• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଏବେ ୨୫ ବର୍ଷ ପରେ ‘କ୍ୟୁଁକି ଶାଶ୍ ଭି କଭି ବହୂ ଥି-୨’ । ପୁଣି ଦର୍ଶକ କାନ୍ଦିବେ ଓ ହସିବେ ତୁଲସୀଙ୍କ ସହ । ପରଦାକୁ ଆସିବ ସବୁଠୁ ଆଇକନିକ୍ ଟିଭି ଶୋ ' କ୍ୟୁଁକି ଶାଶ୍‌ ଭି କଭି ବହୂ ଥି -୨' । ନିକଟରେ ' କ୍ୟୁଁକି ଶାଶ୍‌ ଭି କଭି ବହୂ ଥି -୨'ର ପ୍ରୋମୋ ସେୟାର କରିଛନ୍ତି ମେକର୍ସ । କିନ୍ତୁ ପ୍ରଥମେ ଏକତା ଏହି ଶୋକୁ ପୁଣିଥରେ କରିବାକୁ ଚାହୁଁନଥିଲେ। ଏନେଇ ନିଜେ ଏକ ପୋଷ୍ଟ ମାଧ୍ୟମରେ ଖୁଲାସା କରିଛନ୍ତି ।

ଏକତା ପୋଷ୍ଟରେ ଲେଖିଛନ୍ତି ଯେତେବେଳେ ଏହି ଶୋକୁ ପୁଣି ଥରେ ଲଞ୍ଚ କରିବା ଆଇଡିଆ ମୋ ପାଖକୁ ଆସିଥିଲା, ସିଧାସିଧା ମନାକରିଦେଇଥିଲେ । ଯେଉଁ ଶୋ ଟେଲିଭିଜନ ଇତିହାସରେ କ୍ରାନ୍ତି ଆଣିଥିଲା ସେହି ଶୋ ତାର ପୂର୍ବ ସଫଳତା ଦୋହରାଇ ପାରିବ କି ନାହିଁ ମତେ ଜଣାନଥିଲା ।

Also Read

ଏକତା ଲେଖିଛନ୍ତି ମୁଁ ପୁରୁଣା ସ୍ମୃତି ସହ କିଛି ବି କରିବାକୁ ଚାହୁଁନଥିଲି । ମୋ ପିଲାଦିନର ସ୍ମୃତି ଯେମିତି ଏହି ଶୋର ସ୍ମୃତି ବି ସେଭଳି । ସବୁବେଳେ ଅଲଗା ରହିବ 

ଟେଲିଭିନ ଦୁନିଆ ଏବେ ବଦଳି ଯାଇଛି । କେବେ ଏହା ୯ଟି ସହର ଉପରେ ନିର୍ଭର ଥିଲା । ଏବେ ଦର୍ଶକ ବଦଳିଛନ୍ତି ଓ ସେମାନେ ବିଭିନ୍ନ ପ୍ଲାଟଫର୍ମରେ କଣ୍ଟେଣ୍ଟ ଗୁଡିକୁ ଛୋଟ ଛୋଟ ପାର୍ଟରେ ଦେଖୁଛନ୍ତି ।

କଣ ଏହି ପରିବର୍ତ୍ତନ ‘କ୍ୟୁକି’ର ସେହି ଐତିହାସିକ ଟିଆରପିକୁ ଦୋହଲେଇ ଦେଇ ପାରିବ । ଯେଉଁ ଟିଆରପିକୁ ନା ସେତେବେଳେ ନା ଏବେ କିଏ ଛୁଇଁପାରିଛନ୍ତି 

