• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲାଜେଇ ଗଲେ କ୍ୟାଟ୍ରିନା । ସ୍ୱାମୀଙ୍କ ନାଚ ଦେଖି ଲାଜେଇ ଗଲେ କ୍ୟାଟ୍ରିନା କୈଫ୍ । ନିକଟ ଅତୀତରେ ବିବାହ କରି ଖୁବ୍‌ ଚର୍ଚ୍ଚାରେ ରହିଥିବା ବଲିଉଡ୍ କପଲ ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ସେମାନଙ୍କର ବିବାହ ସ୍ଥିର ହେବା ଦିନଠାରୁ ଉଭୟ କିଛି କିଛି ଘଟଣା ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି । ସୋସିଆଲ ମିଡିଆ ରେ ଉଭୟ ଭିକି ଏବଂ କ୍ୟାଟ୍ରିନା ଖୁବ୍‌ ଆକ୍ଟିଭ୍‌ ।

ଏବେ ଏହି ନ୍ୟୁଲି ମ୍ୟାରେଡ୍ ବଲିଉଡ କପୁଲଙ୍କର ଆଉ ଏକ ଭିଡିଓ ଭାଇରାଲ ହେଉଛି । ଇନ୍‌ଷ୍ଟାଗ୍ରାମ୍‌ରେ ନିଆଁ ଭଳି ଏହି ଭିଡିଓ ବ୍ୟାପିବାରେ ଲାଗିଛି । ଭିଡିଓଟି ଖୁବ୍ କମ୍‌ ସମୟର ହୋଇଥିଲେ ମଧ୍ୟ ଏହା ଭାଇରାଲ ହେବାରେ ଲାଗିଛି । ୟୁଜର୍ସଙ୍କୁ ବେଶ୍‌ ମନୋରଞ୍ଜନର ଖୋରାକ ଯୋଗାଇଛି ଏହି ଭିଡିଓ । ଉଭୟଙ୍କ ଫ୍ୟାନ୍‌ମାନେ ଏହି ଭାଇରାଲ ଭିଡିଓ ଦେଖି ଖୁବ୍‌ ଉତ୍ସାହିତ ଅଛନ୍ତି । ସେମାନେ ଭିଡିଓ ଦେଖିବା ପରେ ଭଲ ଭଲ କମେଣ୍ଟ ମଧ୍ୟ ଦେଇଛନ୍ତି । ଏହା ସହ ଫେଭରାଇଟ୍‌ ଯୋଡ଼ିକୁ ନୂଆ ବର୍ଷର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ଫ୍ୟାନ୍ସ ।

ତେବେ ଭିଡିଓଟି ଦେଖିଲେ ଯାହା ଜଣାପଡ଼ୁଛି, ଭିକି ଏବଂ କ୍ୟାଟ୍ରିନା ନୂଆ ବର୍ଷ ପାଳିବା ପାଇଁ କିଛି ବନ୍ଧୁ ମାନଙ୍କ ସହ ରାଜସ୍ଥାନର ଜୱାଇ ଲିଓପାର୍ଡ ଅଭୟାରଣ୍ୟରେ ପହଞ୍ଚିଛନ୍ତି । ସେଠାରେ ବନ୍‌ ଫାୟାର ଚାଲିଛି । ଗୀତ ବି ବାଜୁଛି । ଆଉ ଭିକି ଏକ ନାଲି ରଙ୍ଗର ଟି-ସାର୍ଟ ପିନ୍ଧି ଅନ୍ୟ ଜଣେ ଝିଅ ସହ ନାଚୁଛନ୍ତି । ଭିକିଙ୍କର ଦମ୍‌ଦାରର ଡ୍ୟାନ୍ସ ଦେଖି କ୍ୟାଟ୍ରିନା ଲାଜେଇ ଯାଉଛନ୍ତି ।

 ଭିଡିଓଟି ସୋମବାର ଦିନ ଇନ୍‌ଷ୍ଟାଗ୍ରାମ୍‌ ରେ ପୋଷ୍ଟ କରାଯାଇଛି । ପାପାରାଜୋ ଏହାକୁ ପୋଷ୍ଟ କରିଛି ।

ଭିଡିଓ ଦେଖିବା ପରେ ଫ୍ୟାନ୍‌ମାନେ ସୁନ୍ଦର ସୁନ୍ଦର କମେଣ୍ଟ କରିଛନ୍ତି । କେହି କେହି କ୍ୟାଟ୍ରିନାଙ୍କ ହସକୁ ପ୍ରଶଂସାରେ ପୋତି ପକାଇଥିବା ବେଳେ ତାଙ୍କ ହସକୁ ଲଭ୍‌ ବୋଲି କହିଛନ୍ତି । ଆଉ ଜଣେ ଲେଖିଛନ୍ତି ଉଭୟ ବଲିଉଡ୍‌ ଇଣ୍ଡଷ୍ଟ୍ରୀର ରିଅଲ ଏବଂ ସବୁଠାରୁ ସ୍ୱିଟେଷ୍ଟ କପୁଲ । ଅନ୍ୟମାନେ କହିଛନ୍ତି, ଭିକି କୌଶଲ ଅତି ସୁନ୍ଦର ଭାବେ ନିଜ ପତ୍ନୀଙ୍କୁ ଏଣ୍ଟରଟେନ୍‌ କରୁଛନ୍ତି ଆଉ ହସାଉଛନ୍ତି । ଭିକି ଜଣେ ସୁଇଟ୍ ସ୍ୱାମୀ ବୋଲି ଅନେକ ଲେଖିଛନ୍ତି ।