦାନ କରିଥାନ୍ତି। କିନ୍ତୁ ନିଶା ଯାହା କଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।

ନିଶା ଥିଲେ ସଞ୍ଜୟ ଦତ୍ତଙ୍କର ଜଣେ ବହୁତ ବଡ଼ ଫ୍ୟାନ। ତେଣୁ ସେ ବ୍ୟାଙ୍କ ଅଧିକାରୀଙ୍କୁ ତାଙ୍କର ୭୨ କୋଟି ଟଙ୍କାର ସମ୍ପତ୍ତି ସଞ୍ଜୟଙ୍କ ନାମରେ କରିବାକୁ କହିଥିଲେ । ସବୁଠୁ ବଡ଼ କଥା ହେଲା ସଞ୍ଜୟ ତାଙ୍କୁ କେବେ ହେଲେ ଭେଟି ନଥିଲେ। ସେ ତାଙ୍କୁ ଜାଣି ମଧ୍ୟ ନଥିଲେ। ତେଣୁ ନିଶାଙ୍କର ଏହି ପଦକ୍ଷେପ ତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଥିଲା।

ବାହାରେ ଯେଉଁମାନେ ଏହି ଖବର ଶୁଣିଥିଲେ, ସେମାନଙ୍କୁ ଲାଗିଥିଲା ଯେ ଫେକ୍ ଖବର । କିନ୍ତୁ ନିକଟରେ ସଞ୍ଜୟ ନିଜେ ଏହାର ଖୁଲାସା କରିଛନ୍ତି । କହିଛନ୍ତି ଯେ ଏହି ଘଟଣା ସମ୍ପୂର୍ଣ୍ଣ ସତ୍ୟ। ଏକ ସାକ୍ଷାତକାରରେ ତାଙ୍କୁ ପଚରା ଯାଇଥିଲା ଯେ ସେ ଏହି ସମ୍ପତ୍ତିର କ’ଣ କରିଛନ୍ତି। ସଞ୍ଜୟ କହିଛନ୍ତି ଯେ ସେ ଏହି ସଂପତ୍ତିକୁ ନିଶା ପାଟିଲଙ୍କ ପରିବାରକୁ ଫେରାଇ ଦେଇଛନ୍ତି। ସେ ନିଶାଙ୍କ ଏହି ଭଲ ପାଇବା ପାଇଁ କୃତଜ୍ଞତା ଜଣାଇଥିଲେ।

ଅଧିକ ପଢନ୍ତୁ:‘ଆଉ ଆଗ ଭଳି ଆକ୍ସନ ଦେଖାଇ ପାରୁନି, ବୟସର ପ୍ରଭାବ ପଡ଼ିଲାଣି’ 

Sanjay Dutt Bollywood Fans
Advertisment
Related Articles
Advertisment