Advertisment

ମଞ୍ଚରେ ସଲମାନଙ୍କୁ ବିବାହ ପ୍ରସ୍ତାବ ଦେଲେ ଯୁବତୀ; ଲାଜେଇ ଗଲେ ଭାଇଜାନ୍, କହିଲେ…

ସଲମାନ ଏବେ ତାଙ୍କ ଚଳଚ୍ଚିତ୍ର 'କିସି କା ଭାଇ କିସି କୀ ଜାନ'ର ପ୍ରମୋସନ ପାଇଁ ଦୁବାଇରେ ଅଛନ୍ତି। ଯେତେବେଳେ ସଲମାନ ଦର୍ଶକଙ୍କ ସହ ମନୋରଂଜନ କରୁଥିଲେ ଜଣେ ଯୁବତୀ ବଡପାଟିରେ କହିଥିଲେ, "ସଲମାନ, ମୋତେ ବିବାହ କର!" ଏହା ପରେ ଏମିତି ପ୍ରତିକ୍ରିୟା ଦେଲେ ସଲମାନ…

author-image
Pramod Behera
ଅଦ୍ୟତନ ହୋଇଛି
Salman Khan Marriage Proposal

Salman Khan reacts as woman proposes to him

ସଲମାନ ଖାନ ଫିଲ୍ମ ବ୍ୟତୀତ ଯଦି ଅନ୍ୟ କୌଣସି ବିଷୟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି, ତେବେ ଏହା ହେଉଛି ବିବାହ। ସଲମାନଙ୍କୁ ଅନେକ ସମୟରେ ପଚରାଯାଏ ଯେ ସେ କାହିଁକି ବିବାହ କରୁନାହାଁନ୍ତି? ତାଙ୍କ ପ୍ରଶଂସକମାନେ ଆଜି ବି ଚାହୁଁଛନ୍ତି ଯେ ସଲମାନ ବିବାହ କରନ୍ତୁ ଏବଂ ଘର ସଂସାର କରନ୍ତୁ।

Advertisment

ଅଧିକ ପଢ଼ନ୍ତୁ: ଆମୀର ଖାନ୍‌ଙ୍କୁ ତାଙ୍କ ଲକୀ ବ୍ରେସ୍‌ଲେଟ୍ ଦେଇଦେଲେ ସଲମାନ!

ଅନେକ ଥର ସଲମାନ ମଧ୍ୟ ତାଙ୍କ ଅବିବାହିତ ଜୀବନକୁ ନେଇ ଏପରି ମତ ଦିଅନ୍ତି ଯେ ଏହା ଏକ ଆଲୋଚନାର ବିଷୟ ହୋଇଯାଏ। ସଲମାନ ଏବେ ତାଙ୍କ ଚଳଚ୍ଚିତ୍ର 'କିସି କା ଭାଇ କିସି କୀ ଜାନ'ର ପ୍ରମୋସନ ପାଇଁ ଦୁବାଇରେ ଅଛନ୍ତି। ସେଠାରେ ସେ ଯେତେବେଳେ ତାଙ୍କ ପ୍ରଶଂସକଙ୍କ ସହ କଥାବାର୍ତ୍ତା ହେଉଥିଲେ ଏହି ସମୟ ମଧ୍ୟରେ ବିବାହର କଥା ମଧ୍ୟ ଉଠିଥିଲା।

ସଲମାନ ଖାନଙ୍କ ପ୍ରଶଂସକ ସାରା ଦୁନିଆଁରେ ଅଛନ୍ତି। ଯେତେବେଳେ ସଲମାନ ଦୁବାଇରେ ପହଞ୍ଚିଲେ, ପ୍ରଶଂସକମାନେ ତାଙ୍କୁ ଦେଖି ବହୁତ ଉତ୍ସାହିତ ହୋଇଯାଇଥିଲେ। ଏହି ସମୟରେ ପ୍ରଶଂସକମାନେ ତାଙ୍କୁ ଦେଖି ଅନେକ ପ୍ରକାରର ମତ ଦେଉଥିଲେ।

