Advertisment

Pushpa 2 Dialogues: 'ପୁଷ୍ପା ୨'ର ଏହିସବୁ ଡାଏଲଗ୍ ଆପଣଙ୍କୁ ସିଟି ମାରିବାକୁ ବାଧ୍ୟ କରିବ

ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ 'ପୁଷ୍ପା ୨' ଚଳିତ ବର୍ଷର ଅଲ୍ ଟାଇମ୍ ବ୍ଲକ୍‌ବଷ୍ଟର୍‌ ଫିଲ୍ମ ହେବାକୁ ଯାଉଛି। କେବଳ ଫିଲ୍ମର କାହାଣୀ ନୁହେଁ, ଗୀତ ଏବଂ ସଂଳାପଗୁଡ଼ିକ ଏପରି ହୋଇଛି ହଲ୍‌ରେ ଆପଣ ବିନା କରତାଳିରେ ରହିପାରିବେ ନାହିଁ।

author-image
Pramod Behera
ଅଦ୍ୟତନ ହୋଇଛି
Pushpa 2 blockbuster dialogues which forced you to whistle

Pushpa 2 blockbuster dialogues which forced you to whistle

ପାନ୍‌ ଇଣ୍ଡିଆ ଫିଲ୍ମ 'ପୁଷ୍ପା ୨' ରିଲିଜ ହୋଇଛି। ଫିଲ୍ମ ରିଲିଜ୍‌ ହେବାର କିଛି ଘଣ୍ଟା ମଧ୍ୟରେ ୧୦୦ କୋଟି ଟଙ୍କା ରୋଜଗାର କରିସାରିଲାଣି। ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଏହି ଫିଲ୍ମ ମଧ୍ୟ ଚଳିତ ବର୍ଷର ଅଲ୍ ଟାଇମ୍ ବ୍ଲକ୍‌ବଷ୍ଟର୍‌ ଫିଲ୍ମ ହେବାକୁ ଯାଉଛି।

Advertisment

ଏହି ଫିଲ୍ମ ଏମିତି ହୋଇଛି ଯେ ଯାହା ଅଲୁ ଅର୍ଜୁନଙ୍କୁ ଏକ ମେଗା କିଙ୍ଗ୍ କରିବାକୁ ଯାଉଛି। କେବଳ ଫିଲ୍ମର କାହାଣୀ ନୁହେଁ, ଗୀତ ଏବଂ ସଂଳାପଗୁଡ଼ିକ ଏପରି ହୋଇଛି ହଲ୍‌ରେ ଆପଣ ବିନା କରତାଳିରେ ରହିପାରିବେ ନାହିଁ। ଖାଲି ତାଳି ନୁହେଁ ଆପଣ ସିଟି ମାରିବାକୁ ମଧ୍ୟ ବାଧ୍ୟହେବେ।

ଅଧିକ ପଢ଼ନ୍ତୁ: ପୁଷ୍ପା-୨ ପ୍ରିମିୟର୍ ଶୋ’ରେ ଦଳାଚକଟା, ଚାଲିଗଲା ମହିଳାଙ୍କ ଜୀବନ

ସୁକୁମାରଙ୍କ ଚମତ୍କାର ନିର୍ଦ୍ଦେଶନାରେ ଫିଲ୍ମର ଦୁଇ ପାୱାର୍‌ହାଉସ୍ ଅଭିନେତା ଅଲୁ ଅର୍ଜୁନ ଏବଂ ଫହାଦ୍ ଫସିଲଙ୍କ ଦମଦାର ସଂଳାପ ଲୋକମାନଙ୍କୁ ନିଜ ସିଟ୍‌ରୁ ଉଠାଇବାକୁ ସୁଯୋଗ ଦେଇନି।

