/odishatv-khabar/media/post_attachments/uploadimage/library/16_9/16_9_0/Bobby_Deol_1753612655.jpg)
Bobby Deol
ବକ୍ସ ଅଫିସରେ ଏବେ ସୈୟାରାର କ୍ରେଜ୍ ଜାରି ରହିଛି । ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡା ଅଭିନୀତ, ମୋହିତ ସୁରୀ ନିର୍ଦ୍ଦେଶିତ ଫିଲ୍ମ ସୈୟାରା ୧୮ ଜୁଲାଇରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ମାତ୍ର ୯ ଦିନରେ ଏହାର ଆୟ ୩୦୦ କୋଟି ଟଙ୍କା ପାର କରିଛି ।
କିନ୍ତୁ ଏହାରି ଭିତରେ ବବି ଦେଓଲ ଏବଂ ସାଉଥ ସୁପରଷ୍ଟାର ପବନ କଲ୍ୟାଣଙ୍କ ଲାଟେଷ୍ଟ ଫିଲ୍ମ ବି ଦର୍ଶକଙ୍କ ପ୍ରଭାବିତ କରିଛି । ମାତ୍ର ୩ ଦିନର ଆୟରେ ୭୫ କୋଟି ଟଙ୍କାର କଲେକ୍ସନ କରିଛି । ଆଗାମୀ ଦିନମାନଙ୍କରେ ଏହି ଫିଲ୍ମ ୧୦୦ କୋଟି ଟଙ୍କାରୁ ଅଧିକ ଆୟ କରିବ ।
ଅଧିକ ପଢନ୍ତୁ:ଦୁଇ ସୁପରଷ୍ଟାର ଏକାଠି, ଫିମେଲ ଲିଡରେ କିୟାରା...୧୪ ଅଗଷ୍ଟରେ ରିଲିଜ
ହରି ହର ବୀର ମଲ୍ଲୁ ଏବଂ ସୈୟାରା ଶନିବାର କେତେ ଆୟ କରିଛନ୍ତି ଆସନ୍ତୁ ଜାଣିବା । ରିପୋର୍ଟ ଅନୁଯାୟୀ, ହରି ହର ବୀର ମଲ୍ଲୁ ଭାରତରେ ୬୪.୭୫ କୋଟି ଟଙ୍କାର କଲେକ୍ସନ କରିଛି । ପ୍ରଥମ ଦିନରେ ଫିଲ୍ମଟି ୩୪.୭୫ କୋଟି ଟଙ୍କାର ଓପନିଂ ହାସଲ କରିଥିଲା।
ଏହାପରେ ଦ୍ୱିତୀୟ ଦିନରେ ଆୟ ୮ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିଲା। କିନ୍ତୁ ତୃତୀୟ ଦିନ ଅର୍ଥାତ୍ ଶନିବାର ୯.୨୫ କୋଟି ଟଙ୍କାର କଲେକ୍ସନ କରିଛି । ଫିଲ୍ମଟିର ୱାର୍ଲଡ ୱାଇଡ୍ କଲେକ୍ସନ ୭୭.୫ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି।
ଯଦିଓ ୩୦୦ କୋଟି ଟଙ୍କାର ବଜେଟରୁ ହରି ହର ବୀର ମଲ୍ଲୁ ଏବେ ବି ଦୂରରେ ଅଛି। ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ସୈୟାରା ନବମ ଦିନରେ ୨୬.୫ କୋଟି କଲେକ୍ସନ କରିଛି । ଯାହା ପରେ ଭାରତରେ ସୈୟାରାର କଲେକ୍ସନ ୨୧୭.୨୫ କୋଟି ଟଙ୍କା ହୋଇଛି।
ୱାର୍ଲଡ ୱାଇଡ୍ ସୈୟାରା କଲେକ୍ସନ ୩୦୦ କୋଟି ଟଙ୍କା ପାର ହୋଇଛି, ଯାହା ୪୦ କୋଟି ଟଙ୍କାର ବଜେଟ ତୁଳନାରେ ଅନେକ ଅଧିକ।
ଅଧିକ ପଢନ୍ତୁ:ସବୁ କିଛି କେବଳ ବାହାନା ଥିଲା , କାରଣ ଏବେ ଜଣାପଡ଼ିଲା
Mansa Devi Temple Stampede: ମନ୍ଦିରରେ ବଡ ଅଘଟଣ; ଦଳାଚକଟାରେ ୬ ଜଣଙ୍କ ମୃତ୍ୟୁ, ଏକାଧିକ ଆହତ

Michigan Stabbing: ୱାଲମାର୍ଟ ଭିତରେ ରକ୍ତର ହୋଲି! ୧୧ ଜଣଙ୍କୁ ଛୁରା ମାଡ଼, ୬ ଜଣଙ୍କ ଅବସ୍ଥା ଗୁରୁତର

Noida: ବିବାହ ବାହାନାରେ ପ୍ରଥମେ ଦୁଷ୍କର୍ମ, ତା'ପରେ ଧର୍ମ ପରିବର୍ତ୍ତନ ପାଇଁ ଚାପ, ଅଭିଯୁକ୍ତ ଫେରାର୍
