Advertisment

Pushpa 2: ‘ପୁଷ୍ପା ୨’ ନିର୍ମାତାଙ୍କୁ ଧମକ; ‘କରଣୀ ସେନା ତାଙ୍କ ଘରେ ପଶି ମାଡ଼ ମାରିବେ’... ଦେଖନ୍ତୁ ଭାଇରାଲ୍ ଭିଡିଓ

କରଣୀ ସେନା ‘ପୁଷ୍ପା ୨’କୁ ନେଇ ଅସନ୍ତୋଷ ଦେଖାଇଛି। ଫିଲ୍ମରେ ଏମିତି କିଛି ରହିଛି ଯାହା ସେମାନଙ୍କ ସମାଜକୁ ଅସମ୍ମାନ କରୁଥିବା କହି ନିର୍ମାତାଙ୍କୁ ମଧ୍ୟ ଧମକ ଦେଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Karni sena threatens to pushpa 2 over negative role of shekhawat

Karni sena threatens to pushpa 2 over negative role of shekhawat

ପ୍ରେକ୍ଷାଳୟରେ ‘ପୁଷ୍ପା ୨’ ଧମାକା ସୃଷ୍ଟି କରୁଛି। ଲୋକମାନେ ଏହାକୁ ଖୁବ୍ ପସନ୍ଦ କରୁଥିବା ବେଳେ ଫିଲ୍ମଟି ମଧ୍ୟ ବହୁତ ଭଲ ରୋଜଗାର କରୁଛି। ଏହାରି ଭିତରେ କିନ୍ତୁ କିଛି ସମସ୍ୟାର ସମ୍ମୁଖିନ ହେଉଛି ଫିଲ୍ମ। କରଣୀ ସେନା ଏହି ଫିଲ୍ମକୁ ନେଇ ଅସନ୍ତୋଷ ଦେଖାଇଛି। ଫିଲ୍ମରେ ଏମିତି କିଛି ରହିଛି ଯାହା ସେମାନଙ୍କ ସମାଜକୁ ଅସମ୍ମାନ କରୁଥିବା କହି ନିର୍ମାତାଙ୍କୁ ମଧ୍ୟ ଧମକ ଦେଇଛି।

Advertisment

ଫିଲ୍ମ 'କ୍ଷତ୍ରିୟ' ସମ୍ପ୍ରଦାୟକୁ ଅପମାନିତ କରିଥିବା ଅଭିଯୋଗ କରି କରଣୀ ସେନାର ରାଜପୁତ ନେତା ରାଜ ଶେଖାୱତ୍ ନିର୍ମାତାଙ୍କୁ ଧମକ ଦେଇଛନ୍ତି। ରାଜ ଶେଖାୱାତ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ଶେୟାର କରି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଛୁଟୁଛି ରୋଜଗାରର ସୁଅ; ବିଦେଶରେ ବି ହଚଚଇ କରୁଛି ‘ପୁଷ୍ପା ୨’

ରାଜ ଶେଖାୱତ ଅଭିଯୋଗ କରିଛନ୍ତି ଯେ ଏହି ଫିଲ୍ମରେ 'ଶେଖାୱତ' ଶବ୍ଦର ବାରମ୍ବାର ବ୍ୟବହାର କ୍ଷତ୍ରୀୟ ସମାଜକୁ ଅପମାନିତ କରିଛି। ଫିଲ୍ମରୁ ଏହି ଶବ୍ଦ ହଟାଇବାକୁ ସେ 'ପୁଷ୍ପା ୨'ର ନିର୍ମାତାଙ୍କୁ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: 'ପୁଷ୍ପା ୨'ର ଏହିସବୁ ଡାଏଲଗ୍ ଆପଣଙ୍କୁ ସିଟି ମାରିବାକୁ ବାଧ୍ୟ କରିବ

ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ମୈତ୍ରୀ ଚଳଚ୍ଚିତ୍ର ନିର୍ମାତା ଏବଂ ମୁତ୍ତମସେଟୀ ମିଡିଆ ଦ୍ୱାରା ନିର୍ମିତ 'ପୁଷ୍ପା ୨: ଦି ରୁଲ୍'ରେ ଆଲୁ ଅର୍ଜୁନ 'ପୁଷ୍ପା ରାଜ', ରଶ୍ମିକା ମନ୍ଦାନା 'ଶ୍ରୀବଲ୍ଲୀ' ଏବଂ ଫହାଦ୍ ଫସିଲଙ୍କୁ 'ଭଁୱର ସିଂହ ଶେଶାୱତ' ଭାବରେ ଅଭିନୟ କରିଛନ୍ତି।