Advertisment

ଆପଣ ନିଶ୍ଚିତ ଭାବରେ ଟିଜର୍‌ରେ ସଂଳାପ ଶୁଣିଥିବେ। କିନ୍ତୁ ବର୍ତ୍ତମାନ କେବଳ ଫିଲ୍ମର ସେଇ ଦମଦାର ଡାଏଲଗ୍‌ଗୁଡିକ ଶୁଣନ୍ତୁ, ଯାହା ଶୁଣିବା ପରେ ଆପଣଙ୍କ ଓଠରେ ସବୁଦିନ ପାଇଁ ରହିଯିବ। ତେବେ ଆସନ୍ତୁ ଏହି ଫିଲ୍ମର କିଛି ଡାଏଲଗ୍ ଉପରେ ନଜର ପକାଇବା।

  • 'ପୁଷ୍ପା ସିର୍ଫ ଏକ୍ ନାମ୍‌ ନହିଁ, ପୁଷ୍ପା ଏକ ବ୍ରାଣ୍ଡ'
  • 'ପୁଷ୍ପା, ଢାଇ ଅକ୍ଷର, ନାମ୍‌ ଛୋଟା ହେ... ଲେକିନ୍ ସାଉଣ୍ଡ୍ ବହୁତ୍‌ ବଡା'
  • 'ପୁଷ୍ପା କୋ ନେସ୍‌ନାଲ୍ ଖିଲାଡି ସମ୍‌ଝେ କ୍ୟା, ଇଣ୍ଟର୍‌ନେସ୍‌ନାଲ୍ ଖିଲାଡି ହେ’
  • ‘ପୁଷ୍ପା ନାମ୍ ସୁନ୍‌କର୍, ଫ୍ଲାୱାର୍ ସମ୍‌ଝେ କ୍ୟା, ପାୟର୍ ହେ ତୁ? ମେ ପାୟର୍ ନହିଁ… ୱାଇଲ୍ଡ୍ ପାୟର୍ ହେ’
  • ‘କୌନ୍ ହେ ଏ ଆଦ୍‌ମୀ ଜିସେ ନା ପୈସୋ କି ପରବାହ, ନା ପାୱାର୍ କା ଖୌଫ୍, ଜରୁର୍ ଇସେ ଗହରୀ ଚୋଟ୍ ଲଗୀ ହେ’
  • ‘ଶ୍ରୀବଲ୍ଲୀ ମେରୀ ୱାଇଫ୍ ହେ, ଔର୍ ଜବ୍ ଏକ୍ ପତି ୱାଇଫ୍ କୀ ସୁନେ ତୋ କ୍ୟା ହୋତା ହେ… ପୁରୀ ଦୁନିଆ କୋ ଦିଖାଏଗା’
  • ‘ଜୋ ମେରେ ହକ୍ କା ପୈସା ହେ… ଓ ଚାର୍ ଆନା ହୋ ୟା ଆଠ୍ ଆନା… ଓ ସାତ୍‌ୱେ ଆସ୍‌ମାନ୍ ପର୍ ହୋ ୟା ସାତ୍ ସମନ୍ଦର୍ ପାର୍ ହୋ… ପୁଷ୍ପା କା ଉସୁଲ୍, କରନେ କା ଭସୁଲ୍’।
  • ‘ଡରାନେ ସେ ଏକ ଅକେଲା ଓ ଡର୍‌ତା, ମାର୍ ଦିୟା ତୋ ପୁରା ସିଣ୍ଡିକେଟ୍ ଡରେଗା’
  • ‘ପହଲୀ ଏଣ୍ଟ୍ରୀ ପର୍ ଇତନା ବବାଲ୍ ନହିଁ କରତା ୟେ(ପୁଷ୍ପା), ଜିତନା ଦୁସରୀ ପର୍ କରତା ହେ’
  • ‘ମେ ହର୍‌ଗିଜ୍ ଝୁକେଗା ନହିଁ ସାଲା’

ଅଧିକ ପଢ଼ନ୍ତୁ: 'ପୁଷ୍ପା ୨' ଟ୍ରେଲର ଲଞ୍ଚ୍‌ ବେଳେ ପାଟନାବାସୀଙ୍କୁ କ୍ଷମା ମାଗିଲେ ଅଲ୍ଲୁ ଅର୍ଜୁନ