ଏକତା କହିଛନ୍ତି ‘କ୍ୟୁକି ଶାଶ୍ ବି କଭି ବହୂ ଥି’ ବିଶ୍ବସ୍ତରରେ ପହଞ୍ଚିସାରିଥିଲା । ଯାହା ଭାରତୀୟ କାହାଣୀ ଓ ପରମ୍ପରାକୁ ସାରା ବିଶ୍ବରେ ପହଞ୍ଚାଇଥିଲା । ଏହା କେବଳ ଏକ ଡେଲି ସୋପ ନଥିଲା । ଘରୋଇ ହିଂସା, ବୈବାହିକ ଦୁଷ୍କର୍ମ, ଇଚ୍ଛା ମୃତ୍ୟୁ ଭଳି ପ୍ରସଙ୍ଗକୁ ଘରେ ଘରେ ପହଞ୍ଚାଇଥିଲା ।

ଏବେ ‘କ୍ୟୁକି’ ସୀମିତ ଏପିସୋଡ ସହ ଫେରୁଛି । ନିଜର ୨୫ବର୍ଷ ପୂରଣ ହେବା ଖୁସିରେ । ଏହାର ଉଦ୍ଦେଶ୍ୟ କେବଳ ମନୋରଞ୍ଜନ ନୁହେଁ ବରଂ ସମାଜ ଉପରେ ପ୍ରଭାବ ପକାଇବା ସହ ପ୍ରେରଣା ଦେବା, ଖୁବ ସାରା ମସ୍ତି ଓ ଉତ୍ସାହର ସହିତ ।

ସାମନାକୁ ଆସିଛି ସ୍ମୃତି ଇରାନୀଙ୍କ ଫାଷ୍ଟଲୁକ୍‌, ଯାହାକି ଫ୍ୟାନ୍ସଙ୍କ ମଧ୍ୟରେ ବଢାଇଦେଇଛି ଏକ୍ସାଇଟମେଣ୍ଟ । ଜୁଲାଇ ୨୯ରୁ ଏକ ଘରୋଇ ଏଣ୍ଟରଣ୍ଟେନମେଣ୍ଟ ଚ୍ୟାନେଲରେ ପ୍ରସାରିତ ହେବ । ଅଭିନେତ୍ରୀରୁ ନେତ୍ରୀ ଏବେ ପୁଣି ନେତ୍ରୀରୁ ଅଭିନେତ୍ରୀ ।

ନେତ୍ରୀ ହେବା ପୂର୍ବରୁ ୨୦୦୦ ମସିହାରେ ଏକତା କପୁରଙ୍କ ପପୁଲାର ଶୋ' ‘କ୍ୟୁଁକି ଶାଶ୍ ଭି କଭି ବହୂ ଥି'ରୁ ଘରେ ଘରେ ଫେମସ୍‌ ହୋଇଥିଲେ ସ୍ମୃତି ଇରାନୀ । ଏହା ପରେ ଅଭିନୟ କ୍ୟାରିୟରକୁ ଅଲବିଦା କହି ରାଜନୀତିରେ ମାରିଥିଲେ ଏଣ୍ଟ୍ରି ।

୨୦୦୩ରେ ବିଜେପିରେ ମିଶିଥିଲେ ସ୍ମୃତି ଇରାନୀ । ପରେ ସାଧାରଣ ନିର୍ବାଚନ ଜିତି କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ସମ୍ଭାଳିଥିଲେ । ମାତ୍ର ଗତ ଲୋକସଭା ନିର୍ବାଚନରେ ପରାଜୟର ସ୍ବାଦ ଚାଖିଥିଲେ ସ୍ମୃତି ।

ନିର୍ବାଚନରେ ହାରିବା ପରେ ଏବେ ପୁଣି ପରଦାକୁ ଫେରିଛନ୍ତି ସମସ୍ତଙ୍କ ପ୍ରିୟ ତୁଲସୀ ଓରଫ୍‌ ସ୍ମୃତି ଇରାନୀ ।

ଅଧିକ ପଢନ୍ତୁ: ପୁଣି ବଡ଼ ପରଦାରେ ତୁଲସୀ, ୨୫ ବର୍ଷ ପରେ ଦମଦାର୍ କମବ୍ୟାକ୍

ଓଟିଭି ବିଜ୍ଞାପନ