ନିର୍ମାତାଙ୍କୁ ଧମକ:

ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ଶେୟାର କରି ରାଜ ଶେଖାୱତ କହିଛନ୍ତି, “ପୁଷ୍ପା ୨ ଫିଲ୍ମରେ ଶେଖାୱତଙ୍କ ନକରାତ୍ମକ ଭୂମିକା, ଏହା ପୁଣି କ୍ଷତ୍ରିୟଙ୍କ ପାଇଁ ଅପମାନ। କରଣୀ ସୈନିକ୍ ପ୍ରସ୍ତୁତ ରୁହ, ଫିଲ୍ମର ନିର୍ମାତାଙ୍କୁ ଖୁବ୍ ଶୀଘ୍ର ପିଟାଯିବ।

ଏହି ଚଳଚ୍ଚିତ୍ରରେ ଫହାଦ୍ ଫସିଲ୍ ଭିଲେନ୍ ଭଁୱର ସିଂହ ଶେଶାୱତ ଭୂମିକାରେ ଅଭିନୟ କରିଛନ୍ତି। ବର୍ତ୍ତମାନ କରଣୀ ସେନାର ରାଜପୁତ ନେତା ରାଜ ଶେଖାୱତ ଫହାଦ୍ ଫସିଲଙ୍କ ଏହି ଚରିତ୍ରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତାଙ୍କର ଦାବି ହେଉଛି ଫିଲ୍ମରୁ ଶେଖାୱତ୍ ଶବ୍ଦକୁ ହଟାଇବା ଉଚିତ।


କ୍ଷତ୍ରିୟଙ୍କୁ ଘୋର ଅପମାନ:

ସେ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ କହିଛନ୍ତି, “କ୍ଷତ୍ରିୟଙ୍କୁ ଏହି ଫିଲ୍ମରେ ଅପମାନିତ କରାଯାଇଛି। ଏକ ଭୁଲ ଦୃଷ୍ଟିକୋଣରେ ‘ଶେଖାୱତ’ ସମ୍ପ୍ରଦାୟକୁ ଉପସ୍ଥାପିତ କରାଯାଇଛି। ଅଭିବ୍ୟକ୍ତିର ସ୍ୱାଧୀନତା ନାମରେ ଏହି ଶିଳ୍ପ କ୍ଷତ୍ରିୟଙ୍କୁ ବାରମ୍ବାର ଅପମାନିତ କରିଛି ।

ସେ ପୁଣି କହିଛନ୍ତି “ଚଳଚ୍ଚିତ୍ର ନିର୍ମାତା ‘ଶେଖାୱତ୍’ ଶବ୍ଦର ଲଗାତାର ବ୍ୟବହାରକୁ ଚଳଚ୍ଚିତ୍ରରୁ ହଟାଇବା ଉଚିତ୍, ନଚେତ୍ କରଣୀ ସେନା ତାଙ୍କ ଘରେ ପଶି ତାଙ୍କୁ ମାଡ଼ ମାରିବେ ଏବଂ ଆବଶ୍ୟକ ହେଲେ ସବୁ ସୀମା ମଧ୍ୟ ଅତିକ୍ରମ କରିବେ।”

ନିର୍ମାତାଙ୍କ ନିରବତା:

ତେବେ ଏହି ଧମକ ପରେ ନିର୍ମାତାଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳି ନାହିଁ। କରଣୀ ସେନା ହୁଏତ ବିରୋଧର ବିଗୁଲ୍ ବଜାଉଥିବେ, କିନ୍ତୁ ଲୋକମାନେ ଫିଲ୍ମକୁ ବହୁତ ପସନ୍ଦ କରୁଛନ୍ତି। ଏହି ଫିଲ୍ମ ଭାରତରେ ପାଖାପାଖି ୬୦୦ କୋଟି ଟଙ୍କା ରୋଜଗାର କଲାଣି। ସେହିପରି ଫିଲ୍ମ ବିଶ୍ୱବ୍ୟାପୀ ୮୮୦ କୋଟି ଟଙ୍କା ରୋଜଗାର କରିସାରିଲାଣି।

ଅଧିକ ପଢ଼ନ୍ତୁ: Pushpa 2 Stampede: ପୁଷ୍ପା-୨ ପ୍ରିମିୟର୍ ଶୋ’ରେ ଦଳାଚକଟା, ଚାଲିଗଲା ମହିଳାଙ୍କ ଜୀବନ

Allu Arjun Rashmika Mandanna Viral Video Pushpa South Indian Films
Advertisment
Advertisment