/odishatv-khabar/media/post_attachments/uploadimage/library/16_9/16_9_0/stabbing_1753588834.jpg)
stabbing
ଆମେରିକାର ମିଚିଗାନର ଟ୍ରାଭର୍ସ ସିଟିରେ ଥିବା ଏକ ଓ୍ଵାଲମାର୍ଟ ଷ୍ଟୋର୍ରେ ଛୁରୀମାଡ଼ ଘଟଣା ସାମ୍ନାକୁ ଆସିଛି। ଶନିବାର ଦିନ ହଠାତ୍ ଘଟିଥିବା ଏହି ଦୁଃଖଦ ଘଟଣାରେ ଅତି କମରେ ୧୧ ଜଣଙ୍କ ଉପରେ ଛୁରୀରେ ଆକ୍ରମଣ କରାଯାଇଥିଲା, ଯେଉଁମାନଙ୍କ ମଧ୍ୟରୁ ୬ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ପୁଲିସ କହିଛି ଯେ ଏହି ମାମଲାରେ ଜଣେ ସନ୍ଦିଗ୍ଧକୁ ଗିରଫ କରାଯାଇ ହେପାଜତରେ ରଖାଯାଇଛି।
ଟ୍ରାଭର୍ସ ସିଟିଠାରୁ ପ୍ରାୟ ୨୫ ମାଇଲ ଦୂରରେ ଅନରରେ ରହୁଥିବା ୩୬ ବର୍ଷୀୟ ଟିଫାନୀ ଡେଫେଲ କହିଛନ୍ତି, "ମୁଁ ପାର୍କିଂ ଲଟ୍ରେ ଥାଏ, ସେତେବେଳେ ମୋ ଆଖପାଖରେ ହଟ୍ଟଗୋଳ ଦେଖିଲି। ଏହା ବହୁତ ଭୟଙ୍କର ଥିଲା। ମୁଁ ଭୟଭୀତ ହୋଇଯାଇଥିଲି। ସେ ଦୃଶ୍ୟ ଚଳଚ୍ଚିତ୍ରରେ ଦେଖିଲା ଭଳି ଲାଗୁଥିଲା। ଏଠାରେ ଏପରି ଘଟଣା ଘଟିବ ଆମେ ଆଶା କରିନଥିଲୁ।"
ମୁନସନ ହେଲ୍ଥକେୟାର ମୁଖପାତ୍ର ମେଗାନ ବ୍ରାଉନ ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି ଯେ, "ଉତ୍ତରୀ ମିଚିଗାନ ଅଞ୍ଚଳର ସବୁଠାରୁ ବଡ଼ ହସ୍ପିଟାଲରେ ୧୧ ଜଣଙ୍କର ଚିକିତ୍ସା ଚାଲିଛି। ସମସ୍ତଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି। ଶନିବାର ରାତି ପର୍ଯ୍ୟନ୍ତ ୬ ଜଣଙ୍କର ଅବସ୍ଥା ଗୁରୁତର ଥିଲା ଏବଂ ୫ ଜଣଙ୍କର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।"
ଓ୍ଵାଲମାର୍ଟ ତରଫରୁ ଏକ ବିବୃତିରେ କୁହାଯାଇଛି ଯେ, "ସେମାନେ ପୁଲିସ ତଦନ୍ତରେ ସହାୟତା କରୁଛନ୍ତି। ଅଧିକ ସୂଚନା ପାଇଁ ପୁଲିସ ସହ ଯୋଗାଯୋଗ କରନ୍ତୁ।" ଟ୍ରାଭର୍ସ ସିଟି ହେଉଛି ଆମେରିକାର ମିଚିଗାନର ଏକ ଛୋଟ ସହର। ଏହାର ଜନସଂଖ୍ୟା ପ୍ରାୟ ୧୬ ହଜାର। ଏଠାରେ ସୁନ୍ଦର ହ୍ରଦ ଓ ପ୍ରାକୃତିକ ଦୃଶ୍ୟ କାରଣରୁ ଏଠାରେ ପର୍ଯ୍ୟଟକମାନଙ୍କର ଆଗମନ ଲାଗି ରହିଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)