ନମ୍ବର୍ ୱାନ୍ ହେବାକୁ…

୨୦୨୧ରେ ଆସିଥିବା ‘ପୁଷ୍ପା : ଦି ରାଇଜ୍’ ରିଲିଜ୍ ହେବା ପରଠାରୁ ଲୋକେ ଏହାର ସିକ୍ୱେଲ୍‌ର ଅପେକ୍ଷାରେ ଥିଲେ। ସମସ୍ତଙ୍କ ଭିତରେ ପ୍ରଶ୍ନ - ପୁଷ୍ପା ୨ କେମିତି? ପୁଷ୍ପା ୨ ର ରିଭ୍ୟୁ କିପରି? ପୁଷ୍ପା ୨ କେତେରେ ଓପେନିଂ ହେବ? ପୁଷ୍ପା ୨ ର ୱିକେଣ୍ଡ୍ କଲେକ୍ସନ୍ କ’ଣ ହେବ?

ଏହି ସବୁ ଆଲୋଚନା ମଧ୍ୟରେ, ଆପଣ ଜାଣନ୍ତି କି ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ତାଲିକାରେ ଏକ ନମ୍ବର ହେବା ପାଇଁ ‘ପୁଷ୍ପା ୨’କୁ ସପ୍ତାହକ ମଧ୍ୟରେ କେତେ କୋଟି ସଂଗ୍ରହ କରିବାକୁ ପଡିବ?

ଏକ ନମ୍ବର ହେବାକୁ ‘ପୁଷ୍ପା ୨’କୁ ୫୫୫ କୋଟିରୁ ଅଧିକ ଟଙ୍କା ଆୟ କରିବାକୁ ପଡିବ। ଯେତେବେଳେ କି ଏହି ଟାଇଟଲ୍ ‘କଲ୍‌କୀ ୨୮୯୮ଏଡି’ ସହିତ ଅଛି, ଯାହା ପ୍ରଥମ ସପ୍ତାହ ଶେଷରେ ୪ ଦିନରେ ୫୫୫କୋଟି ଟଙ୍କା ରୋଜଗାର କରିଥିଲା।

ଚର୍ଚ୍ଚାରେ ‘ପୁଷ୍ପା-୩’:

'ପୁଷ୍ପା ୨' ଦେଖିବାକୁ ଯାଇଥିବା ଲୋକମାନଙ୍କୁ ଏକ ବଡ ସର୍‌ପ୍ରାଇଜ୍ ସେତେବେଳେ ମିଳିଲା, ଯେତେବେଳେ ଏହାର ତୃତୀୟ ସ୍ୱିକେଲ୍ ବା ‘ପୁଷ୍ପା-୩’ ପରଦାକୁ ଆସିବ ବୋଲି ନିଶ୍ଚିତ ହେଲା।

ପୁଷ୍ପା ଫ୍ରାଞ୍ଚାଇଜ୍ ଦୀର୍ଘ ସମୟ ଧରି ଚାଲିବାକୁ ଯାଉଛି। ସିନେମା ପ୍ରେମୀମାନେ ଏକ ସୂଚନା ପାଇସାରିଛନ୍ତି ଯେ ନିର୍ଦ୍ଦେଶକ ସୁକୁମାର ଏହି ସିରିଜ୍ ଜାରି ରଖିବାକୁ ଯୋଜନା କରୁଛନ୍ତି। ‘ପୁଷ୍ପା ୨: ଦ ରୁଲ୍’ ରିଲିଜ୍ ହୋଇଛି, କିନ୍ତୁ ‘ପୁଷ୍ପରାଜ’ର ଯାତ୍ରା ଏଠାରେ ଶେଷ ହୋଇନାହିଁ।

ଅଧିକ ପଢ଼ନ୍ତୁ: ଫିକ୍ସ ହେଲା 'ପୁଷ୍ପା ୨’ର ଟିକେଟ୍ ମୂଲ୍ୟ; ଏତେ ଟଙ୍କାରେ ବିକ୍ରି ହେବ

Allu Arjun Rashmika Mandanna Pushpa South Indian Films
Advertisment
Advertisment