Advertisment

ଯେତେବେଳେ ସଲମାନ ଦର୍ଶକଙ୍କ ସହ ମନୋରଂଜନ କରୁଥିଲେ ଜଣେ ଯୁବତୀ ବଡପାଟିରେ କହିଥିଲେ, "ସଲମାନ, ମୋତେ ବିବାହ କର!" ଏହି ସମୟରେ ଆଉ ଜଣେ ଯୁବତୀ ତାଙ୍କୁ ବାଧା ଦେଇ କହିଥିଲେ, “ନା, ସଲମାନ, ବିବାହ କର ନାହିଁ”। ଏହା ପରେ ସଲମାନ ହସିହସି ଉତ୍ତର ଦେଇ କହିଥିଲେ, ଠିକ୍, ଠିକ୍, ଠିକ୍।

ଏହାପରେ ସଲମାନ ଟିକେ ଲାଜ କରି ସେଠାରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ପଚାରିଥିଲେ, “ଆପଣଙ୍କ ସ୍ତ୍ରୀ ଅଛନ୍ତି କି? ମୋର ନାହାନ୍ତି।” ସଲମାନଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ସଲମାନଙ୍କୁ ବିବାହ କରିବାକୁ ପରାମର୍ଶ ଦେଉଛନ୍ତି।

ଅଧିକ ପଢ଼ନ୍ତୁ: ୭୨ ଘଣ୍ଟାରେ ଛୁଇଁପାରିଲାନି ୧୦୦କୋଟି; ‘ପଠାନ’ର ଗୋଟିଏ ଦିନର ଆୟ ସହ ହେଲାନି ସମାନ

ତେବେ ବିବାହ କରିବାକୁ ନେଇ ସଲମାନ ମନା କରିଦେବା ପ୍ରଶଂସକମାନେ ପସନ୍ଦ କରନ୍ତି ନାହିଁ। ଜଣେ ପ୍ରଶଂସକ କହିଛନ୍ତି, “ସମସ୍ତେ ସଲମାନଙ୍କୁ ବିବାହ କରିବାକୁ କାହିଁକି ମନା କରୁଛନ୍ତି, ତାଙ୍କୁ ବିବାହ କରିବାକୁ ଦିଅନ୍ତୁ।” ଆଉ ଜଣେ କହିଛନ୍ତି, “ଭାଇ, ଦୟାକରି ବିବାହ କରନ୍ତୁ।” ଏହି ଇଭେଣ୍ଟ ସମୟରେ ସଲମାନଙ୍କୁ ପୁଅମାନେ ମଧ୍ୟ “ଆଇ ଲଭ୍ ୟୁ” କହିଥିଲେ। ଏହାକୁ ନେଇ ସଲମାନ କହିଥିଲେ, ଯେତେବେଳେ ପୁଅମାନେ ମୋତେ ଆଇ ଲଭ୍ ୟୁ କୁହନ୍ତି ସେତେବେଳେ ମୁଁ ଟିକେ ବିବ୍ରତ ହୋଇଯାଏ।”

ପ୍ରକାଶଥାଉ ଯେ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ 'ହମ୍ ଦିଲ୍ ଦେ ଚୁକେ ସନମ୍' ସମୟରେ ସଲମାନ ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେମରେ ପଡିଥିଲେ। କିଛି ଦିନ ପରେ ଏହି ସଂପର୍କ ଭାଙ୍ଗିଯାଇଥିଲା। ଏହା ପରେ ସଲମାନ ଆଉ ବିବାହ କରିନଥିଲେ। ଐଶ୍ୱର୍ଯ୍ୟା କିନ୍ତୁ ତାଙ୍କ ଜୀବନକୁ ଆଗକୁ ବଢେଇ ନେଇଥିଲେ।

Salman Khan Bollywood
Advertisment
Advertisment